Posted inଖେଳ

ସୁନୀଲ ସେଟ୍ଟୀଙ୍କ ଝିଅ ପ୍ରେମରେ ପଡ଼ିଛନ୍ତି ଏହି କ୍ରିକେଟର

କ୍ରିକେଟ ଏବଂ ବଲିଉଡ୍‌ର ଦୁନିଆର ସମ୍ପର୍କ ବହୁତ ପୁରୁଣା। ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କଠାରୁ ଆରମ୍ଭ କରି ହରବଜନ ସିଂହ ଏବଂ ଗୀତା ବସ୍ରାଙ୍କ ପର୍ଯ୍ୟନ୍ତ ଏମିତି ଅନେକ ଯୋଡି ରହିଛନ୍ତି ଯେଉଁମାନେ କ୍ରିକେଟ ଏବଂ ବଲିଉଡ୍‌କୁ ସଂଯୋଗ କରୁଛନ୍ତି। ଏବେ ଏହି ତାଲିକାରେ ଆଉ ଏକ ନାମ ଯୋଡି ହୋଇଯାଇଛି। ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ଏବଂ ଭାରତୀୟ ଦଳର ଯୁବ ଖେଳାଳି କେ ଏଲ୍‌ ରାହୁଲଙ୍କ ନାମ । ସୋସିଆଲ ମିଡିଆରେ ଏହି ଯୋଡିଙ୍କ ପ୍ରେମକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।
ରାହୁଲ ତାଙ୍କର ଖେଳ ସାଙ୍ଗକୁ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତେବେ ରାହୁଲଙ୍କ ନାମ ଅନେକ ସେଲିବ୍ରିଟିଙ୍କ ସହ ଯୋଡି ହୋଇଛି। ମାତ୍ର ସେ ଆଥିୟା ଶେଟ୍ଟୀଙ୍କୁ ଡେଟ୍‌ କରୁଥିବା କୁହାଯାଉଛି। ନିକଟରେ ଆଥିୟା ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ଶେୟାର କରିଛନ୍ତି। ଉକ୍ତ ଫଟୋରେ ରାହୁଲ ଲଭ୍‌ ଇମୋଜି ଦେଇଛନ୍ତି। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା ଚର୍ଚ୍ଚା ହେଉଛି। ଉକ୍ତ ଫଟୋରେ ଡାୟନା ପେଣ୍ଟି, କଟ୍ରିନା କୈଫ୍‌ଙ୍କ ଭଉଣୀ ଇସାବେଳ ଏବଂ ଟାଇଗର ଶ୍ରଫ୍‌ଙ୍କ ଭଉଣୀ କୃଷ୍ଣା ଶ୍ରଫ୍‌ ମଧ୍ୟ କମେଣ୍ଟ କରିଛନ୍ତି। ଆଥିୟାଙ୍କ ଏହି ଫଟୋକୁ ୧.୫ ଲକ୍ଷ ଲୋକ ଲାଇକ୍‌ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଷ୍ଟାଲିନ ସରକାରଙ୍କୁ ଭାଜପାର କଡ଼ା ନିନ୍ଦା

ଭୁବନେଶ୍ୱର,୩୦ ।୧୨: ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏହି ଘଟଣାକୁ ନେଇ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ତୀବ୍ର ପ୍ରତିକ୍ରିୟା...

ପ୍ରିୟଙ୍କା ଗାନ୍ଧୀଙ୍କ ବୋହୂ ଅଭିଭାଙ୍କ ସମ୍ପତ୍ତି କେତେ? ଏମିତି କରନ୍ତି ମୋଟା ଅଙ୍କର ରୋଜଗାର

ନୂଆଦିଲ୍ଲୀ,୩୦।୧୨: ଦେଶର ପ୍ରମୁଖ ରାଜନୈତିକ ପରିବାର ମଧ୍ୟରୁ ଗୋଟିଏ ଗାନ୍ଧୀ-ଭଦ୍ରା ପରିବାର ଖୁବ ଶୀଘ୍ର ବିବାହ ଘୋଷଣା କରିବାକୁ ଯାଉଛନ୍ତି। ପ୍ରସ୍ତୁତି ଚାଲିଛି, ଏବଂ ବିବାହ...

ଶିଶୁୁତ୍ରକୁ ଜନ୍ମ ଦେଇ ଆଖିବୁଜିଦେଲେ ମା’: ହସ୍ପିଟାଲରେ ତାଲାମାରି ଚମ୍ପଟ ମାରିଲେ…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁରର ମେଡିକାଲ ଛକ ନିକଟରେ ଏକ ଘରୋଇ ମେଡିକାଲ ସାମ୍ନାରେ ପ୍ରସବ ପାଇଁ ଆସିଥିବା ପ୍ରସୂତିଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା...

କେମିତି ରହିବ ୨୦୨୬ରେ ଶନିଙ୍କ ଚାଲି? ଏସବୁ ରାଶି ରହିବେ ସତର୍କ, ଖରାପ ଟାଇମ୍‌ ଆରମ୍ଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ତାଙ୍କୁ ନଅଟି ଗ୍ରହ ମଧ୍ୟରେ...

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri