ଉନ୍ନତୀକରଣ ଦିଗରେ ଉଷ୍ଣ ପ୍ରସ୍ରବଣ

ଖମାର,୧୮ା୩:  ଅନୁଗୋଳ ଜିଲା ପାଲଲହଡ଼ା ଅଞ୍ଚଳରେ ପର୍ଯ୍ୟଟନର ଭରପୂର ଭିତ୍ତିଭୂମି ରହିଛି। କିନ୍ତୁ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଅନେକ ଦର୍ଶନୀୟ ସ୍ଥାନ ଏବେ ବି ଲୋକଲୋଚନକୁ ଆସିପାରି ନାହିଁ। ରୋହିଲା ପଞ୍ଚାୟତ ମଗରମୁହାଣ ଗ୍ରାମସ୍ଥିତ ମଗରନାକ ଉଷ୍ଣ ପ୍ରସ୍ରବଣ ଏହାର ଏକ ଉଦାହରଣ। ତେବେ ବିଳମ୍ବରେ ହେଲେ ମଧ୍ୟ ଏହି ଉଷ୍ଣ ପ୍ରସ୍ରବଣ ଉପରେ ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲଙ୍କ ନଜର ପଡ଼ିଛି। ଏଠାରେ ଥିବା ପାହାଡ଼ ମଧ୍ୟରୁ ଅନବରତ ଉଷ୍ମ ଜଳ ପ୍ରବାହିତ ହେଉଛି। ଉକ୍ତ ପଥର ଖୋଲ ମଗରମୁହଁ ଆକୃତିର ହୋଇଥିବାରୁ ସେହି ଅନୁଯାୟୀ ଏହି ସ୍ଥାନକୁ ନାମିତ କରାଯାଇଥାଇପାରେ ବୋଲି କୁହାଯାଉଛି। ପାହାଡ଼ ପାଦଦେଶରେ ଥିବା ଏହି ଉଷ୍ଣ ପ୍ରସ୍ରବଣକୁ ଘେରି ରହିଛି ଘଞ୍ଚ ଜଙ୍ଗଲ। ତେଣୁ ବିକାଶ କାର୍ଯ୍ୟ କରାଗଲେ ଏହା ପର୍ଯ୍ୟଟକଙ୍କ ଧ୍ୟାନ ଆକର୍ଷଣ କରିପାରିବ। ସ୍ଥାନୀୟ ଅଞ୍ଚଳବାସୀ ଏ ନେଇ ବହୁବାର ପ୍ରସ୍ତାବ ଦେଇଥିବାବେଳେ ଏବେ ବିଧାୟକ ପାଲ ଏ ଦିଗରେ ପଦକ୍ଷେପ ନେଇଛନ୍ତି। ପୂର୍ବରୁ ଉଷ୍ଣ ପ୍ରସ୍ରବଣ ପାର୍ଶ୍ୱରେ ଥିବା ପୁରୁଣା ଶିବ ମନ୍ଦିରର ନବୀକରଣ ପାଇଁ ବିଧାୟକ ୩ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଏଥିସହ ମଗରନାକର ଉନ୍ନତି ପାଇଁ ସ୍ଥିତି ଅନୁଧ୍ୟାନ ନିମନ୍ତେ ଗତ ରବିବାର ବିଧାୟକ ଏକ ପ୍ରତିନିଧି ଦଳ ପଠାଇଥିବା ଜଣାପଡ଼ିଛି। ପାଲଲହାଡ଼ା ବ୍ଲକ ଅଧ୍ୟକ୍ଷ ନବକିଶୋର ନାଏକ, ରୋହିଲା ସରପଞ୍ଚ କାବେରୀ ସାହୁ, ୱାର୍ଡ ମେମ୍ବର ବୈକୁଣ୍ଠ ସାହୁଙ୍କ ସହିତ ମନ୍ଦିର କମିଟିର ସଦସ୍ୟମାନେ ଉକ୍ତ ସ୍ଥାନ ପରିଦର୍ଶନ କରିଥିଲେ। ଏଠାରେ ଆବଶ୍ୟକ ପାହାଚ, କୁଣ୍ଡ ନିର୍ମାଣ ସହ ଅନ୍ୟ ଆବଶ୍ୟକ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ପ୍ରତିନିଧି ଦଳ ସୂଚନା ଦେଇଛନ୍ତି।

ପର୍ଯ୍ୟଟନସ୍ଥଳୀର ଉନ୍ନତି ବିଧାୟକଙ୍କ ଲକ୍ଷ୍ୟ
ପାଲଲହଡ଼ା ନିର୍ବାଚନମଣ୍ଡଳୀରେ ଥିବା ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ଉନ୍ନତୀକରଣ ପାଇଁ ବିଧାୟକ ଲକ୍ଷ୍ୟ ରଖିଛନ୍ତି। ତାଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ମଗରନାକ ଉଷ୍ଣ ପ୍ରସ୍ରବଣ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖୁବ୍‌ଶୀଘ୍ର ଏହାର ବିକାଶ କାର୍ଯ୍ୟ ଆରମ୍ଭ ହେବ।
-ନବକିଶୋର ନାଏକ, ବ୍ଲକ ଅଧ୍ୟକ୍ଷ, ପାଲଲହଡ଼ା

ଅଧିକ କୁଣ୍ଡ ନିର୍ମାଣ କରାଯାଉ
ଦୀର୍ଘବର୍ଷ ଧରି ଏହି ପ୍ରାକୃତିକ ସ୍ଥାନ ଲୋକଲୋଚନକୁ ଆସିପାରୁନାହିଁ। ଏହାର ଉନ୍ନତି କାର୍ଯ୍ୟ ନିମନ୍ତେ ପଦକ୍ଷେପ ନିଆଯାଉଥିବା ନିଶ୍ଚିତ ସ୍ବାଗତଯୋଗ୍ୟ। ଏଠାରେ ଆଉ ୨ କି ୩ଟି କୁଣ୍ଡ ନିର୍ମାଣ କରାଗଲେ ଭଲ ହୁଅନ୍ତା।
-ଚକ୍ରଧର ଶତପଥୀ, ପୂଜକ, ମଗରନାକ ମନ୍ଦିର

ପ୍ରସ୍ତାବ ଉପରେ ପଦକ୍ଷେପ ନିଆଯାଉଛି
ପରିତ୍ୟକ୍ତ ହୋଇପଡ଼ିଥିବା ମଗରନାକ ଉଷ୍ଣ ପ୍ରସ୍ରବଣର ବିକାଶ ନିମନ୍ତେ ଏକ ପ୍ରତିନିଧି ଦଳ ଏଠାକୁ ପରିଦର୍ଶନରେ ଆସିବା ଖୁସିର ବିଷୟ। ଏହାର ଉନ୍ନତି ପାଇଁ ଦିଆଯାଇଥିବା ପ୍ରସ୍ତାବ ଉପରେ ପଦକ୍ଷେପ ନିଆଯାଉଥିବା ସୂଚନା ମିଳୁଛି।
-ସନାତନ ପ୍ରଧାନ, ଗ୍ରାମ ସଭାପତି

ପର୍ଯ୍ୟଟକ ଆକର୍ଷିତ ହେବେ
ମଗରନାକର ବିକାଶ କାର୍ଯ୍ୟ କରାଗଲେ ଏଥିପ୍ରତି ପର୍ଯ୍ୟଟକ ଆକର୍ଷିତ ହେବେ। ଫଳରେ ଆଖପାଖ ଅଞ୍ଚଳ ଲୋକେ ବିଭିନ୍ନ ବ୍ୟବସାୟ କରି ଆର୍ଥିକ ଉପକୃତ ହୋଇପାରିବେ। ପାହାଚ ଓ କୁଣ୍ଡ ନିର୍ମାଣ ହେଲେ ଏହାର ସୌନ୍ଦର୍ଯ୍ୟ ବେଶ୍‌ ବଢ଼ିଯିବ।
-ସୁରେଶ ଚନ୍ଦ୍ର ପ୍ରଧାନ, ସ୍ଥାନୀୟ ବାସିନ୍ଦା

ଯଥାଶୀଘ୍ର ସୌନ୍ଦର୍ଯ୍ୟକରଣ ଆରମ୍ଭ ହେଉ
ଏହି ଉଷ୍ଣ ପ୍ରସ୍ରବଣର ଉନ୍ନତି ଦିଗରେ ଦୀର୍ଘବର୍ଷ ପରେ ପଦକ୍ଷେପ ନିଆଯିବା ଅଞ୍ଚଳବାସୀଙ୍କୁ ଆନନ୍ଦିତ କରିଛି। ଯଥାଶୀଘ୍ର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏଠାରେ ଆରମ୍ଭ କରାଯିବା ସହ ଆଗାମୀ ଦିନରେ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦିଆଯାଉ।
-ସରୋଜ ସାମଲ, ସ୍ଥାନୀୟ ବାସିନ୍ଦା


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି: ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା ସାଙ୍ଗକୁ ସୁନା, ଦେଖିକି ଭିଜିଲାନ୍ସ ତାଜୁବ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ କଟକ ଭିଜିଲାନ୍ସ ସେଲ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅର୍ପିତା କଲେ…

ଭୁବନେଶ୍ୱର,୩୦।୧୨: ହ୍ୟୁମାନ ସାଗର ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

ମଥୁରାନଗରୀକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଏହି ସମୟରେ ଦେଖିବେ ଧନୁଯାତ୍ରା ମହୋତ୍ସବ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା ମହୋତ୍ସବରେ ମଥୁରାନଗରୀ ଉଠୁଛି ଓ ପଡୁଛି। କଂସ ମହାରାଜଙ୍କ ଅତ୍ୟାଚାରରେ ସମଗ୍ର ମଥୁରା ନଗରୀ ଥରହର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri