Posted inଫୁରସତ

ଅକ୍ସଫୋର୍ଡ ୟୁନିଭର୍ସିଟିରେ ପଢ଼ି ବି ବେରୋଜଗାର: ମା’ବାପା ଚଳିବାକୁ ଟଙ୍କା ନ ଦେବାରୁ କୋର୍ଟରେ ପହଞ୍ଚିଲେ ଏହି ବ୍ୟକ୍ତି

ପିଲାଟିଏ ସକ୍ଷମ ନ ହେବା ପର୍ଯ୍ୟନ୍ତ ତାର ଖର୍ଚ୍ଚ ମା’ବାପା ଉଠାଇଥାନ୍ତି। ହେଲେ ଯଦି ଉଚ୍ଚଶିକ୍ଷିତ ହେବା ପରେ କେହି ନିଜ ଗୋଡ଼ରେ ଛିଡ଼ା ହେବା ପରିବର୍ତ୍ତେ ମା’ବାପାଙ୍କୁ ସହାୟତା କରିବାକୁ ଜିଦ୍‌ ଧରି ବସେ, ଏପରିକି ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରେ ତେବେ କଥାଟି ଆଶ୍ଚର୍ଯ୍ୟ କରିବ ନିଶ୍ଚୟ। ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଲଣ୍ଡନରେ। ବ୍ୟକ୍ତିଜଣଙ୍କ ହେଉଛନ୍ତି ଫୈଜ ସିଦ୍ଧକି। ସେ ଅକ୍ସଫୋର୍ଡରୁ ନିଜର ଗ୍ରାଜୁଏଶନ୍‌ ଶେଷ କରିଛନ୍ତି। ହେଲେ ସେ ବେରୋଜଗାର। ଏବେ ସେ ନିଜର ମା’ବାପାଙ୍କୁ କାଠଗଡ଼ାରେ ଛିଡ଼ା କରାଇବାକୁ ଯାଉଥିବାରୁ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ ଦୁବାଇରେ ରହୁଥିବା ନିଜ ମା’ବାପାଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ। ପିଲାଟିବେଳୁ ସ୍ବାସ୍ଥ୍ୟଗତ ଅସୁବିଧା ଥାଇ ବଡ଼ ହୋଇଥିବାରୁ ଆର୍ଥିକ ସହାୟତା ପାଇବାକୁ ହକ୍‌ଦାର ବୋଲି ସିଦ୍ଧକି କହିଛନ୍ତି।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପରେ ସିଦ୍ଧକୀ ଆଇନ୍‌ ମଧ୍ୟ ପଢ଼ିଛନ୍ତି। ହେଲେ ୨୦୧୧ରୁ ସେ ବେରୋଜଗାର ଅଛନ୍ତି। ଏବେ ସେ ଲଣ୍ଡନର ହାଇଡ୍‌ ପାର୍କ ନିକଟରେ ଥିବା ଏକ ଫ୍ଲାଟ୍‌ରେ ରହୁଛନ୍ତି। ଏହି ଘର ତାଙ୍କ ୬୯ ବର୍ଷୀୟ ମା’ ଏବଂ ୭୧ ବର୍ଷୀୟ ବାପା ଜାଭେଦଙ୍କ ନାମରେ ରହିଛି। ତାଙ୍କ ଚଳିବା ପାଇଁ ତାଙ୍କ ମା’ବାପା ପ୍ରତି ସପ୍ତାହରେ ୪୦୦ ପାଉଣ୍ଡରୁ ଅଧିକ ଟଙ୍କା ଦେଇଆସୁଥିଲେ। ଏଥିସହ ସମସ୍ତ ବିଲ୍‌ ମଧ୍ୟ ପୈଠ କରୁଥିଲେ। ହେଲେ ଏବେ ସେ ଏପରି କରିବାକୁ ଚାହୁଁନାହାନ୍ତି। ଫଳରେ ସିଦ୍ଧକି ଉଭୟଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଏହାକୁ କୋର୍ଟ ଅଫ୍‌ ଅପିଲ୍‌କୁ ପଠାଯାଇଛି।

ଗତ ୨୦୧୮ରେ ଏକ ଫାମିଲି କୋର୍ଟରେ ତାଙ୍କର ଏକ ଅଭିଯୋଗକୁ ଖାରଜ କରି ଦିଆଯାଇଥିଲା। ସେ ଅକ୍ସଫୋର୍ଡ ୟୁନିଭର୍ସିଟି ଉପରେ ମକଦ୍ଦମା କରିବାକୁ ଚେଷ୍ଟା କରିଥିଲେ। ଖରାପ ଶିକ୍ଷାଦାନ କରିଥିବାରୁ ୧ ମିଲିୟନ ଜରିମାନା ତାଙ୍କୁ ଦିଆଯାଉ ବୋଲି ସେ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri