ସଂକ୍ରମିତ ରକ୍ତ ଚିହ୍ନଟରେ ନାଟ୍‌-ପିସିଆର ପଦ୍ଧତି ସଫଳ

ଭୁବନେଶ୍ୱର, ୨୨।୩(ବ୍ୟୁରୋ):ସଂଗୃହୀତ ରକ୍ତକୁ ରୋଗୀଙ୍କୁ ଦେବା ପୂର୍ବରୁ ତାହାକୁ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷାନିରୀକ୍ଷା କରାଯାଇଥାଏ। ଉକ୍ତ ରକ୍ତ ମ୍ୟାଲେରିଆ, ସିଫିଲିସ୍‌, ଏଚ୍‌ଆଇଭି, ହେପାଟାଇଟିସ୍‌-ବି ଓ ସି ଆଦି ଦ୍ୱାରା ସଂକ୍ରମିତ କି ନୁହେଁ, ତାହାର ଚିହ୍ନଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। କାରଣ ସଂକ୍ରମିତ ରକ୍ତ ଥରେ ନେଲେ ଜୀବନ ସାରା ରୋଗ ସହ ଲଢ଼ିବାକୁ ପଡ଼େ। ଅଧିକାଂଶ କ୍ଷେତ୍ରରେ ରୋଗୀଙ୍କ ଜୀବନ ପ୍ରତି ବିପଦ ରହିଥାଏ। ପୂର୍ବରୁ ଏଲାଇଜା ପଦ୍ଧତିରେ ସଂକ୍ରମିତ ରକ୍ତ ଚିହ୍ନଟ ହେଉଥିବାବେଳେ ୨୦୧୬ରୁ ନାଟ୍‌-ପିସିଆର (ନିଉକ୍ଲିକ ଆମ୍ପ୍ଲିଫିକେଶନ ଏସିଡ୍‌ ଟେଷ୍ଟ-ପଲିମର୍ସ ଚେନ୍‌ ରିଆକ୍ସନ) ମାଧ୍ୟମରେ ପରୀକ୍ଷଣ କରାଯାଉଛି। ନାଟ୍‌ ପଦ୍ଧତିରୁ ବେଶ୍‌ ସଫଳତା ମିଳିଥିବାବେଳେ ଅନେକ ଲୋକଙ୍କୁ ମାରାତ୍ମକ ସଂକ୍ରମଣରୁ ରକ୍ଷା କରାଯାଇପାରୁଛି ବୋଲି କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାରର ନିର୍ଦ୍ଦେଶକ ଡା. ଦେବାଶିଷ ମିଶ୍ର କହିଛନ୍ତି। ସେ କହିଛନ୍ତି, ନାଟ୍‌-ପିସିଆର ସାରା ବିଶ୍ୱର ଏକ ଅତ୍ୟାଧୁନିକ ବିଶ୍ୱସନୀୟ ପଦ୍ଧତି। ଆମେରିକା, ୟୁରୋପ ଭଳି ଅନେକ ବିକଶିତ ଦେଶ ସ୍ବାସ୍ଥ୍ୟ କ୍ଷେତ୍ରରେ ଏହାକୁ ବ୍ୟବହାର କରୁଛନ୍ତି। ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଯେ, ସେ ଏଭଳି ବ୍ୟବସ୍ଥା ଆମ ରାଜ୍ୟରେ ଚାଲୁ କରିଛନ୍ତି। ଆମେ ଅଧିକରୁ ଅଧିକ ଲୋକଙ୍କୁ ସୁରକ୍ଷା ଦେବାକୁ ଯେତେ ଅଧିକ ରକ୍ତ ଭଣ୍ଡାରରେ ଏହି ବ୍ୟବସ୍ଥା କରିପାରିବା ରାଜ୍ୟବାସୀଙ୍କ ପାଇଁ ସେତେ ଉପକାର ହେବ ଓ ଅନେକ ଦୁର୍ମୂଲ୍ୟ ଜୀବନ ଆମେ ରକ୍ଷା କରିପାରିବା ବୋଲି ଡା. ମହାନ୍ତି କହିଛନ୍ତି।
ସରକାର ଓ ରେଡକ୍ରସ ଦ୍ୱାରା ୫୭ଟି ରକ୍ତ ଭଣ୍ଡାର ପରିଚାଳିତ ହେଉଥିବାବେଳେ ସଂଗୃହୀତ ରକ୍ତକୁ ୬ଟି ରକ୍ତ ଭଣ୍ଡାରରେ ନାଟ୍‌-ପିସିଆର୍‌ ପଦ୍ଧତିରେ ପରୀକ୍ଷଣ କରାଯାଉଛି। ରାଜ୍ୟରେ ପ୍ରତି ୨୦୦ ୟୁନିଟ୍‌ ରକ୍ତ ପରୀକ୍ଷାରେ ଗୋଟିଏ ୟୁନିଟ୍‌ ସଂକ୍ରମିତ ରକ୍ତ ବାହାରୁଛି। ୬ଲକ୍ଷ ୫୦ହଜାରରୁ ଅଧିକ ୟୁନିଟ୍‌ ରକ୍ତରୁ ୩,୫୪୩ ୟୁନିଟ୍‌ ସଂକ୍ରମିତ ରକ୍ତ ଚିହ୍ନଟ ହୋଇଛି। ଏଥିମଧ୍ୟରୁ ଏଚ୍‌ଆଇଭି ସଂକ୍ରମିତ ୪୫୬ ୟୁନିଟ୍‌ ଥିବାବେଳେ ହେପାଟାଇଟିସ୍‌-ବି ୨୮୪୦ ଓ ହେପାଟାଇଟିସ-ସି ୨୪୭ ୟୁନିଟ୍‌ ରହିଛି। ତେବେ ଗଞ୍ଜାମ ଜିଲାରେ ୯୨ ୟୁନିଟ୍‌ ରକ୍ତରେ ଗୋଟିଏ ୟୁନିଟ୍‌ ସଂକ୍ରମିତ ରକ୍ତ ବାହାରୁଛି। ଜିଲାରେ ଥିବା ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲରେ ପ୍ରାୟ ୧୨ହଜାର ୟୁନିଟ୍‌ ରକ୍ତ ପରୀକ୍ଷା ହୋଇଥିବାବେଳେ ୧୨୬୪ ୟୁନିଟ୍‌ ସଂକ୍ରମିତ ରକ୍ତ ଚିହ୍ନଟ କରାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ପ୍ରତିବର୍ଷ ସମସ୍ତ ରକ୍ତ ଭଣ୍ଡାର ଦ୍ୱାରା ପ୍ରାୟ ୪ଲକ୍ଷ ୫୦ ହଜାର ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଉଛି। ଏଥିମଧ୍ୟରୁ ମାତ୍ର ୧ଲକ୍ଷ ୫୦ହଜାର ୟୁନିଟ୍‌ ରକ୍ତ ନାଟ୍‌ ପଦ୍ଧତିରେ ପରୀକ୍ଷା ହେଉଛି। ବାକି ପ୍ରାୟ ୩ଲକ୍ଷ ୟୁନିଟ୍‌ ଏହି ପଦ୍ଧତିରେ ପରୀକ୍ଷା ହୋଇପାରିନି। ତେଣୁ ଶେଷ ୫ବର୍ଷରେ ୧୫ଲକ୍ଷ ୟୁନିଟ୍‌ ରକ୍ତ ନାଟ୍‌ ପଦ୍ଧତିରେ ପରୀକ୍ଷା ନ ହୋଇ ଦିଅଯାଇଥିବାରୁ ଏହାକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri