Posted inଖେଳ

ହାତରେ କଳାପଟି ବାନ୍ଧି ଖେଳୁଛନ୍ତି ଇଂଲଣ୍ଡ ଖେଳାଳି, ଜାଣନ୍ତୁ କାହିଁକି

ଚେନ୍ନାଇ,୫।୨: ଚେନ୍ନାଇରେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଦଳର ଖେଳାଳିମାନେ ହାତରେ ଏକ କଳା ବ୍ୟାଣ୍ଡ୍‌ ପିନ୍ଧି ଖେଳୁଛନ୍ତି। ଇଂଲଣ୍ଡ ଖେଳାଳିମାନେ ବ୍ରିଟିଶ ସେନାର ପୂର୍ବତନ କ୍ୟାପ୍‌ଟେନ୍‌ ତଥା କରୋନା ମହାମାରୀ ବିରୋଧରେ ଲଢେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସାର୍‌ ଟମ ମୁରେଙ୍କ ସମ୍ମାନାର୍ଥେ କଳା ବ୍ୟାଣ୍ଡ୍‌ ପିନ୍ଧିଛନ୍ତି। କରୋନା ସଂକ୍ରମଣ ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଏହି ସପ୍ତାହରେ ମୁରେ ୧୦୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। ସାର୍‌ ଟମ ମୁରେ ୧୯୨୦ରେ ୟର୍କସାୟାରର ଏକ ଗାଁ କିଘଲିରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୨୦ ବର୍ଷ ବୟସରେ ସେ ବ୍ରିଟିଶ ସେନାରେ ଯୋଗ ଦେଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଡ୍ୟୁକ ଅଫ ୱେଲିଙ୍ଗଟନ ରେଜିମେଣ୍ଟର ଅଷ୍ଟମ ବାଟାଲିୟନରେ ଯୋଗ ଦେଇ ମୁରେ ଭାରତ ଏବଂ ବର୍ମାରେ ସାମରିକ ସେବା କରିଥିଲେ। ସେନାରେ ଯୋଗଦେବା ପରେ ଦ୍ୱିତୀୟ ବର୍ଷ ମୁରେ ଦ୍ୱିତୀୟ ଲେଫ୍ଟନାଣ୍ଟ ଭାବରେ ପଦୋନ୍ନତି ପାଇ ରୟାଲ ଆର୍ମଡ କର୍ପସର ସଦସ୍ୟ ହୋଇ ଭାରତରେ ପୋଷ୍ଟ କରାଯାଇଥିଲା। ଭାରତରେ ସେ ନିଜ ସାଥୀ ସୈନିକମାନଙ୍କୁ ଟ୍ୟାଙ୍କ ଯୁଦ୍ଧ ଏବଂ ମୋଟରସାଇକେଲ ଚଲାଇବାରେ ତାଲିମ ଦେଇଥିଲେ। ସେ ୧୯୪୫ ପ୍ରାରମ୍ଭରେ ବ୍ରିଟେନକୁ ଫେରିବା ପୂର୍ବରୁ ବର୍ମା (ବର୍ତ୍ତମାନ ମିଆଁମାର)ରେ ଜାପାନର ସାମରିକ ଯୁଦ୍ଧରେ ଲଢୁଥିଲେ। ୧୯୪୬ ମସିହାରେ ମାତ୍ର ୨୬ ବର୍ଷ ବୟସରେ ସାମରିକ ପ୍ରଶିକ୍ଷକ ହୋଇଥିଲେ। ତାଙ୍କର ୧୦୦ ତମ ଜନ୍ମଦିନ ପୂର୍ବରୁ, ମୁରେ କରୋନା ପାଇଁ ପାଣ୍ଠି ସଂଗ୍ରହ କରିଥିଲେ। ଏଥିରେ ସେ ପ୍ରାୟ ୧୦୪ କୋଟି ଟଙ୍କା ଦାନ ଭାବରେ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡ: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri