ମାନବିକତା ଦେଖାଇଲେ ମୁସଲମାନ ଯୁବକ

ସମ୍ବଲପୁର,୨୨ା୨(ବ୍ୟୁରୋ): ମାନିବିକତ ଆଗରେ କୌଣସି ଧର୍ମ ବଡ଼ ନୁହେଁ। ଏହାର ଜ୍ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିମ୍‌ସାର କୋଭିଡ୍‌ ହସ୍ପିଟାଲରେ। ମୃତ୍ୟୁ ଘଟିଥିବା ଜଣେ ଖ୍ରୀଷ୍ଟିୟାନ ମହିଳାଙ୍କ ଶେଷକୃତ୍ୟରେ ସାମିଲ ହୋଇଛନ୍ତି ମୁସଲମାନ ଯୁବକ। ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲା ବେଲପାହାଡ଼ ଅଞ୍ଚଳର ଜଣେ ଖ୍ରୀଷ୍ଟିୟାନ ମହିଳା ଫେବୃୟାରୀ ୨୦ରେ ଭିମ୍‌ସାର କୋଭିଡ୍‌ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୨୨ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଶେଷକୃତ୍ୟ ପାଇଁ ତାଙ୍କ ୨ ଝିଅଙ୍କୁ କୁହାଯାଇଥିଲା। ଝିଅମାନେ ଗ୍ରାମରେ ଥିବା ସମ୍ପ୍ରଦାୟ ଲୋକଙ୍କୁ ଜଣାଇଥିଲେ। ସେମାନେ ସହଯୋଗ କରିବା ବଦଳରେ ସେଠାରେ ମୃତଦେହ ସତ୍କାର କରିବାକୁ ପରାମର୍ଶ ଦେଇଥିଲେ। ପ୍ରାୟ ୨୫ ଘଣ୍ଟା ଧରି ମୃତଦେହ ପଡିରହିଥିବା ବେଳେ ଦୁଇ ଝିଅ ଅସହାୟ ହୋଇ ପଡିଥିଲେ। କୋଭିଡ୍‌ ମେଡିକାଲର ଜଣେ କର୍ମଚାରୀ ଏନେଇ ବୁର୍ଲା ସହରରେ ରହୁଥିବା ମହମ୍ମଦ ସୋହିବଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଖବର ପାଇ ସୋହିବ ମେଡିକାଲରେ ପହଞ୍ଚତ୍ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ପରେ ସେ ମହତାବ ନଗରରେ ଥିବା ଖ୍ରୀଷ୍ଟିଆନଙ୍କ କବରସ୍ଥାନରେ ଶେଷକୃତ୍ୟ କରିବାକୁ ସ୍ଥାନୀୟ ଫାଦରଙ୍କ ସହ ଯୋଗାଯୋଗ କରିଥିଲେ। ମୃତଦେହକୁ କବରସ୍ଥାନକୁ ନେଇଥିଲେ। ଫାଦର, ମେଡିକାଲ କର୍ମଚାରୀ ଏବଂ ୨ ଝିଅଙ୍କ ଉପସ୍ଥିତିରେ ଖ୍ରୀଷ୍ଟିଆନ ଧର୍ମ ଅନୁସାରେ ମହିଳାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସୋହିବଙ୍କ ମଣିଷପଣିଆକୁ ବିଭିନ୍ନ ମହଳରେ ପ୍ରସଂଶା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

ବାଜିଲା ବାଂଲାଦେଶ ନିର୍ବାଚନ ବିଗୁଲ, ଲଢ଼ିପାରିବନି ଶେଖ ହସିନାଙ୍କ ପାର୍ଟି

ନୂଆଦିଲ୍ଲୀ,୧୧ା୧୨: ବାଂଲାଦେଶର ତ୍ରୟୋଦଶ ସଂସଦୀୟ ନିର୍ବାଚନ  ଆସନ୍ତା ଫେବୃଆରୀ 12 ତାରିଖରେ ଅନୁଷ୍ଠିତ ହେବ । ବାଂଲାଦେଶର ମୁଖ୍ୟ ନିର୍ବାଚନ କମିଶନର ଏଏମଏମ ନାସିର ଉଦ୍ଦିନ...

ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...

ଗୋଆ ନାଇଟ କ୍ଲବ ମାଲିକ ଲୁଥ୍ରା ବ୍ରଦର୍ସଙ୍କୁ ବଡ଼ ଝଟକା, ଆଗୁଆ ଜାମିନ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ,୧୧।୧୨: ଗୋଆର ପ୍ରସିଦ୍ଧ ବିର୍ଚ ବାଇ ରୋମିଓ ନାଇଟ କ୍ଲବରେ ଅଗ୍ନିକାଣ୍ଡ ଘଟଣାରେ ଦିଲ୍ଲୀର ରୋହିଣୀ କୋର୍ଟ ରେଷ୍ଟୁରାଣ୍ଟ ମାଲିକ ଗୌରବ ଲୁଥ୍ରା ଏବଂ ସୌରଭ...

‘ଧୁରନ୍ଧର’ ଷ୍ଟାଇଲରେ ମୋଦି, ପୁଟିନଙ୍କ ସହ ଜବରଦସ୍ତ କେମେଷ୍ଟ୍ରି, ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କଲା…

ନୂଆଦିଲ୍ଲୀ,୧୧।୧୨: ମଧ୍ୟପ୍ରଦେଶ ସରକାର ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଧୁରନ୍ଧର ଷ୍ଟାଇଲ’ରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓଟି ସହିତ ଏକ କ୍ୟାପସନ ଅଛି ଯାହା...

କାହିଁକି ଆପଲକୁ ନୋଟିସ ପଠାଇଲେ ସରକାର? ୟୁଜର୍ସଙ୍କୁ ଏଭଳି ଆଲର୍ଟ ପଠାଇଥିଲା କମ୍ପାନୀ

ନୂଆଦିଲ୍ଲୀ,୧୧ା୧୨: ଗତ କିଛିଦିନ ତଳେ ଆପଲ୍ ଏବଂ ଗୁଗୁଲ ନିଜ ୟୁଜର୍ସଙ୍କୁ ଆଲର୍ଟ ପଠାଇଥିଲେ । ସ୍ପାଇବେୟାରରେ ଦ୍ବାରା ୟୁଜର୍ସଙ୍କୁ ନିଶାନା କରାଯାଇପାରେ ବୋଲି ମେସେଜ...

କୋହଲିଙ୍କ ସହ ରିଲ୍ସ କରି ରାତାରାତି ସୋସିଆଲ ମିଡିଆ ଷ୍ଟାର ପାଲଟିଗଲେ ଅର୍ଶଦୀପ, ଜାଣନ୍ତୁ କାହିଁକି ଆରମ୍ଭ କରିଥିଲେ YouTube

ନୂଆଦିଲ୍ଲୀ,୧୧।୧୨: ଟିମ ଇଣ୍ଡିଆର ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହ କେବଳ ପଡ଼ିଆରେ ନୁହେଁ ବରଂ ସୋସିଆଲ ମିଡିଆରେ ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି। ତାଙ୍କର...

ହୋଟେଲରେ ବଡ଼ ଧରଣର ଚଢ଼ାଉ: ୪୯ ହଜାର ଜରିମାନା ଆଦାୟ

ଖଡ଼ିଆଳ,୧୧ା୧୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସହରରେ ଥିବା ବିଭିନ୍ନ ଦୋକାନ ଏବଂ ହୋଟେଲରେ ଗୁରୁବାର ଖାଦ୍ୟ ସୁରକ୍ଷା ଅଧିକାରୀ, ପୋଲିସ ଓ ଏନ୍‌ଏସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri