Posted inଖେଳ

୨୦ରୁ ବିଜୟ ହଜାରେ ଟ୍ରଫି: ଗ୍ରୁପ୍‌ ସି’ରେ ଓଡ଼ିଶା

ନୂଆଦିଲ୍ଲୀ,୭।୨(ପି.ଟି.): ଦେଶର ସର୍ବବୃହତ୍‌ ଦିନିକିଆ ଘରୋଇ ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫି ଆସନ୍ତା ଫେବୃୟାରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୪ରେ ଶେଷ ହେବ। ଦେଶର ୬ଟି ସହରର ଭେନ୍ୟୁରେ ମ୍ୟାଚ୍‌ ଆୟୋଜନ ହେବ। ଦଳଗୁଡିକ ୧୩ରୁ ବାୟୋ ବବଲରେ ପ୍ରବେଶ କରିବେ ଓ ୩ଟି କୋଭିଡ୍‌-୧୯ ପରୀକ୍ଷାର ସମ୍ମୁଖୀନ ହେବେ। ସୁରଟ, ଇନ୍ଦୋର, ବେଙ୍ଗାଲୁରୁ, କୋଲକାତା, ଜୟପୁର, ଚଣ୍ଡିଗଡ଼ରେ ମ୍ୟାଚ୍‌ଗୁଡିକ ଖେଳାଯିବ। ସେହିପରି ପ୍ଲେଟ ଗ୍ରୁପ୍‌ର ୮ଟି ଦଳଗୁଡିକ ତାମିଲନାଡୁର ବିଭିନ୍ନ ଗ୍ରାଉଣ୍ଡରେ ସେମାନଙ୍କର ମ୍ୟାଚ୍‌ ଖେଳିବେ। ଟୁର୍ନାମେଣ୍ଟର ନକ୍‌ ଆଉଟ୍‌ ମ୍ୟାଚ୍‌ଗୁଡିକ ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହେବ।
ଅଂଶଗ୍ରହଣ କରିବାକୁ ଥିବା ଦଳଗୁଡିକୁ ବିଭିନ୍ନ ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଗ୍ରୁପ୍‌ ସି’ରେ ଓଡ଼ିଶା ସାମିଲ ହୋଇଛି। ଓଡ଼ିଶା ସମେତ ଗ୍ରୁପ୍‌ ସି’ରେ କର୍ନାଟକ, ଉତ୍ତରପ୍ରଦେଶ, କେରଳ, ରେଲଓ୍ବ ଓ ବିହାର ପ୍ରଭୃତି ୬ଟି ଦଳ ସାମିଲ ରହିଛନ୍ତି।
ଏଲିଟ୍‌ ଗ୍ରୁପ୍‌ ଏ’: ଗୁଜରାଟ, ଛତିଶଗଡ଼, ହାଇଦ୍ରାବାଦ, ତ୍ରିପୁରା, ବରୋଦା ଓ ଗୋଆ। ଭେନ୍ୟୁ- ସୁରଟ।
ଗ୍ରୁପ୍‌ ବି’: ତାମିଲନାଡୁ, ପଞ୍ଜାବ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ବିଦର୍ଭ ଓ ଆନ୍ଧ୍ରପ୍ରଦେଶ। ଭେନ୍ୟୁ- ଇନ୍ଦୋର।
ଗ୍ରୁପ୍‌ ସି’: କର୍ନାଟକ, ଉତ୍ତରପ୍ରଦେଶ, କେରଳ, ଓଡ଼ିଶା, ରେଲଓ୍ବେ ଓ ବିହାର।
ଭେନ୍ୟୁ- ବେଙ୍ଗାଲୁରୁ।
ଗ୍ରୁପ ଡି’: ଦିଲ୍ଲୀ, ମୁମ୍ବାଇ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ରାଜସ୍ଥାନ, ପୁଡୁଚେରୀ। ଭେନ୍ୟୁ- ଜୟପୁର।
ଗ୍ରୁପ୍‌ ଇ’: ସର୍ଭିସେସ, ଜମ୍ମୁ ଓ କଶ୍ମୀର, ସୌରାଷ୍ଟ୍ର, ହରିୟାଣା ଓ ଚଣ୍ଡିଗଡ଼। ଭେନ୍ୟୁ- ଚଣ୍ଡିଗଡ଼।
ପ୍ଲେଟ୍‌ ଗ୍ରୁପ୍‌: ଉତ୍ତରାଖଣ୍ଡ, ଆସାମ, ନାଗାଲାଣ୍ଡ, ମେଘାଳୟ, ମଣିପୁର, ଅରୁଣାଚଳ ପ୍ରଦେଶ, ମିଜୋରାମ ଓ ସିକ୍କିମ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri