Posted inଜାତୀୟ

‘ଟିକସ ଛାଡ଼ କରୁ କେନ୍ଦ୍ର’

ନୂଆଦିଲ୍ଲୀ, ୨୧।୨: କ୍ରମାଗତ ତୈଳ ଦର ବୃଦ୍ଧି ପ୍ରତିବାଦରେ ଶନିବାର ବିରୋଧୀ ଦଳ କଂଗ୍ରେସ ବିଭିନ୍ନ ରାଜ୍ୟରେ ରାସ୍ତାକୁ ଓହ୍ଲାଇଛି। ମଧ୍ୟପ୍ରଦେଶରେ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଅଧାଦିନ ବନ୍ଦ ପାଳନ କରାଯାଇଥିବାବେଳେ ରାଜସ୍ଥାନ ଓ ଦିଲ୍ଲୀରେ ବିକ୍ଷୋଭ କରାଯାଇଛି। ବନ୍ଦ ପାଳନରେ ସହଯୋଗ କରିବା ଲାଗି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ। କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ଓ ଅନ୍ୟମାନେ ଭୋପାଳରେ ବନ୍ଦ ପାଳନରେ ସାମିଲ ହୋଇଥିଲେ। କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉପତ୍ାଦ ଶୁଳ୍କ ଛାଡ଼ କରିବାକୁ ଦିଗ୍‌ବିଜୟ ଆହ୍ବାନ ଦେଇଥିଲେ। ବନ୍ଦ ପାଳନ ବେଳେ ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ପି.ସି. ଶର୍ମାଙ୍କ ସମେତ କେତେଜଣ କଂଗ୍ରେସ ନେତାଙ୍କୁ ପୋଲିସ ଅଟକ ରଖିଥିଲା। ସେଠାରେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା।
ରାଜଧାନୀ ଦିଲ୍ଲୀରେ ଯୁବକଂଗ୍ରେସ କର୍ମୀମାନେ ତୈଳ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଲ୍‌ପିଜି ଦରବୃଦ୍ଧିର ପ୍ରତିବାଦ ସ୍ବରୂପ ସେମାନେ ପାରମ୍ପରିକ ଜାଳେଣି କାଠ ଜାଳି ରୋଷେଇ କରିଥିଲେ। ଏଲ୍‌ପିଜି ସିଲିଣ୍ଡର ପିଛା ଦର ୫୦ ଟଙ୍କା ବଢ଼ିଥିବାରୁ ଏହାର ପ୍ରତିବାଦରେ କଂଗ୍ରେସ ସଦସ୍ୟମାନେ ବିନା ଶାର୍ଟରେ ବିକ୍ଷୋଭ କରିଥିଲେ। ସେହିପରି ରାଜସ୍ଥାନ ରାଜଧାନୀ ଜୟପୁରରେ ପଦଯାତ୍ରା ଓ ଟ୍ରାକ୍ଟର ରାଲି ବାହାରିଥିଲା। ସେଠାରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଓ ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଥିଲା।
ଗତ କିଛିଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ଭାବେ ବଢ଼ିଚାଲିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର ଦିଲ୍ଲୀରେ ପେଟ୍ରୋଲ ଦର ୯୦ ଟଙ୍କା ୫୮ ପଇସା ଓ ଡିଜେଲ ୮୦ ଟଙ୍କା ୮୭ ପଇସାରେ ପହଞ୍ଚତ୍ଛି। ରାଜସ୍ଥାନ ଓ ମଧ୍ୟପ୍ରଦେଶର କେତେକ ସ୍ଥାନରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିଯାଇଛି। ଦରବୃଦ୍ଧିକୁ ନେଇ ଲୋକେ ଅତିଷ୍ଠ ହୋଇପଡ଼ିଥିବାବେଳେ ଅନେକେ ସୋସିଆଲ ମିଡିଆ ଜରିଆରେ ସେମାନଙ୍କର କ୍ରୋଧ ପ୍ରକାଶ କରିବା ସହ ସରକାରଙ୍କୁ ସମାଲୋଚନା କରୁଛନ୍ତି।

‘ତୈଳ ଦର ବୃଦ୍ଧି ବିରକ୍ତିକର’

ତୈଳଦର ବୃଦ୍ଧି ବିରକ୍ତିକର ପ୍ରସଙ୍ଗ। ଦର ନ କମିବା ପର୍ଯ୍ୟନ୍ତ ଏହା ଉପରେ କାହାକୁ ବୁଝାଇବାକୁ କୌଣସି ଉତ୍ତର ନାହିଁ। ଉପଭୋକ୍ତାମାନଙ୍କ ପାଇଁ ତୈଳ ଦର ଏକ ଯୁକ୍ତିସଙ୍ଗତ ସ୍ତରକୁ କମାଇବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଆଲୋଚନା କରିବା ଆବଶ୍ୟକ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କହିଛନ୍ତି। କେନ୍ଦ୍ରୀୟ ଓ ରାଜ୍ୟ ଟିକସ ପେଟ୍ରୋଲ ଓ ଡିଜେଲ୍‌ ଖୁଚୁରା ବିକ୍ରି ମୂଲ୍ୟ ଉପରେ ଯଥାକ୍ରମେ ୬୦ ପ୍ରତିଶତ ଓ ୫୪ ପ୍ରତିଶତ ରହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri