ଓଡ଼ିଆ ଶିଳ୍ପୀଙ୍କ ଦକ୍ଷତା ଉପରେ ସନ୍ଦେହ

ସ୍ଥାବର ତୀର୍ଥ ଚନ୍ଦ୍ରଭାଗା ତୀର୍ଥ ନାମରେ ଯେପରି ପ୍ରସିଦ୍ଧ, ଅର୍କତୀର୍ଥ ଭାବରେ ଠିକ୍‌ ସେହିପରି ପ୍ରସିଦ୍ଧ ଥିଲା। ମାଘ ମାସ ଶୁକ୍ଳ ସପ୍ତମୀ ଏହି ତୀର୍ଥ ପାଇଁ ପ୍ରଶସ୍ତ ଥିଲା। ଏବେ ବି ଅଛି। ବିଶ୍ୱାସ ରହିଛି ମାଘ ଶୁକ୍ଳ ସପ୍ତମୀରେ ଶ୍ରୀସୂର୍ଯ୍ୟଦେବଙ୍କର ଜନ୍ମ ହୋଇଥିଲା। ଏହା ପଛରେ ଏକ ଜ୍ୟୋତିଷ ଶାସ୍ତ୍ରୀୟ ରହସ୍ୟ ଅଛି। ନଇଲେ ଲୋକେ ଅପସନ୍ଦ କରିବେ ସୂର୍ଯ୍ୟଙ୍କ ଜନ୍ମଦିନ କ’ଣ? ସେଇଦିନ ସୂର୍ଯ୍ୟଙ୍କ ଉଦୟ ପୂର୍ବରୁ ଚନ୍ଦ୍ରଭାଗାର ଜଳ ଶକ୍ତିମୟ ହେଉଥିଲା। ମଣିଷ ଶରୀର ସେଇ ଜଳରେ ସ୍ନାନ କରିବା ପରେ ଶକ୍ତିର ସ୍ରୋତ ଆହରଣ କରୁଥିଲା, ତେଣୁ ନୀରୋଗ ରହୁଥିଲା। ଆମେ ଜାଣିଛେ ଶ୍ରୀସୂର୍ଯ୍ୟ ହିଁ ହେଉଛନ୍ତି ସକଳଶକ୍ତିର ଆଧାର। ଚନ୍ଦ୍ରଭାଗା ତୀର୍ଥର ଶକ୍ତିପୂର୍ଣ୍ଣ ଜଳକୁ ଚଳଚଞ୍ଚଳ କରିବା ଲାଗି ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ବିଜେ ବିଗ୍ରହ ପ୍ରଥମେ ସ୍ନାନ କରୁଥିଲେ। ୟାର ବର୍ଣ୍ଣନା ଶ୍ରୀପଦ୍ମକେଶର ମନ୍ଦିରରେ ଉପାସନା ପ୍ରଚଳନ କାଳରେ ହେଉଥିଲା ବୋଲି ‘ବାୟାଚକଡ଼ା’ ପୋଥିରେ ମଧ୍ୟ ବର୍ଣ୍ଣନା ରହିଛି। ଉପାସନା ବନ୍ଦ ହେବା ପରେ ଶ୍ରୀଶିବଙ୍କର ବିଜେ ପ୍ରତିମା ସ୍ନାନ ପାଇଁ ଆସିବା ବ୍ୟବସ୍ଥା ହେଲା। ଶ୍ରୀଶିବ କିମ୍ବା ଶ୍ରୀଶକ୍ତିଙ୍କ ବିଜେ ପ୍ରତିମା ମାଘସପ୍ତମୀ ଦିନ ଚନ୍ଦ୍ରଭାଗା ତୀର୍ଥକୁ ଯାତ୍ରା କରିବା କଥା ପୋଥିରେ ନାହିଁ।
ତୀର୍ଥରେ ସ୍ନାନ ବା ବୁଡ଼ ପରମ୍ପରା ପଛରେ ସନାତନୀୟ ବିଚାରଧାରାର ଯୋଗ-ଦର୍ଶନର ମୂଳ ରହସ୍ୟ ରହିଛି। ଏଇ ଶରୀର ପାଞ୍ଚୋଟି ତତ୍ତ୍ୱରେ ଗଠିତ। ତୀର୍ଥ ଯଦି ମାଟି, ପାଣି, ତେଜ, ବାୟୁ ଓ ଆକାଶର ସମାହାର, ତେବେ ଶରୀର ଏହି ପାଞ୍ଚଟିର ସାନ୍ନିଧ୍ୟ ପାଇ ତେଜୋମୟ ହୁଏ। ଜୀବନର ଗତିପଥ ଉଚ୍ଚତର ଦିଗକୁ ଗତି କରେ। ଶାରୀରିକ ଓ ମାନସିକ ସ୍ତରରେ ବିସ୍ମୟଜନକ ପରିବର୍ତ୍ତନ ହୁଏ। ସେଥିପାଇଁ କୁମ୍ଭସ୍ନାନ, ଗୋଦାବରୀ ସ୍ନାନ ପ୍ରଭୃତି ସାଧୁସନ୍ଥମାନେ ପାଳି ଆସୁଛନ୍ତି। ଓଡ଼ିଶାରେ ତିନୋଟି ସ୍ନାନ ପ୍ରାଚୀନ କାଳରୁ ଅନୁସୃତ। ଶାସ୍ତ୍ର ବି ସମର୍ଥନ କରିଛନ୍ତି। ପ୍ରଥମ ସ୍ନାନ ଶ୍ରୀଗୋବିନ୍ଦ ଦ୍ୱାଦଶୀ ସ୍ନାନ ବା ବୁଡ଼। ଏହା ସମଗ୍ର ଭାରତରେ ପ୍ରସିଦ୍ଧ। ଏହି ବୁଡ଼ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ମହୋଦଧିରେ ପ୍ରଚଳିତ। ୫୦-୫୫ ବର୍ଷରେ ଗ୍ରହ-ନକ୍ଷତ୍ର ଯୋଗରେ ପବିତ୍ର ଯୋଗ ପଡ଼େ। ଦ୍ୱିତୀୟ ସ୍ନାନ ଚନ୍ଦ୍ରଭାଗା ବୁଡ଼। ଅର୍କକ୍ଷେତ୍ରର ଚନ୍ଦ୍ରଭାଗା ନଦୀରେ ପ୍ରତିବର୍ଷ ମାଘମାସ ସପ୍ତମୀରେ ଅନୁଷ୍ଠିତ ହୁଏ। ତୃତୀୟ ବୁଡ଼ ବାରୁଣୀ ବୁଡ଼ ବା ମହାବାରୁଣୀ ବୁଡ଼। ଏହି ବୁଡ଼ ବିରଜାକ୍ଷେତ୍ରରେ ଅର୍ଥାତ୍‌ ଯାଜପୁରରେ ହୁଏ। ବିରଜା କ୍ଷେତ୍ରରେ ୧୮ଟି ବିଶେଷ ତୀର୍ଥସ୍ନାନ ବିଧି ମଧ୍ୟରୁ ବାରୁଣୀ ବୁଡ଼କୁ ଗୁରୁତ୍ୱ ଦିଆଯାଇଛି।
ତେଣୁ ମଣିଷ ଉଚ୍ଚତର ସୋପାନକୁ ସୁସ୍ଥ ଶରୀର ସହିତ ସୁସ୍ଥ ମାନସିକତାରେ ଗତି କରିବା ଲାଗି ଆମର ମହାଜନମାନେ ଯେଉଁ ବୈଜ୍ଞାନିକ ଭିତ୍ତିଭୂମି ସର୍ବସାଧାରଣଙ୍କ ପାଇଁ ଭିଆଣ କରିଥିଲେ, ସେଥିମଧ୍ୟରୁ ଚନ୍ଦ୍ରଭାଗା ବୁଡ଼ର ଗୁରୁତ୍ୱ ଥିଲା। ଉଦିତ ସୂର୍ଯ୍ୟଙ୍କୁ କୃପାଭିକ୍ଷା କରିବାର ବିଧି ହେଲା-
ନମୋ ନମସ୍ତଽସ୍ତୁ ସଦା ବିଭାବସୋ
ସର୍ବାତ୍ମନେ ସପ୍ତହୟାୟ ଭାନବେ।
ଅନନ୍ତ-ଶକ୍ତିର୍ମଣିଭୂଷଣେନ
ଦଦସ୍ବ ଭୁକ୍ତିଂ ମମ ମୁକ୍ତିମବ୍ୟୟାମ॥
ହେ ସର୍ବାତ୍ମା! ସପ୍ତଅଶ୍ୱ ସଂଯୋଜିତ ଆପଣଙ୍କର ରଥ ବି ଆପଣଙ୍କ ପରି ପ୍ରକାଶଦୀପ୍ତ। ଆପଣ ମଣିମୟ ଆଭୂଷଣ ବିଭୂଷିତ। ଅନନ୍ତ ଶକ୍ତିସମ୍ପନ୍ନ। ମତେ ଅକ୍ଷୟ ମୋକ୍ଷ ପ୍ରଦାନ କରନ୍ତୁ। ଆପଣ ସମସ୍ତ ବିଶ୍ୱକୁ ଆଲୋକିତ କରୁଛନ୍ତି। ତେଣୁ ମତେ ଅବ୍ୟୟ ମୁକ୍ତି ପ୍ରଦାନ କରନ୍ତୁ।
‘ଅକ୍ଷୟ ମୋକ୍ଷ’ ଏବଂ ‘ଅବ୍ୟୟ ମୁକ୍ତି’ର ତାତ୍ପର୍ଯ୍ୟ ସତରେ କ’ଣ ବୁଝିଥିଲେ ବାହାରିଆ ଆଲୋଚକମାନେ!! ସେମାନେ ତ ଓଡ଼ିଆ ଶିଳ୍ପୀଙ୍କର କୃତିତ୍ୱ ଉପରେ ସନ୍ଦେହ କରିଥିଲେ! ଡ. ସତ୍ୟନାରାୟଣ ରାଜଗୁରୁ ଲେଖିଥିଲେ- ଥରେ ୟୁରୋପର ଜଣେ ପଣ୍ଡିତ ମୋତେ ପ୍ରଶ୍ନ କଲେ, କୋଣାର୍କ ମନ୍ଦିରଟି କ’ଣ ଓଡ଼ିଆ ଶିଳ୍ପୀଙ୍କର କୃତିତ୍ୱ? ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କ ମୁହଁକୁ ଚାହିଁବା ଦେଖି ସେ ଟିକିଏ ହସିଦେଇ ପୁଣି କହିଲେ, କିଛି ମନେ କରନ୍ତୁନି, ମୁଁ ଜାଣିବାକୁ ଚାହେଁ, ପ୍ରକୃତରେ ସେ ମନ୍ଦିରଟି କିଏ ଗଢ଼ିପାରିଥିବେ। ଦୁର୍ବଳ କଙ୍କାଳସାର କୁତ୍ସିତ ଓଡ଼ିଆଙ୍କ କଳ୍ପନାରେ ସେପରି ସୁନ୍ଦର ପ୍ରସ୍ତରମୂର୍ତ୍ତି ଗଢ଼ିବା କ’ଣ ସମ୍ଭବ ହୋଇପାରେ? ଏ ଦେଶରେ ଯେପରି ଦୁର୍ବଳ ଜୀବଜନ୍ତୁ (ଗୋରୁଗାଈ) ସବୁ ଦେଖୁଛି, ସେଠାରେ ବାସ କରୁଥିବା ଶିଳ୍ପୀ କିପରି ବା ବିରାଟ ବିରାଟ ହସ୍ତୀ-ଅଶ୍ୱର ମୂର୍ତ୍ତିଗୁଡ଼ିକ କଳ୍ପନା କରିପାରିବେ…? (କୋଣାର୍କର ମୌଳିକ କଳ୍ପନା, କୋଣାର୍କ ପତ୍ରିକା, ଓଡ଼ିଶା ସାହିତ୍ୟ ଏକାଡେମୀ।)
ସୁରେନ୍ଦ୍ର କୁମାର ମିଶ୍ର

– ଫଟୋ: ଜ୍ୟୋତିରାଜ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri