Posted inଖେଳ

ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌ : ଓଡ଼ିଶା ରେଡ୍‌ ଚାମ୍ପିୟନ

ଭୁବନେଶ୍ୱର, ୨।୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କିଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା ରେଡ୍‌ ଚାମ୍ପିୟନ ହୋଇଛି। ସୋମବାର ଅନୁଷ୍ଠିତ ଫାଇନାଲରେ ରେଡ୍‌ ୪ ଉଇକେଟରେ ଓଡ଼ିଶା ଭାଓଲେଟ୍‌କୁ ପରାସ୍ତ କରିଛି। ଭାଓଲେଟ ପକ୍ଷରୁ ଧାର୍ଯ୍ୟ ୧୨୫ ରନ୍‌ର ବିଜୟ ଲକ୍ଷ୍ୟକୁ ରେଡ୍‌ ୧୯.୫ ଓଭରରେ ୪ ଉଇକେଟ ହରାଇ ହାସଲ କରି ନେଇଥିଲା। ରେଡ୍‌ ଅଧିନାୟିକା ମାଧୁରୀ ମେହେଟା ଓମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଛନ୍ତି।
ଟପ୍‌ ଅର୍ଡର ଚମତ୍କାର ଫର୍ମରେ ଥିବାରୁ ରେଡ୍‌ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଭାଓଲେଟ୍‌ ୨ ଓଭର ମଧ୍ୟରେ ମାତ୍ର ୫ ରନରେ ୨ଟି ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ରଶ୍ମିତା ଚିନ୍ନାରା ଓ ଅଭିଜ୍ଞ ସୁଶ୍ରୀ ଦିବ୍ୟଦର୍ଶିନୀ ସତର୍କତାର ସହ ବ୍ୟାଟିଂ କରି ଇନିଂସ ସମ୍ଭାଳି ନେଇଥିଲେ। ତୃତୀୟ ଉଇକେଟରେ ୬୮ ରନ ଯୋଗ ହେବାପରେ ସୁଶ୍ରୀ ବ୍ୟକ୍ତିଗତ ୨୯(୩୨ ବଲ, ୩ ଚୌକା) ରନ କରି ଷ୍ଟମ୍ପିଂ ହୋଇ ଯାଇଥିଲେ। ଶେଷ ଭାଗରେ ସ୍ବିଟ ବେଉରା ୧୮ ବଲ୍‌ରୁ ୨୩ (୩ ଚୌକା) ରନ କରିଥିଲେ। ଓପନର ରଶ୍ମିତା ୫୮ ବଲ୍‌ରୁ ୫୦(୬ ଚୌକା) ରନ୍‌ରେ ଅପରାଜିତ ରହିବାରୁ ଦଳ ୨୦ ଓଭରରେ ୫ ଉଇକେଟ ହରାଇ ୧୨୪ ରନ୍‌ର ସମ୍ମାନଜନକ ସ୍କୋର କରିଥିଲା। ବିପକ୍ଷ ଦଳର ତନ୍ମୟୀ ବେହେରା, ଏସ.ବି. ଲରେନ୍ସ ଓ ରାଜଶ୍ରୀ ସ୍ବାଇଁ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଫାଇନାଲର ଚାପ ସତ୍ତ୍ୱେ ଅଧିନାୟିକା ମାଧୁରୀ ପୁଣି ଖେଳିଥିଲେ ମ୍ୟାଚ ବିଜୟୀ ଇନିଂସ। ସେ ୪୦ ବଲ୍‌ରୁ ୭ ଚୌକା ସହାୟତାରେ ସର୍ବାଧିକ ୫୪ ରନ କରି ଦଳକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ତୁଲାଇଥିଲେ। ତନ୍ମୟୀ ୨୧ ରନ କରିଥିବାବେଳେ ସୁନୀତା ମୁର୍ମୁ ୪ ବଲ୍‌ରୁ ୯ ଏବଂ ରାଜଶ୍ରୀ ୧୧ ବଲ୍‌ରୁ ୧୬ ରନ କରି ଦଳକୁ ରୋମାଞ୍ଚକ ବିଜୟ ଦେଇଥିଲେ। ଆଉ ମାତ୍ର ଗୋଟିଏ ବଲ୍‌ ବାକିଥିବାବେଳେ ରେଡ୍‌ ୪ ଉଇକେଟ ହରାଇ ୧୨୬ ରନ ସଂଗ୍ରହ କରି ନେଇଥିଲା। ଭାଓଲେଟ୍‌ର ଦିବ୍ୟଦର୍ଶିନୀ ଓ କୁନି ବଦରା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ପର୍ପଲକୁ ତୃତୀୟ ସ୍ଥାନ
ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ପ୍ଲେ-ଅଫ୍‌ରେ ପର୍ପଲ ୨୬ ରନରେ ଗ୍ରୀନ୍‌କୁ ହରାଇ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପର୍ପଲ ଅଧିନାୟିକା ମଧୁସ୍ମିତା ବେହେରାଙ୍କ ୪୪ (୫୧ ବଲ, ୭ ଚୌକା) ଓ ଶୁଭ୍ରା ସ୍ବାଇଁଙ୍କ ୨୧ ରନ ସହାୟତାରେ ୨୦ ଓଭରରେ ୪ ଉଇକେଟ ହରାଇ ୧୧୩ ରନ କରିଥିଲା। ଗ୍ରୀନ୍‌ର ରାନୀ ପ୍ରସାଦ, ରୋଶନାରା ପରବିନ ଓ ସୁଶ୍ରୀ ସିଂ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୧୧୪ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଗ୍ରୀନ୍‌ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇବା ଯୋଗୁ ୨୦ ଓଭରରେ ୭ ଉଇକେଟ ହରାଇ ୮୭ ରନ କରି ପାରିଥିଲା। ଅଲିପ୍ସା ବିଶ୍ୱାଳ ସର୍ବାଧିକ ୨୫ ରନ କରିଥିଲେ। ବିପକ୍ଷ ବୋଲରମାନେ ଅତିରିକ୍ତ ଭାବେ ଦ୍ୱିତୀୟ ସର୍ବାଧିକ ୧୯ ରନ ବ୍ୟୟ କରିଥିଲେ। ମଧୁସ୍ମିତା ୪ ଓଭରରେ ୧୫ ରନ ଦେଇ ୩ଟି ଉଇକେଟ ନେଇଥିବାବେଳେ ଶୁଭ୍ରା ସ୍ବାଇଁ, ଡି. ଜାନକୀ ରେଡ୍ଡୀ, ପୂଜା ଦାସ ଓ ଜି.ଏମ. ଅଳକାନନ୍ଦା ଗୋଟିଏ ଲେଖାଏ ଉଇକେଟ ପାଇଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ମଧୁସ୍ମିତା ଓମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ।
ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ମୁଖ୍ୟ ଅତିଥି ଏବଂ ସମ୍ପାଦକ ସଞ୍ଜୟ ବେହେରା, ଯୁଗ୍ମ ସମ୍ପାଦକ ମେହେତାବ ଖାଁ ଏବଂ ସଦସ୍ୟ ଦୁଲାଲ ଚନ୍ଦ୍ର ପ୍ରଧାନ, କିଶୋର କୁମାର ବିଶ୍ୱାଳ ଓ ଗଗନେନ୍ଦୁ ଦାଶ ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଟୁର୍ନାମେଣ୍ଟର ୯ଟି ଇନିଂସରେ ୬୫.୬୦ ଆଭରେଜରେ ୩୨୮ ରନ କରିଥିବା ମାଧୁରୀ ମେହେଟା ପ୍ଲେୟର ଅଫ୍‌ ଦି ସିରିଜ ବିବେଚିତ ହୋଇଥିଲେ। କଳ୍ପନା ନାୟକଙ୍କୁ ଇମର୍ଜିଂ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

ରାହୁଲଙ୍କୁ ଟାର୍ଗେଟ କଲେ ଚେସ ଚାମ୍ପିଅନ ଗ୍ୟାରି କାସପାରୋଭ, କହିଲେ ପ୍ରଥମେ ରାଏବରେଲିରେ ଜିତିକି ଦେଖାନ୍ତୁ…

ନୂଆଦିଲ୍ଲୀ,୪।୫: ଆନ୍ତର୍ଜାତୀୟ ଖେଳାଳି ତଥା ପୂର୍ବତନ ବିଶ୍ୱ ଚାମ୍ପିଅନ ଗ୍ୟାରି କାସପାରୋଭଙ୍କ ଏକ ପୋଷ୍ଟ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି। ସେ ରାଏବରେଲିରୁ ଲୋକ ସଭା...

ଟି୨୦ ବିଶ୍ୱକପ୍‌: ଶ୍ରୀନାଥଙ୍କୁ ମିଳିଲା ପୁଣି ଗୁରୁଦାୟିତ୍ୱ

ଦୁବାଇ, ୪ା୫: ଆସନ୍ତା ମାସରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେଉଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଆଇସିସି ମ୍ୟାଚ ରେଫରି ଜାଭାଗଲ ଶ୍ରୀନାଥଙ୍କ ସମେତ ଅମ୍ପାୟର...

ଆଜି ଇଣ୍ଡିଆନ ସୁପର ଲିଗ୍‌ ଫାଇନାଲ: ଏହି ଦୁଇ ଶକ୍ତିଶାଳୀ ଫୁଟବଲ କ୍ଲବ ମଧ୍ୟରେ ହେବ ମୁକାବିଲା

କୋଲକାତା, ୪।୫ ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ୍‌)ର ମେଗା ଫାଇନାଲ ଶନିବାର ସଲ୍ଟ ଲେକ୍‌ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ପରସ୍ପରର ସମ୍ମୁଖୀନ ହେବେ ଦୁଇ ଶକ୍ତିଶାଳୀ ଫୁଟବଲ...

ମୁମ୍ବାଇର ପ୍ଲେ-ଅଫ୍‌ ଆଶା ଧୂଳିସାତ, ଦ୍ୱିତୀୟରେ କୋଲକାତା

ମୁମ୍ବାଇ, ୩।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୨୪ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ...

ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହରାଇଲା ଭାରତ

ନୂଆଦିଲ୍ଲୀ,୩।୫: ବାର୍ଷିକ ଅପଡେଟ୍ ପରେ ଆଇସିସି ପୁରୁଷ ମାନ୍ୟତାରେ ଅଷ୍ଟ୍ରେଲିଆ ଭାରତକୁ ଗୋଟିଏ ସ୍ଥାନ ପଛକୁ ଠେଲି ଏକ ନମ୍ବର ମାନ୍ୟତା ହାସଲ କରିଛି। ଯଦିଓ...

ମେ’୨୫ ଶେଷ ତାରିଖ, ଆଇପିଏଲରେ ଖରାପ ପଦର୍ଶନ କଲେ ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଏହି ସବୁ ଖେଳାଳି ପଡିବେ ବାଦ୍‌

ନୂଆଦିଲ୍ଲୀ,୩।୫: ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟଦଳ ଘୋଷଣା ହୋଇସାରିଛି। ଭଲ ପ୍ରଦର୍ଶନ କରୁଥିବା ଅନେକ ଖେଳାଳିଙ୍କୁ ଏଥର ସୁଯୋଗ ମିଳିନାହିଁ। ଯାହାକୁ ନେଇ ପ୍ରଶଂସକମାନେ...

ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଗଲା ଅନେକ ରେକର୍ଡ

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ପ୍ରବଳ ରନ୍‌ ବର୍ଷା ହୋଇଥିଲା। ଏହି ଗୋଟିଏ ମ୍ୟାଚରେ ଅନେକ ରେକର୍ଡ କରାଯାଇଥିଲା। ଏହି ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri