Posted inRasifala

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ
ଆଜି ଆନୁଷ୍ଠାନିକ କାମ, ପରିବାର, ଯାନବାହନ, ସଭାସମିତିରେ ସଫଳତା ପାଇବାରେ କୌଣସି ଅସୁବିଧା ହେବ ନାହିଁ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଜରୁରୀ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ବାଧାପ୍ରାପ୍ତ ହୋଇପାରେ। ଯାତ୍ରାରେ କାର୍ଯ୍ୟସିଦ୍ଧି ହେବ ଓ ଆଶା ନିଶ୍ଚିତ ପୂରଣ ହୋଇଯିବ।
ବୃଷ
ବୃଷ
କାର୍ଯ୍ୟ ହାସଲ ପରିପ୍ରେକ୍ଷୀରେ ଅନ୍ୟମାନଙ୍କୁ ମନେଇବାରେ ସଫଳ ହେବେ, କିନ୍ତୁ ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡ଼ିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଭଲ ଲାଭ ପାଇବେ। ମାଙ୍ଗଳିକ କାମ ସକାଶେ କୌଣସି ଉପକରଣ କ୍ରୟ କରିପାରନ୍ତି। ବକେୟା ଅର୍ଥ ଆଦାୟ ସକାଶେ ଅନ୍ୟର ସାହାଯ୍ୟ ନେବାର ସମ୍ଭାବନା ରହିଛି।
ମିଥୁନ
ମିଥୁନ
ପ୍ରତିବନ୍ଧକ କାରଣରୁ ଅଟକି ରହିଥିବା କାମ ସକାଶେ ଅନୁତାପ କରିବାକୁ ବାଧ୍ୟ ହେବେ। ଆକସ୍ମିକ ଭାବରେ ଆଗନ୍ତୁକ ଅତିଥିଙ୍କ ଚର୍ଚ୍ଚାକୁ ନେଇ ମନ ଖୁସି ରହିବ। ଆଗାମୀ ମାଙ୍ଗଳିକ କର୍ମ ସକାଶେ ଘର ସାଜସଜ୍ଜା କରିପାରନ୍ତି। ଭ୍ରମଣ, ରାଜନୀତି, ପ୍ରଶାସନ, ସଭାସମିତି, ଲେଖାପଢ଼ା ପାଇଁ ଦିନଟି ବହୁତ ଭଲ।
କର୍କଟ
କର୍କଟ
ଆପଣ ଯାହା ଓ ଯେପରି ଭାବୁଛନ୍ତି ତାହା ହିଁ ହେବ ଓ ପାଇବେ, କିନ୍ତୁ ପରିଣତ ସମୟକୁ ଅପେକ୍ଷା କରିବାକୁ ପଡ଼ିବ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୌଣସି ଭୁଲ୍‌କାମ କରିପାରନ୍ତି। କର୍ମକ୍ଷେତ୍ରରେ ସାଧାରଣ କଥାରୁ କଳହର ସମ୍ମୁଖୀନ ହେବାକୁ ପଡ଼ିବ। ଟିକିଏ ଟିକିଏ କଥାରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟି କରିବ।
ସି˚ହ
ସି˚ହ
ପାରିବାରିକ ସମସ୍ୟାର ସରଳ ସମାଧାନ ସକାଶେ ବନ୍ଧୁଙ୍କୁ ନେହୁରା ହେବାକୁ ପଡ଼ିପାରେ। ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି, ଏଣୁ ସାବଧାନ ରହିବା ଭଲ। ଆନୁଷ୍ଠାନିକ କ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ଅସମ୍ମାନିତ ହୋଇପାରନ୍ତି। ଜମି କିଣାବିକା ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।
କନ୍ୟା
ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରି ପରେ ଚିନ୍ତିତ ହେବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବ। ବନ୍ଧୁଙ୍କ ସ୍ବାସ୍ଥ୍ୟହାନି କାରଣରୁ ଡାକ୍ତରଙ୍କ ପରାମର୍ଶ ପାଇଁ ଆପଣଙ୍କୁ ଦୌଡ଼ିବାକୁ ପଡ଼ିପାରେ।
ତୁଳା
ତୁଳା
ଆଜି ଯେଉଁ କାମଟିକୁ ଆରମ୍ଭ କରିବାକୁ ଯାଉଛନ୍ତି ତାହା ନିର୍ବିଘ୍ନରେ ସମାପନ ହୋଇଯିବ। ବିଶେଷ ଭ୍ରମଣ କାରଣରୁ ସାମୟିକ ଭାବରେ ଶାରୀରିକ ଆଶ୍ୱସ୍ତି ଅନୁଭବ କରିବେ। ହଠାତ୍‌ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହେବା ଶତ୍ରୁତାର କାରଣ ହୋଇପାରେ। କୌଣସି କାମ ହାସଲ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରି ଦୁଃଖିତ ହେବେ।
ବିଛା
ବିଛା
କାମ ହାସଲର ଖୁସି କାରଣରୁ ପ୍ରବଣତାବଶତଃ ଏଣୁତେଣୁ କହିବା ସମସ୍ୟାର କାରଣ ହେବ। ଅଟକି ରହିଥିବା କାମରେ ଅଳ୍ପ ସମୟ ଅପେକ୍ଷା କରନ୍ତୁ, ଦେଖିବେ ସବୁଠିକ୍‌ ହୋଇଯିବ। ଈର୍ଷାପରାୟଣ ବ୍ୟକ୍ତିଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ଆଜି ବନ୍ଧୁମାନଙ୍କ କଥାରେ ପଡ଼ି ମନୋରଞ୍ଜନ କାର୍ଯ୍ୟରେ ରୁଚି ବଳିବ, କିନ୍ତୁ ଶାନ୍ତି କିମ୍ବା ସନ୍ତୋଷ ପାଇ ପାରିବେ ନାହିଁ। ଫେରିବା ରାସ୍ଥାରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। କର୍ମକ୍ଷେତ୍ରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ସାଂଗଠନିକ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ମକର
ମକର
ସବୁ ସମୟରେ ନିଜ ପାଖରେ ରହୁଥିବା କୌଣସି ବ୍ୟକ୍ତି ଦ୍ୱାରା କାମ ହାସଲ କରିବେ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହେବ। କଳା ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ। ଭାବୁଥିବା କାମଟି ସକାଶେ କିଛି ସହଯୋଗ ଆଶା ରଖି ବନ୍ଧୁଙ୍କ ଆଗରେ ପ୍ରକାଶ କରିପାରିବେ ନାହିଁ।
କୁମ୍ଭ
କୁମ୍ଭ
ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବା କାରଣରୁ ଚିନ୍ତା ପ୍ରକଟ କରିବେ। ବିଭିନ୍ନ ପ୍ରକାର ସମସ୍ୟାମୂଳକ କାମରେ ପ୍ରବେଶ କରି ବ୍ୟସ୍ତତା ଅନୁଭବ କରି ପାରନ୍ତି। ଅବଶ୍ୟ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ପାରିବାରିକ ସୁଖ ସ୍ବାଛନ୍ଦ୍ୟ କାରଣରୁ କିମ୍ବା ହସଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ।
ମୀନମୀନ
ଆଜି ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କରିବା କ୍ଷେତ୍ରରେ ବନ୍ଧୁଙ୍କ ଅବଦାନ ସ୍ମରଣୀୟ ରହିବ। ବୁଝାମଣା ମାଧ୍ୟମରେ ପାରିବାରିକ ଅଶାନ୍ତିର ସମାପ୍ତି ଘଟାଇବେ। ବଡ଼ ଭାଇଙ୍କ ସ୍ବାସ୍ଥ୍ୟ ଓ ସମ୍ପର୍କୀୟଙ୍କ ଅନୁଚିତ ଚିନ୍ତାଧାରା ମନକୁ ବ୍ୟଥିତ କରିପାରେ। ବ୍ୟବସାୟ, ବାଣିଜ୍ୟ, ପରିବହନ ମାନ୍ଦା ହେବ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ମେ ୩ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ଚନ୍ଦ୍ର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ପାରିବାରିକ ଜୀବନକୁ ସୁନ୍ଦର ସାବଲୀଳ କରିବେ। କର୍ମକ୍ଷେତ୍ରରେ ପ୍ରତିବନ୍ଧକ ରହିଥିଲେ ମଧ୍ୟ ଉଦ୍ୟମ ନିଷ୍ଫଳ ହେବନାହିଁ।...

ରାଶିଫଳ: ଗୁରୁବାର, ମେ ୨ ତାରିଖ – Daily Horoscope

ମେଷ ଚନ୍ଦ୍ର ଧନିଷ୍ଠା ନକ୍ଷତ୍ରସ୍ଥ ଯୋଗୁ ପାରିବାରିକ ସମସ୍ୟା, ପରିବହନରେ ଝଗଡା ଏବଂ କର୍ମକ୍ଷେତ୍ରରେ ବିବାଦର ଆଶଙ୍କା ରହିଛି। ପିଲା ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ...

ରାଶିଫଳ: ବୁଧବାର, ମେ ୧ ତାରିଖ – Daily Horoscope

ମେଷ ରାଶିରେ ରବିଙ୍କ ସହ ଗୁରୁ ଓ ଶୁକ୍ରଙ୍କ ସଂଯୋଗ କାର୍ଯ୍ୟସିଦ୍ଧି ସହ ସମ୍ମାନଜନକ ସ୍ଥିତିରେ ଅବସ୍ଥାପିତ କରିବ। ସାଂଗଠନିକ ସ୍ଥିତି ସୁଦୃଢ଼ ରହିବା ସହ...

ରାଶିଫଳ: ମଙ୍ଗଳବାର , ଏପ୍ରିଲ ୩୦ ତାରିଖ – Daily Horoscope

ମେଷ ଆପଣ ସାଧାରଣ ସ୍ଥିତିରୁ ଅସାଧାରଣ ସ୍ଥିତିରେ ଉପନୀତ ହେବାର ସୁଯୋଗ ପ୍ରାପ୍ତ କରିବେ। ଏପରିକି ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ...

ରାଶିଫଳ: ସୋମବାର, ଏପ୍ରିଲ ୨୯ ତାରିଖ – Daily Horoscope

ମେଷ ଆଜି ନବମସ୍ଥ ଚନ୍ଦ୍ର ହେତୁ ପଡ଼ୋଶୀ, ବନ୍ଧୁବାନ୍ଧବ, ସହକର୍ମୀଙ୍କ ସହ ଆମତ୍ୀୟତା ବେଶ୍‌ ଜମିବ। ବନ୍ଧୁଙ୍କ ସହ ଧାରକରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ...

ରାଶିଫଳ: ରବିବାର, ଏପ୍ରିଲ ୨୮ ତାରିଖ – Daily Horoscope

ମେଷ ଆଜି ନିଜ ରାଶି ଓ ଦ୍ୱାଦଶ ସ୍ଥାନରେ ଏକାଧିକ ଗ୍ରହ ଅବସ୍ଥାନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ରହିବ। ଅଫିସ୍‌ କାମରୁ ଜମା ଫୁରୁସତ୍‌...

ରାଶିଫଳ: ଶନିବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କାମଟି ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ଅନ୍ୟକୁ ନିର୍ଦ୍ଦେଶ ଦେବେ କିନ୍ତୁ ନିଜକୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri