ଭୁବନେଶ୍ୱର, ୨୪ା୨(ବ୍ୟୁରୋ): ନୟାଗଡ଼ ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ସରକାର ଅସଲ ଅପରାଧୀକୁ ଧରିବା ପରିବର୍ତ୍ତେ ନ୍ୟାୟକୁ ବାଟବଣା କରିବା ପାଇଁ ଅପଚେଷ୍ଟା କରିଛନ୍ତି। ଜାନୁୟାରୀ ୧୪ରେ ପରୀର ମା’ ସୌଦାମିନୀ ସାହୁ ୫୫୦୦ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେଦିନ ସୁପ୍ରିମକୋର୍ଟ ଉଭୟ ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ କରି ଫେବୃୟାରୀ ୨୨ ସୁଦ୍ଧା ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାର ତଦନ୍ତ ପାଇଁ ସରକାରଙ୍କ ଦ୍ୱାରା ଗଠିତ ଏସ୍ଆଇଟି ନୟାଗଡ଼ ଚିଲ୍ଡ୍ରେନ କୋର୍ଟରେ ଚାର୍ଜଶିଟ ମଧ୍ୟ ଦାଖଲ କରିସାରିଛି। ହେଲେ ସରକାର ଫେବୃୟାରୀ ୨୨ରେ ସୁପ୍ରିମକୋର୍ଟରେ କୌଣସି ପକ୍ଷ ନ ରଖି ଓଲଟା ୪ ସପ୍ତାହ ମହଲତ ମାଗିଥିଲେ। ଯେତେବେଳେ ସରକାର ଚିଲ୍ଡ୍ରେନ କୋର୍ଟରେ ନାବାଳକ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଚାର୍ଜଶିଟ ଦାଖଲ କରିଛନ୍ତି ଏବଂ ତଥ୍ୟ ପ୍ରମାଣ ସହ ତାକୁ ଦଣ୍ଡ ଦେବା ପାଇଁ ପର୍ଯ୍ୟାପ୍ତ ବୋଲି କହୁଛନ୍ତି, ସେତେବେଳେ ଏହି ପ୍ରମାଣ ସୁପ୍ରିମକୋର୍ଟରେ ରଖିବା ପାଇଁ କାହିଁକି ଡରିଲେ ବୋଲି ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ା ଏହି ୪ ସପ୍ତାହରେ ସବୁ ପ୍ରକାର ତଥ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ରାଜ୍ୟ ସରକାର ମହଲତ ନେଇଛନ୍ତି ା ୫ ବର୍ଷର ଶିଶୁ କନ୍ୟା ପରୀକୁ ନ୍ୟାୟ ନ ଦେବା ପାଇଁ ସରକାର ଅଣ୍ଟା ଭିଡ଼ିଥିବା ଲେଖାଶ୍ରୀ କହିଛନ୍ତି। ଅନ୍ୟପକ୍ଷରେ ଲେଖାଶ୍ରୀଙ୍କ ମନ୍ତବ୍ୟକୁ କଡ଼ା ଭାଷାରେ ସମାଲୋଚନା କରାଯାଇ ସେ ମାନସିକ ଭାରସାମ୍ୟ ହରାଇବା ଭଳି ଲକ୍ଷ୍ୟ କରାଯାଉଥିବା ବିଜେଡି ଅଭିଯୋଗ କରିଛି। ବିଜେଡି ନେତ୍ରୀ ଈପ୍ସିତା ସାହୁ କହିଛନ୍ତି, ବାରମ୍ବାର କହୁଛୁ ଯଦି ତାଙ୍କ ପାଖେ କିଛି ତଥ୍ୟ ପ୍ରମାଣ ଅଛି, ତେବେ ଅଦାଲତରେ ଦାଖଲ କରନ୍ତୁ। ଏହାଦ୍ୱାରା ସେ ତଦନ୍ତକୁ ଦିଗହରା ଓ ବାଟବଣା କରିବାକୁ ଚାହୁଁଛନ୍ତି। ଏଭଳି କାର୍ଯ୍ୟ ପାଇଁ ସେ ଲଜ୍ଜିତ ହେବା ସହିତ ରାଜ୍ୟବାସୀଙ୍କ ନିକଟରୁ କ୍ଷମା ମାଗିନେବା ଉଚିତ। ଲେଖାଶ୍ରୀଙ୍କ ଉପରେ ଏବେ ଦୟା ଆସୁଛି। ଗତ ୨ଟି ନିର୍ବାଚନରେ ଭାଜପା ତାଙ୍କୁ ଟିକେଟ ଦେଇ ନ ଥିବାରୁ କାଳେ ଏଥର ମିଳିଯିବ ସେହି ଆଶାରେ ସେ ବର୍ତ୍ତମାନ ପିପିଲିରେ ନାକ ପୂରାଉଛନ୍ତି। ଜଣେ ମହିଳା ହିସାବରେ ଲେଖାଶ୍ରୀଙ୍କ ପ୍ରତି ସମବେଦନା ଜଣାଉଛି ବୋଲି ଈପ୍ସିତା କହିଛନ୍ତି।
ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି
ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...
ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ
ଭୁବନେଶ୍ୱର, ୨୫।୧୨(ସୁନିତ୍ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍ ଆଇଏଏସ୍ ଅଫିସର୍ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର ନୂଆ ମୁଖ୍ୟ ଶାସନ...
ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି
ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...
‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ
ଭୁବନେଶ୍ୱର,୨୫।୧୨(ରବିନାରାୟଣ ଜେନା): ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ...
ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...
ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…
ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...
ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...
Archives


