ଥଇଥାନ ପରେ ଉଚ୍ଛେଦ ହେଉ

ପୁରୀ ଅଫିସ,୫।୨: ଶ୍ରୀମନ୍ଦିର ଚତୁଃପାର୍ଶ୍ୱସ୍ଥ ୭୫ମିଟର ସୁରକ୍ଷା ଜୋନ୍‌ରେ ବିକ୍ରିବଟା କରିବାର ଅଧିକାର କାହାରି ନାହିଁ। ଏ ନେଇ ପୂର୍ବରୁ ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦିଆସରିଛି। ଯେ କେହି ବି ଦୋକାନ କରି ବ୍ୟବସାୟ କରୁଥିଲେ ତାହା ସାମୟିକ ଥିଲା ଓ ସବୁଠାରୁ ବଡ଼ କଥା ହେଉଛି ଏହା ପୌରାଞ୍ଚଳ ସ୍ବୀକୃତିପ୍ରାପ୍ତ ନ ଥିଲା। ଉଚ୍ଛେଦ ପାଇଁ ପୁଣି ଥରେ ଡାକବାଜି ଯନ୍ତ୍ର ଯୋଗେ ସୂଚନା ଦେବା କିମ୍ବା ପୋଲିସ ସହାୟତାରେ ଉଠାଦୋକାନୀଙ୍କୁ ଉଠାଇ ଦେବା ଏକ ସ୍ବାଭାବିକ ପ୍ରକ୍ରିୟା। ଶ୍ରୀମନ୍ଦିର ଚାରିପାଖରୁ ଉଠାଦୋକାନୀମାନଙ୍କୁ ହଟାଇ ଦିଆଯିବା ପରେ ପୁରୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ତେବେ ଶ୍ରୀମନ୍ଦିର ଚାରିପଟେ ଉଠାଦୋକାନୀଙ୍କ ସଂଖ୍ୟା ହାତଗଣତି ନୁହେଁ। ନିର୍ବାହୀ ଅଧିକାରୀ ଯେପରି ଭାବେ ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ଭାବୁଛନ୍ତି, ସେଭଳି କିଛି ହେବା ଭଳି ମନେ ହେଉନାହିଁ। କାରଣ ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯିବା ପରେ କଡ଼ା ବିରୋଧ ଦେଖିବାକୁ ମିଳିଛି। ଏ ନେଇ ଶତାଧିକ ଉଠାଦୋକାନୀ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ଅଫିସ ଘେରାଉ କରିଛନ୍ତି। ପ୍ରଥମେ ସେମାନଙ୍କୁ ସ୍ଥାୟୀ ଭାବେ ଥଇଥାନ କରାଯାଇ ପରେ ଉଚ୍ଛେଦ ହେଉ ବୋଲି ସେମାନେ ଦାବି ଜଣାଇଛନ୍ତି। ଏ ସଂକ୍ରାନ୍ତରେ ଜିଲାପାଳ ସମର୍ଥ ବର୍ମାଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ସେମାନେ କହିଛନ୍ତି ଯେ, ବର୍ଷ ବର୍ଷ ଧରି ଉଠାଦୋକାନ ଆମର ଏକମାତ୍ର ପନ୍ଥା ହୋଇ ରହିଆସିଛି। ଏବେ ଆମମାନଙ୍କୁ ଉଚ୍ଛେଦ କରାଯିବା ପରେ ଆମ ହାତରୁ ବେଉସା ଚାଲିଯିବ। ପ୍ରଥମ ବିକଳ୍ପ ବ୍ୟବସ୍ଥାରେ ଥଇଥାନ ଓ ପରେ ଉଚ୍ଛେଦ ହେଲେ ହିଁ ପ୍ରଶାସନ ନିଷ୍ପତ୍ତିକୁ ଗ୍ରହଣ କରିବୁ। ସମସ୍ୟାକୁ ହୃଦୟଙ୍ଗମ କରି ବିକଳ୍ପ ରାସ୍ତା ଖୋଜିବା ପାଇଁ ପ୍ରଶାସନକୁ ନିବେଦନ କରାଯାଇଛି। କରୋନା ଭିତରେ ବଡ଼ବଡ଼ିଆଙ୍କ ଆର୍ଥିକ ସ୍ଥିତି ମଧ୍ୟ ବିଗିଡ଼ି ଯାଇଥିଲା। ଏଭଳି ସ୍ଥଳେ ବିନା ପର୍ଯ୍ୟଟକ ଏବଂ ଲକ୍‌ଡାଉନ -ଶଟଡାଉନ୍‌ ଭିତରେ ଉଠାବେପାରୀଙ୍କ ଅବସ୍ଥା ସଭିଁଙ୍କୁ ଜଣା ବୋଲି କେତେଜଣ ବ୍ୟବସାୟୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri