ଦିବ୍ୟାଙ୍ଗ ଛାତ୍ରଙ୍କ ଭବିଷ୍ୟତ ଅନ୍ଧାର

ଭୁବନେଶ୍ୱର,୨୯ା୬(ବ୍ୟୁରୋ): କାଉନସିଲ ଅଫ୍‌ ହାୟର ସେକେଣ୍ଡାରି ଏଜୁକେଶନ (ସିଏଚ୍‌ଏସ୍‌ଇ) କର୍ତ୍ତୃପକ୍ଷଙ୍କ ଭୁଲ ପାଇଁ ଅନେକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯାଇଥିବାର ନଜିର ରହିଛି। ଏବେ ପୁଣି ଜଣେ ଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲିହୋଇଯିବାକୁ ବସିଛି। ଅଭିଯୋଗ ଜଣାଇବାକୁ ଯାଇ ବାରମ୍ବାର ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଏପରି କି ତାଙ୍କ ପରୀକ୍ଷାଫଳ ପ୍ରକାଶ ନେଇ କୋର୍ଟଙ୍କ ଆଦେଶ ମଧ୍ୟ ମାନୁନାହାନ୍ତି ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷ। ଫଳରେ ମାନସିକସ୍ତରରେ ଭାଙ୍ଗିପଡ଼ିଛନ୍ତି କଟକ ଜିଲା ମାହାଙ୍ଗା ମଧୁପୁର ଗ୍ରାମର ଏହି ମେଧାବୀ ଦିବ୍ୟାଙ୍ଗ ଛାତ୍ର ରବୀନ୍ଦ୍ର କୁମାର ଦାଶ। ନ୍ୟାୟ ପାଇଁ ଗୁହାରି ଜଣାଇ ସେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ନ୍ୟାୟ ନ ମିଳିଲେ ନବୀନ ନିବାସ ଆଗରେ ଆତ୍ମହତ୍ୟା କରିବେ ବୋଲି ରବୀନ୍ଦ୍ର କ୍ଷୋଭ ଓ ଦୁଃଖର ସହ କହିଛନ୍ତି।
ସୂଚନା ଅନୁଯାୟୀ, ୨୦୦୬ରେ ରବୀନ୍ଦ୍ର କଟକ ବୋର୍ଡ ସ୍କୁଲରୁ ମାଟ୍ରିକ୍‌ ପାସ କରିଥିଲେ। ପରେ ସେ ଚୟନ ପ୍ରକ୍ରିୟା ଅନୁସାରେ ରେଭେନ୍ସା କଲେଜରେ ଯୁକ୍ତଦୁଇ ପଢିବାର ସୁଯୋଗ ପାଇଥିଲେ। ତାଙ୍କୁ ଚତୁର୍ଥ ବିଷୟ ଭାବେ ସଂସ୍କୃତ ଦିଆଗଲା। ପରେ ବିଜ୍ଞପ୍ତି ଅନୁଯାୟୀ ଏଜୁକେଶନ୍‌ (ଶିକ୍ଷା) ବିଷୟକୁ ବଦଳାଇ ଦେଇଥିଲେ। ସଂସ୍କୃତ ବିଷୟରୁ ଏଜୁକେଶନକୁ ବଦଳାଇ ଦିଆଯାଇଥିବା ନେଇ ରବୀନ୍ଦ୍ରଙ୍କୁ କଲେଜ କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ। ତେବେ ୨୦୦୮ରେ ମୁଖ୍ୟ ପରୀକ୍ଷା ଦେବା ପୂର୍ବରୁ ତାଙ୍କର ଯେଉଁ ଆଡମିଟ୍‌କାର୍ଡ ଆସିଥିଲା, ସେଥିରେ ରେଜିଷ୍ଟ୍ରେଶନ ନମ୍ବର ୨୦୦୬୦୮/୪୭ ରହିଥିବାବେଳେ ବାଧ୍ୟତାମୂଳକ ବିଷୟ ଭାବେ ଇଂଲିଶ, ଓଡ଼ିଆ ଏବଂ ଇଚ୍ଛାଧୀନ ବିଷୟ ଭାବେ ରାଜନୀତି ବିଜ୍ଞାନ, ସାମାଜିକ ବିଜ୍ଞାନ ଓ ଅର୍ଥନୀତି ବିଷୟ ଉଲ୍ଲେଖ ଥିଲା। ସେହିପରି ଅତିରିକ୍ତ ଇଚ୍ଛାଧୀନ ବିଷୟ ଭାବେ ଏଜୁକେଶନ ଉଲ୍ଲେଖ ରହିଥିଲା। ଆଡମିଟ୍‌ କାର୍ଡ ଅନୁଯାୟୀ ରବୀନ୍ଦ୍ର ପରୀକ୍ଷା ଦେଇଥିଲେ। ହେଲେ ପରୀକ୍ଷାଫଳ ବାହାରିବା ସମୟରେ ତାଙ୍କର ଫଳ ପ୍ରକାଶ ପାଇ ନ ଥିଲା। ଏ ନେଇ ସେ ସିଏଚ୍‌ଏସଇ ଅଫିସକୁ ଯାଇ ବୁଝାବୁଝି କରିବାରୁ ତୁମର ସଂସ୍କୃତ ବିଷୟ ଥିବାବେଳେ ତୁମେ ପରୀକ୍ଷା ଦେଇ ନ ଥିବାରୁ ଫଳ ବାହାରିନାହିଁ ବୋଲି କୁହାଯାଇଥିଲା। ପରେ ସେ ପରୀକ୍ଷା ନିୟନ୍ତ୍ରକଙ୍କୁ ଭେଟିବାକୁ ଯାଇଥିଲେ ମଧ୍ୟ ତାଙ୍କୁ ଧକ୍କାମାରି ବିଦା କରିଦିଆଯାଇଥିଲା। ଶେଷରେ କିଛି ବାଟ ନ ପାଇ ରବୀନ୍ଦ୍ର ହାଇକୋର୍ଟ ଏବଂ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ପରୀକ୍ଷା ଫଳ ପ୍ରକାଶ ପାଇଁ ସିଏଚ୍‌ଏସ୍‌ଇକୁ ୨୦୦୯ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେହିପରି କ୍ଷତିପୂରଣ ବାବଦକୁ ୧ଲକ୍ଷ ୨ହଜାର ଟଙ୍କା ଦେବାକୁ ସିଏଚ୍‌ଏସ୍‌ଇକୁ ଖାଉଟି ଅଦାଲତ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କର୍ତ୍ତୃପକ୍ଷ ଏହାକୁ ମାନିନାହାନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ନ ମାନିବା ଆଇନଗତ ଅପରାଧ। ହେଲେ କର୍ତ୍ତୃପକ୍ଷଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ସମସ୍ତଙ୍କୁ ଚକିତ କରିଛି। ପରେ ଏ ନେଇ ସେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଜଣାଇଛନ୍ତି। ସାର୍ଟିଫିକେଟ ନ ଥିବାରୁ ସେ ଉଚ୍ଚଶିକ୍ଷା ଗ୍ରହଣ କରିପାରୁନାହାନ୍ତି କି ଚାକିରି କରିପାରୁନାହାନ୍ତି। ଏଣେ ବୟସ ଗଡ଼ିଯାଉଛି। ତେଣୁ ସେ ଚିନ୍ତାରେ ଅଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ନ୍ୟାୟ ନ ଦେଲେ ସେ ଆତ୍ମହତ୍ୟା ଭଳି ଚରମ ପନ୍ଥା ଆପଣେଇବାକୁ ବାଧ୍ୟ ହେବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଏ ନେଇ ସିଏଚ୍‌ଏସ୍‌ଇର ପରୀକ୍ଷା ନିୟନ୍ତ୍ରକ ଡା. ବିଜୟ କୁମାର ସାହୁ କହିଛନ୍ତି, ସମ୍ପୃକ୍ତ ଛାତ୍ର ଚଞ୍ଚକତା କରି ଏଜୁକେଶନ୍‌ ବିଷୟ ନେଇଥିଲେ। ତାଙ୍କ ନାମରେ ରେଭେନ୍ସା ପ୍ରିନ୍ସିପାଲ ମଧ୍ୟ ଅଭିଯୋଗ ଆଣିଥିଲେ। ସେ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସାହୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri