Posted inଜାତୀୟ

କେନ୍ଦ୍ର ଟାର୍ଗେଟରେ ମହିଳା ଭୋଟର

ନୂଆଦିଲ୍ଲୀ,୨୪।୩ : ପାନୀୟ ଜଳ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ଏହା ପ୍ରତ୍ୟେକ ନାଗରିକଙ୍କ ଏକ ମୌଳିକ ଆବଶ୍ୟକତା। ଭାରତ ବିଶ୍ୱ କ୍ଷେତ୍ରଫଳର ୧୮% ହୋଇଥିଲେ ସୁଦ୍ଧା ଦେଶର ମାତ୍ର ୪% ପାଣି ପିଇବା ଯୋଗ୍ୟ। ଭାରତର ଭୂତଳ ଜଳ ସର୍ବନିମ୍ନ ସ୍ତରକୁ ଖସିଯାଇଥିବାରୁ ଲକ୍ଷ ଲକ୍ଷ ଜୀବନ ଜୀବିକା ସଙ୍କଟରେ। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏହାକୁ ଦୃଷ୍ଟିରେ ରଖି ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ୧୯ କୋଟି ଘରକୁ ସ୍ବଚ୍ଛ ଜଳ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦୈନିକ ୫୫ ଲିଟର ପାନୀୟ ଜଳ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ଜଳ ଜୀବନ ମିଶନର ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାରେ ୩.୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଟାର୍ଗେଟ ରହିଛି। ଏଥିରୁ ୧.୯୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବା ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ୍‌ ମାର୍ଚ୍ଚ ୧୬ରେ ରାଜ୍ୟ ସଭାରେ ସୂଚନା ଦେଇଥିଲେ। ଏହି କାମ ଠିକାରେ ଚାଲିଥିବାରୁ ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି। କାରଣ ଗ୍ରାମ୍ୟ ପାନୀୟ ଜଳ କାର୍ଯ୍ୟକ୍ରମରେ ତ୍ରୁଟି ପାଇଁ ଦୁର୍ବଳ କାର୍ଯ୍ୟାନ୍ବୟନ ଓ ଠିକା ପରିଚାଳନାକୁ ଭାରତର ନିୟନ୍ତ୍ରକ ଓ ମହାଲେଖା ସମୀକ୍ଷକ (ସିଏଜି) ୨୦୧୮ ରିପୋର୍ଟରେ ଦାୟୀ କରିଥିଲେ। ତେଣୁ ୨୦୨୪ ସାଧାରଣ ନିର୍ବାଚନକୁ ନଜରରେ ରଖି ଆରମ୍ଭ କରାଯାଇଥିବା ଯୋଜନାର ଲକ୍ଷ୍ୟ ପୂରଣ ହୋଇ ନ ପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଗରିବମାନଙ୍କୁ ରୋଷେଇ ଗ୍ୟାସ୍‌, ପାଇଖାନା ଓ ବିଦ୍ୟୁତ୍‌ ଯୋଗାଣ ଆଦି ଉପରେ ଗୁରୁତ୍ୱ ଦେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ବିଗତ କିଛି ବର୍ଷ ଧରି ବଢ଼ାଇବାରେ ଲାଗିଛି। ଏବେ ସେ ଗ୍ରାମାଞ୍ଚଳର ପ୍ରତ୍ୟେକ ଘରକୁ ୨୦୨୪ ସାଧାରଣ ନିର୍ବାଚନ ସୁଦ୍ଧା ସ୍ବଚ୍ଛ ପାନୀୟ ଜଳ ଯୋଗାଣ କରିବାକୁ ଚାହଁୁଛନ୍ତି। ୩.୬ ଟ୍ରିିଲିୟନ୍‌ ଟଙ୍କା (୪୯ ବିଲିୟନ ଡଲାର)ର ଏହି କାର୍ଯ୍ୟକ୍ରମରେ ଦେଶର ଗ୍ରାମାଞ୍ଚଳରେ ଥିବା ୧୯୨ ନିୟୁତ ଘରକୁ ପାଇପ୍‌ ଯୋଗେ ପାଣି ଯୋଗାଇ ଦିଆଯିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ଯାହାକି ଆମେରିକାର ମୋଟ ଘର ସଂଖ୍ୟାଠାରୁ ଅଧିକ। ବର୍ତ୍ତମାନ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୩୬% ଅର୍ଥାତ୍‌ ୭୦ ନିୟୁତ ଭାରତୀୟଙ୍କ ଘରେ ପାଇପ୍‌ ପାଣି ପହଞ୍ଚୁଛି। ତେଣୁ ଧାର୍ଯ୍ୟ ସମୟ ମଧ୍ୟରେ ଏହି ଲକ୍ଷ୍ୟ ପୂରଣ କରିବା ସହଜ ହେବ ନାହିଁ।
ଯୋଗାଣ ଯୋଜନା କ୍ରମଶଃ ଏକ ଜରୁରୀ ରାଜନୈତିକ ପ୍ରସଙ୍ଗ ପାଲଟିବାରେ ଲାଗିଛି। ଉପଲବ୍ଧ ଯୋଗାଣ ତୁଳନାରେ ୨୦୩୦ ସୁଦ୍ଧା ଚାହିଦା ଦୁଇଗୁଣ ହେବ ବୋଲି ସରକାରଙ୍କ ଯୋଜନା ପ୍ରଣୟନକାରୀ ସଂସ୍ଥା ଆକଳନ କରିଛି। ଏପରି ହେଲେ କୋଟି କୋଟି ଭାରତୀୟଙ୍କ ପାଇଁ ପାନୀୟ ଜଳ ନିଅଣ୍ଟ ହେବ। ଫଳରେ ଆର୍ଥିକ ବିକାଶ ବାଧାପ୍ରାପ୍ତ ହେବ। ନୀତି ଆୟୋଗର ଆର୍ଥିକ ସହାୟତାରେ ନୂଆଦିଲ୍ଲୀସ୍ଥିତ ଡାଲବର୍ଗ ଡେଭେଲପ୍‌ମେଣ୍ଟ ଆଡ୍‌ଭାଇଜର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଏକ ଅଧ୍ୟୟନ କରାଯାଇଥିଲା। ୨୦୧୮ ଜୁନ୍‌ ୧୨ରେ ପ୍ରକାଶିତ ଏହାର ରିପୋର୍ଟ ଅନୁସାରେ ଭାରତର ଭୂତଳ ଜଳ ସର୍ବନିମ୍ନ ସ୍ତରକୁ ଖସିଯାଇଛି। ଏହି ସଙ୍କଟ ଫଳରେ ଲକ୍ଷ ଲକ୍ଷ ଜୀବନ ଜୀବିକା ପ୍ରତି ବିପଦ ଦେଖାଦେଇଛି।
ଭାରତ ହେଉଛି ବିଶ୍ୱର ସର୍ବବୃହତ୍‌ ଭୂତଳ ଜଳ ଉପତ୍ାଟନକାରୀ ଦେଶ। ଚାଇନା ଓ ଆମେରିକା ମିଶି ଯେତିକି ଭୂତଳ ଜଳ ବ୍ୟବହାର କରୁଛନ୍ତି ଭାରତ ମାଟି ତଳୁ ଟାଣୁଥିବା ପାଣିର ପରିମାଣ ତା’ଠୁ ଢେର ଅଧିକ। ଏହି ପରିମାଣ ବିଶ୍ୱର ଏକ-ଚତୁର୍ଥାଂଶ ବୋଲି ୱାଟର ଏଡ୍‌ ପକ୍ଷରୁ ହିସାବ କରାଯାଇଛି। ୨୦୦୭ରୁ ୨୦୧୭ ମଧ୍ୟରେ ଭାରତରେ ଭୂତଳ ଜଳସ୍ତର ୬୧% ହ୍ରାସ ପାଇଥିଲା ବୋଲି ଜଳସେଚନ ପରିସଂଖ୍ୟାନ ଆଧାରିତ ତଥ୍ୟର ଅବତାରଣା କରି ୨୦୧୯ ନଭେମ୍ବରରେ କେନ୍ଦ୍ର ସରକାର ପାର୍ଲାମେଣ୍ଟକୁ ଅବଗତ କରାଇଥିଲେ। ତେବେ ଆମେରିକାର ମୋଣ୍ଟପେଲିଏରସ୍ଥିତ ଇନ୍‌ଷ୍ଟିଚ୍ଯଯଟ୍‌ ଫର୍‌ ସଷ୍ଟେନେବଲ କମ୍ୟୁନିଟିଜ୍‌ ଆସୋସିଏଟ୍‌ ଡାଇରେକ୍ଟର ରୋମିତ୍‌ ସେନ କହିଛନ୍ତି, ଭାରତ ଏକକାଳୀନ ଜଳ ଉତ୍ସଗୁଡ଼ିକୁ ସଶକ୍ତ କରିପାରିଲେ ଗ୍ରାମାଞ୍ଚଳର ୧୯ କୋଟି ଘରକୁ ପିଇବା ପାଣି ଯୋଗାଇବା ଯୋଜନା କାମ ଦେବ। ପ୍ରକାଶ ଯେ ଅତୀତରେ ଭାରତର ଗାଁଗୁଡ଼ିକୁ ପାନୀୟ ଜଳ ଯୋଗାଣ ଉଦ୍ୟମ ବିଫଳ ହୋଇଛି। ଗ୍ରାମ୍ୟ ପାନୀୟ ଜଳ କାର୍ଯ୍ୟକ୍ରମରେ ତ୍ରୁଟି ପାଇଁ ଦୁର୍ବଳ କାର୍ଯ୍ୟାନ୍ବୟନ ଓ ଠିକା ପରିଚାଳନାକୁ ଭାରତର ନିୟନ୍ତ୍ରକ ଓ ମହାଲେଖା ସମୀକ୍ଷକ (ସିଏଜି)ଙ୍କ ୨୦୧୮ ରିପୋର୍ଟରେ ଦାୟୀ କରାଯାଇଥିଲ ା। ୨୦୨୧ରେ ସରକାର ଏହି ଯୋଜନାରେ ୨୭ ବିଲିୟନ ଡଲାରର କାମ ଠିକାରେ ଦେବା ପାଇଁ ଯୋଜନା କରିଛନ୍ତି। ତେଣୁ ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି।
ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ଲକ୍ଷାଧିକ ଚାଷୀ ୪ ମାସ ହେଲା ଆନ୍ଦୋଳନ କରୁଛନ୍ତି। ମୋଦି ସରକାରଙ୍କ ଉପରେ ସେମାନଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ଜରୁରୀ ସାମଗ୍ରୀଗୁଡ଼ିକର ମୂଲ୍ୟ ଆକାଶଛୁଆଁ ହୋଇଛି। ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରୁ ନ ଥିବାରୁ ବେକାର ସମସ୍ୟା ବଢ଼ିବାରେ ଲାଗିଛି। ମୋଦି ଓ ତାଙ୍କ ଦଳ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରାଉଛନ୍ତି ବୋଲି ଅଭିଯୋଗ ଆଣୁଥିବା ବିରୋଧୀ ଦଳଗୁଡ଼ିକ ପାଇଁ ଏସବୁ ଅସ୍ତ୍ର ପାଲଟିଛି। ଏହାସତ୍ତ୍ୱେ ପାଇପ୍‌ ଯୋଗେ ଜଳ ଯୋଗାଣ ଭଳି କାର୍ଯ୍ୟକ୍ରମ ଭାଜପାକୁ ଦେଶରେ ୨୦୧୪ରୁ କ୍ଷମତାରେ ରହିବା ପାଇଁ ସହାୟକ ହୋଇଛି। ମୋଦି ସରକାର କ୍ଷମତାକୁ ଆସିବା ପରଠାରୁ ମହିଳା ଭୋଟରମାନଙ୍କୁ ନଜରରେ ରଖି ଜନମଙ୍ଗଳକାରୀ ଯୋଜନାଗୁଡ଼ିକୁ ବ୍ୟବହାର କରିଛନ୍ତି। ୨୦୧୬ରେ ସରକାର ଗରିବ ପରିବାରମାନଙ୍କ ପାଇଁ ରୋଷେଇ ଇନ୍ଧନରେ ସବ୍‌ସିଡି ଦେଇଥିଲେ। ୨ ବର୍ଷ ପରେ ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ସର୍ବନିମ୍ନ ମଜୁରି ଏବଂ ଘରୋଇ ଶ୍ରମିକମାନଙ୍କ (ଯାହାଙ୍କ ମଧ୍ୟରୁ ଅଧିକାଂଶ ମହିଳା) ପାଇଁ ସାମାଜିକ ସୁରକ୍ଷା ଯୋଜନା ଆରମ୍ଭ କରିଥିଲେ। ଏହାସହ ମାତୃତ୍ୱ ଓ ଶିଶୁଯନତ୍ ସୁବିଧା ମଧ୍ୟ ବୃଦ୍ଧି କରିଥିଲେ। ସାମାଜିକ-ରାଜନୈତିକ ଦୃଷ୍ଟିରୁ ଏଭଳି କାର୍ଯ୍ୟକ୍ରମର ଯଥାର୍ଥତା ରହିଛି। ଭାରତର ଅଧିକାଂଶ ଭାଗରେ ମହିଳାମାନେ ହିଁ ନିଜ ପରିବାର ପାଇଁ ପିଇବା ପାଣି ଆଣିଥାଆନ୍ତି। ଏହି ସ୍ଥଳେ ମୋଦି ସରକାରଙ୍କ ଜଳଯୋଗାଣ ଯୋଜନା ଏକ ମହତ୍ତ୍ୱାକାଂକ୍ଷୀ ପରିକଳ୍ପନା ବୋଲି ନୂଆଦିଲ୍ଲୀର ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ ଗବେଷକ ଆଦିତ୍ୟ ଭୋଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

ଚିନ୍ତାଜନକ ସ୍ଥିତି! ଦିଲ୍ଲୀକୁ ଟପିଲା ବାଲେଶ୍ବର, ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର…

ଭୁବନେଶ୍ବର,୨୫।୧୨: ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା...

‘ନା ପୋଷ୍ଟ, ନା ଲାଇକ, ନା କମେଣ୍ଟ, ଏବେ ସେନାକୁ ଇନଷ୍ଟାଗ୍ରାମରେ କେବଳ ରିଲ ଦେଖିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କରେ ଏହାର ନୀତି ସଂଶୋଧନ କରିଛି। ନୂତନ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନୁଯାୟୀ, ସେନା ସୈନିକ ଏବଂ ଅଧିକାରୀମାନେ...

ଏଣିକି ଘରର ଝିଅ-ବୋହୂଙ୍କୁ ସ୍ମାର୍ଟଫୋନ୍‌ ମନା, ବ୍ୟବହାର କରିବେ ପୁରୁଷ

ଜୟପୁର,୨୫ା୧୨: ଏଣିକି ଘରର ଝିଅ-ବୋହୂ ବ୍ୟବହାର କରିପାରିବେନି ସ୍ମାର୍ଟଫୋନ୍‌। ମାତ୍ର ଏହାକୁ ଘରର ପୁରୁଷମାନେ ବ୍ୟବହାର କରିପାରିବେ। ଘରର ମହିଳାମାନେ କେବଳ କି-ପ୍ୟାଡ୍‌ ଫୋନ୍‌ ବ୍ୟବହାର...

ପ୍ରଭୁ ଯିଶୁଙ୍କ ଧରାବତରଣ, ଉତ୍ସବମୁଖର ଜି.ଉଦୟଗିରିର ଚର୍ଚ୍ଚ

ଜି.ଉଦୟଗିରି,୨୫/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ଉତ୍ସବ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଆଜି ଅର୍ଥାତ ଡିସେମ୍ବର ୨୫ ତାରିଖରେ ସ୍ଥାନୀୟ ଅଞ୍ଚଳର ସମସ୍ତ...

‘ସେ ତେନ୍ଦୁଲକର ଥିଲେ…’ Vaibhav Suryavanshiଙ୍କୁ ଭାରତୀୟ ଟିମରେ ସ୍ଥାନ ଦିଆଯାଉ, BCCI ନିକଟରେ ବଡ଼ ଦାବି କଲେ ଥରୁର

ନୂଆଦିଲ୍ଲୀ,୨୫।୧୨: କଂଗ୍ରେସ ଏମପି ଶଶି ଥରୁର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିଭାକୁ କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରିଛନ୍ତି। ଥରୁର BCCIକୁ ୧୪ ବର୍ଷୀୟ...

ଓଡ଼ିଶାରେ ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ: ଡିଜିପି

ଫୁଲବାଣୀ,୨୫ା୧୨(ରାକେଶ କୁମାର ରାଉତ): ଟପ୍‌ ମାଓବାଦୀ ନେତା ଗଣେଶଙ୍କ ନିହତକୁ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି। ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ...

ସକାଳ ଜଳଖିଆ ନଖାଉଥିଲେ ସାବଧାନ! ମସ୍ତିଷ୍କ ଉପରେ….

ଏହା ବହୁ ଦିନ ଧରି ପ୍ରଚଳିତ ଏକ ପ୍ରବାଦ ଯେ ପୂର୍ଣ୍ଣ ଜଳଖିଆ ଖାଇବା ଉଚିତ। ଏହା ଶରୀରକୁ ସୁସ୍ଥ ରଖେ। ତଥାପି, ସାମ୍ପ୍ରତିକ ବର୍ଷଗୁଡ଼ିକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri