Posted inଖେଳ

କେବଳ ବୁମ୍‌ରା ନୁହେଁ, ପୂର୍ବରୁ ସ୍ପୋର୍ଟସ ଆଙ୍କରଙ୍କ ପ୍ରେମରେ ଏହିସବୁ କ୍ରିକେଟର୍‌

ଭାରତୀୟ ଦ୍ରୁତ ବୋଲର୍‌ ଯଶପ୍ରୀତ ବୁମ୍‌ରା ନିକଟରେ ସ୍ପୋର୍ଟସ ଆଙ୍କର ସଞ୍ଜନା ଗଣେଶନଙ୍କୁ ବିବାହ କରିଛନ୍ତି। ଗୋଆରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ତେବେ କେବଳ ବୁମ୍‌ରା ନୁହେଁ ପୂର୍ବରୁ ମଧ୍ୟ ଅନେକ କ୍ରିକେଟ୍‌ ସ୍ପୋର୍ଟସ ଆଙ୍କରଙ୍କ ପ୍ରେମରେ ପଡିଛନ୍ତି।

ମୟନ୍ତି ଲାଙ୍ଗର ଏବଂ ଷ୍ଟୁଆର୍ଟ ବିନି
ଜଣାଶୁଣା କ୍ରୀଡ଼ା ଆଙ୍କର୍‌ ମୟନ୍ତି ଲାଙ୍ଗର ୨୦୧୨ରେ ଟିମ ଇଣ୍ଡିଆ ଅଲରାଉଣ୍ଡର ଷ୍ଟୁଆର୍ଟ ବିନିଙ୍କୁ ବିବାହ କରିଥିଲେ। ଜଣେ କ୍ରୀଡ଼ା ଆଙ୍କର୍‌ ଭାବରେ ମୟନ୍ତିଙ୍କର ଏକ ସ୍ବତନ୍ତ୍ର ପରିଚୟ ଅଛି। କ୍ରିକେଟ ବ୍ୟତୀତ ସେ ୨୦୧୦ରେ ଇଏସ୍‌ପିନ୍‌ ପାଇଁ ଫିଫା ବିଶ୍ୱକପରେ ମଧ୍ୟ ଆଙ୍କରିଂକରିଥିଲେ। ତାଙ୍କୁ ୨୦୧୦ ଦିଲ୍ଲୀ କମନୱେଲଥ ଗେମ୍ସରେ ମଧ୍ୟ ଆଙ୍କରିଂ କରୁଥିବା ଦେଖିବାକୁ ମିଳିଥିଲା। ଏଥି ସହିତ ବିନ୍ନିଙ୍କ କ୍ୟାରିୟର ମଧ୍ୟ ସେତେଟା ଲମ୍ବା ହୋଇନାହିଁ। ବିନି ଭାରତ ପାଇଁ ୬ଟି ଟେଷ୍ଟ, ୧୪ଟି ଏକଦିବସୀୟ ଏବଂ ୩ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି।

ଶେନ୍‌ ୱାଟସନ ଏବଂ ଲି ଫରଲଙ୍ଗ

୨୦୧୦ରେ ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଶେନ୍‌ ୱାଟସନ ଏବଂ କ୍ରୀଡା ଉପସ୍ଥାପିକା ଲି ଫରଲଙ୍ଗ ବିବାହ କରିଥିଲେ। ୱାଟସନ ଆଇପିଏଲ ୨୦୨୦ଠାରୁ ପ୍ରଫେସନାଲ କ୍ରିକେଟ ଲିଗରୁ ଅବସର ଘୋଷଣା କରିଛନ୍ତି।

ମାର୍ଟିନ ଗୁପ୍ଟିଲ ଏବଂ ଲୋରା ମ୍ୟାକଗୋଲଡ୍ରିକ
ନ୍ୟୁଜିଲାଣ୍ଡ ଖେଳାଳି ମାର୍ଟିନ ଗୁପ୍ଟିଲ ମଧ୍ୟ ୨୦୧୪ରେ ସ୍ପୋର୍ଟସ ଆଙ୍କର୍‌ ଲୋରା ମ୍ୟାକଗୋଲଡ୍ରିକଙ୍କୁ ବିବାହ କରିଥିଲେ। ଲୋରା ମ୍ୟାକଗୋଲଡ୍ରିକ କେବଳ ଆଙ୍କର୍‌ ନୁହଁନ୍ତି ବରଂ ଜଣେ ଅଭିନେତ୍ରୀ ମଧ୍ୟ।

ବେନ କଟିଂ ଏବଂ ଏରିନ ହଲାଣ୍ଡ
ଅଷ୍ଟ୍ରେଲିଆ ଅଲରାଉଣ୍ଡର ବେନ କଟିଙ୍ଗ ଏବଂ ସ୍ପୋର୍ଟସ ଆଙ୍କର୍‌ ଏରିନ ହଲାଣ୍ଡ ୨୦୧୯ରେ ବିବାହ କରିଥିଲେ। ପାକିସ୍ତାନ ସୁପର ଲିଗରେ ଏରିନ ମଧ୍ୟ ଆଙ୍କରିଂ କରିଥିବା ଦେଖିବାକୁ ମିଳିଥିଲା। ୨୦୧୩ରେ ଏରିନ ମିସ ଅଷ୍ଟ୍ରେଲିଆ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri