ଚେତାଶୂନ୍ୟ ସ୍ତ୍ରୀଙ୍କୁ ମୃତ ଭାବି ଜାଳିଦେଇଥିଲେ

ଢେଙ୍କାନାଳ ଅଫିସ,୯।୨: ସ୍ବାମୀଙ୍କ ଚାପୁଡ଼ାରେ ରୋଷେଇ ଘରେ ଚେତାଶୂନ୍ୟ ହୋଇପଡ଼ିଥିଲେ ସ୍ତ୍ରୀ। ସଂଜ୍ଞାହୀନ ସ୍ତ୍ରୀଙ୍କୁ ମୃତ ଭାବି ଚାଳିଆରେ ଲଗାଇ ଦେଇଥିଲେ ନିଅଁା। ପୋଡ଼ିଯାଇ ସ୍ତ୍ରୀ ଚିତ୍କାର କରିବା ପରେ ସେ ଜୀବିତ ବୋଲି ଜାଣିପାରିଥିଲେ ଅଭିଯୁକ୍ତ ସ୍ବାମୀ। ହେଲେ ସେତେବେଳକୁ ଡେରି ହୋଇଯାଇଥିଲା। ନିଅଁାର ଅଁା ଗିଳି ସାରିଥିଲା ମହିଳାଙ୍କ ଶରୀରକୁ। ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ପଞ୍ଚାୟତର ଚୁନରଗଡ଼ି ଗ୍ରାମର ବହୁଚର୍ଚ୍ଚିତ ରିଙ୍କି ମହାକୁଡ଼ (୨୬) ହତ୍ୟାକାଣ୍ଡ ମାମଲା ପଛରେ ରହିଛି ଏଭଳି ହୃଦୟଥରା କାହାଣୀ। ପୋଲିସ ଜେରାର ସମ୍ମୁଖୀନ ହୋଇ ନ ପାରି ଅଭିଯୁକ୍ତ ସ୍ବାମୀ ନବକିଶୋର କବାଟ ଦୋଷ ସ୍ବୀକାର କରିଛନ୍ତି। ସୋମବାର ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ୨୦୧୭ ମାର୍ଚ୍ଚରେ ଭୁବନ ଥାନା ବଡ଼କାଠିଆ ଗ୍ରାମର ରିଙ୍କିଙ୍କୁ କଙ୍କଡ଼ାହାଡ଼ ଥାନା ଚୁନରଗଡି ଗ୍ରାମର ନବକିଶୋର ବିବାହ କରିଥିଲେ। ସେମାନଙ୍କର ୨ ବର୍ଷର ଏକ ଶିଶୁକନ୍ୟା ଅଛି। କୌଣସି କାରଣରୁ ସ୍ତ୍ରୀସ୍ବାମୀଙ୍କ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିଲା ଅଶାନ୍ତି। ଘରେ ଗଣ୍ଡଗୋଳ ସାଧାରଣ ଘଟଣା ପାଲଟିଥିଲା। ଗୁରୁବାର ବିଳମ୍ବିତ ରାତିରେ ମଧ୍ୟ ନବକିଶୋର ଏବଂ ରିଙ୍କିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉତ୍ତ୍ୟକ୍ତ ନବକିଶୋର ଶକ୍ତ ଚାପୁଡ଼ାରେ ସ୍ତ୍ରୀ ରୋଷେଇଘରେ ଚେତାଶୂନ୍ୟ ହୋଇପଡ଼ିଥିଲେ ରିଙ୍କି। ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ଭାବିଥିଲେ ଅଭିଯୁକ୍ତ ସ୍ବାମୀ। ପୋଲିସ ଗିରଫଦାରି ଏଡ଼ାଇବାକୁ ସେ ପାଞ୍ଚତ୍ଥିଲେ ଯୋଜନା ଏବଂ ଚାଳିଆ ରୋଷେଇ ଘରେ ନିଅଁା ଲଗାଇ ଦେଇଥିଲେ। ନିଅଁା ଧାସ ବାଜି ରିଙ୍କିଙ୍କ ସଂଜ୍ଞା ଫେରିବା ବେଳକୁ ତାଙ୍କ ଶରୀରର ଅର୍ଦ୍ଧାଧିକ ଭାଗ ଜଳିଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଶୁକ୍ରବାର ଘଟଣା ପ୍ରଘଟ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତେବେ ଛୋଟିଆ ଚାଳିଆ ଘରେ ନିଅଁା ଲାଗି ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ଅନେକ ପ୍ରଶ୍ନ ଛିଡ଼ା କରାଇଥିଲା। ସ୍ବାମୀଙ୍କ ଉପରେ ସନ୍ଦେହ ଦୃଢ଼ୀଭୂତ ହେବାପରେ ମୃତ ମହିଳାଙ୍କ ପରିବାର ଲୋକେ ଥାନାରେ ହତ୍ୟା ମାମଲା ରୁଜୁ କରିଥିଲେ। ପୋଲିସ ବିଭିନ୍ନ ଦିଗକୁ ଆଧାରକରି ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଥିଲା। ନବକିଶୋର ନିଜର ବୟାନରେ ଦୋଷ ସ୍ବୀକାର କରିଛନ୍ତି। ଏଥିରେ ଆଉ କାହାରି ସମ୍ପୃକ୍ତି ଅଛି କି ନାହିଁ ତାହାର ଖୋଳତାଡ଼ ଚାଲିଥିବା ଥାନା ଅଧିକାରୀ ଆଶିଷ କୁମାର ଜେନା କହିଛନ୍ତି। ଏ ସଂକ୍ରାନ୍ତରେ ଥାନାରେ ନଂ. ୧୪/୨୧, ଦଫା ୪୯୮ (ଏ), ୩୦୨, ୩୦୪ (ବି) ଓ ୨୦୧ରେ ଏକ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri