Posted inଫୁରସତ

ବାଲିଆପାଳର ରମାଦେବୀ

ପ୍ରତି ଆନ୍ଦୋଳନରେ ନିଜକୁ ଲୋକଙ୍କ ସହ ମିଶେଇ ଦେବା ତାଙ୍କର ବିଶେଷତ୍ୱ। ସେମାନଙ୍କ ମନରେ ଶୋଷଣମୁକ୍ତ ଓ ଶ୍ରେଣୀବିହୀନ ସମାଜର ସ୍ବପ୍ନ ବୁଣନ୍ତି। ଆଖି ପାଉ ନ ଥିବା ଦୂରତାକୁ ଟେକାଟିଏ ପକେଇବାର ନିର୍ଭୀକତା ରଖିଥାଆନ୍ତି ସେ। ଜଣେ ସମ୍ବେଦନଶୀଳ ମଣିଷର ଛାତିକୁ ଦୋହଲେଇ ଦେଲାଭଳି ବଳିଷ୍ଠ ଶବ୍ଦସବୁ ତାଙ୍କର। ସିଏ ହେଲେ ଭବାନୀ ଭୂୟାଁ; ଯିଏକି ଜଣେ କବି, ଚିତ୍ରକର, ସମ୍ପାଦିକା ଏବଂ ସାମାଜିକ କର୍ମୀ।

ଯିଏ ତାଙ୍କ ଆଦ୍ୟ ତାରୁଣ୍ୟ ବିତାଇଦେଲେ ବାଲିଆପାଳ କ୍ଷେପଣାସ୍ତ୍ର ଘାଟି ବିରୋଧୀ ଆନ୍ଦୋଳନରେ, ଯିଏ କେତେ ବିଦ୍ରୋହର ଝୁଲକୁ ଗୀତକରି ଗାଇଲେ କେତେ ପ୍ରତିବାଦ ଶୋଭାଯାତ୍ରାରେ, ଯିଏ ଘରେ କି ସମାଜରେ ସବୁଠି କର୍ମୀ ହୋଇ ରହିଗଲେ, ଯିଏ ସବୁବେଳେ ନିଜକୁ ଗୌଣ କରିଦେଇ ଅପରକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଚିହ୍ନେଇ ଚାଲିଲେ, ଯିଏ କବିତାକୁ ବଞ୍ଚାଇ ନିଜକୁ କବି ବୋଲି ଦାବି କଲେ ନାହିଁ, ଯିଏ ସଙ୍ଗଠନ ଗଢ଼ି ନିଜକୁ ନେତ୍ରୀ ବୋଲି କହିଲେ ନାହିଁ ସେ ହେଉଛନ୍ତି ଭବାନୀ ଭୂୟାଁ, ଯିଏ ଜଣେ ସ୍ନେହୀ, ଦରଦୀ ମଣିଷର ଚିତ୍ରକଳ୍ପ ହୋଇ ଠିଆ ହୁଅନ୍ତି ସବୁ ପରିସ୍ଥିତିରେ। ମସିହା ମାର୍ଗଶିର ମାସ ଶାମ୍ବ ଦଶମୀ ତିଥିରେ ପୁରୀ ସହରରେ ଭବାନୀଙ୍କର ଜନ୍ମ। ପିତା ରଘୁନାଥ ଭୂୟାଁ ଏବଂ ମାତା ଅନପୂର୍ଣ୍ଣା ଭୂୟାଁ ଥିଲେ ତାଙ୍କ ପ୍ରେରଣା।

ଆନ୍ଦୋଳନରେ ନିଜକୁ ଲୋକଙ୍କ ସହ ମିଶେଇ ଦେବା ତାଙ୍କର ବିଶେଷତ୍ୱ। ସେମାନଙ୍କ ମନରେ ଶୋଷଣମୁକ୍ତ ଓ ଶ୍ରେଣୀବିହୀନ ସମାଜର ସ୍ବପ୍ନ ବୁଣନ୍ତି। ଆଖି ପାଉ ନ ଥିବା ଦୂରତାକୁ ଟେକାଟିଏ ପକେଇବାର ନିର୍ଭୀକତା ରଖିଥାଆନ୍ତି ସେ। ଜଣେ ସମ୍ବେଦନଶୀଳ ମଣିଷର ଛାତିକୁ ଦୋହଲେଇ ଦେଲାଭଳି ବଳିଷ୍ଠ ଶବ୍ଦସବୁ ତାଙ୍କର। ବାଲିଆପାଳ କ୍ଷେପଣାସ୍ତ୍ର ଘାଟି ବିରୋଧୀ ଆନ୍ଦୋଳନରେ ୧୯୮୫ରୁ ୧୯୯୦ ଯାଏ ସେଠି ସେ ନିଜେ ରହୁଥିଲେ। ସେଠାକାର ଲୋକଙ୍କ ଆଖିରେ ଭବାନୀ ସ୍ଥାନୀୟ ‘ରମାଦେବୀ’ ନାମରେ ପରିଚିତା ଥିଲେ। ସେ ମଧ୍ୟ ଜଣେ କବି, ଚିତ୍ରକର, ସମ୍ପାଦିକା ଏବଂ ସାମାଜିକ କର୍ମୀ।

ବତିଶ ବର୍ଷ ଧରି ବିଭିନ୍ନ ସାମାଜିକ ଆନ୍ଦୋଳନ ଯଥା ମଦ ବିରୋଧୀ ଆନ୍ଦୋଳନ, ଗୋପାଳପୁର ଟାଟା ବିରୋଧୀ ଆନ୍ଦୋଳନ, ପୋସ୍କୋ ବିରୋଧୀ ଆନ୍ଦୋଳନ, ବାଲିଆପାଳ କ୍ଷେପଣାସ୍ତ୍ର ଘାଟି ବିରୋଧୀ ଆନ୍ଦୋଳନ, ସିପସରୁବାଲି ଆନ୍ଦୋଳନ, ବିଭିନ୍ନ ପରିବେଶ ଆନ୍ଦୋଳନ ସହ ଜଡ଼ିତ ହୋଇଛନ୍ତି ଭବାନୀ। ଅନେକ ସମୟରେ ଜାଗରଣ ସୃଷ୍ଟି କରିବା ପାଇଁ ଭବାନୀ ଗଣସଙ୍ଗୀତ ପରିବେଷଣ କରନ୍ତି। ସେଥିରେ କେବେ ଥାଏ ମନମୋହନ ମିଶ୍ରଙ୍କର ‘ତୋର ମୁକତିର ସୂର୍ଯ୍ୟ ପରା ଉଇଁଲା’, କେବେ ଥାଏ ଅନନ୍ତ ପଟ୍ଟନାୟକଙ୍କର ‘ଚାଲରେ ଚାଲରେ ଚାଲ’, ପୁଣି କେବେ ଥାଏ ଭୁପେନ ହଜାରିକା ଗାଇଥିବା ‘ଜୀବନ ଜୀବନେର ଜନ୍ୟେ’। ନାରୀ ସ୍ବାଧୀନତାକୁ ନେଇ ତାଙ୍କ ବିଚାର ସ୍ବତନ୍ତ୍ର। ନାରୀ ସଶକ୍ତୀକରଣକୁ ନେଇ ତାଙ୍କ ରଚିତ କିଛି ଗୀତି କବିତା ସହଜ ଭାବେ ନାରୀର ଅତୁଳନୀୟତା ସାବ୍ୟସ୍ତ କରେ। ସେ ଚିତ୍କାର କରି କିଛି କହିନାହାନ୍ତି, ପୁରୁଷକୁ ଝିଙ୍ଗାସି ନାହାନ୍ତି, କେବଳ ନାରୀକୁ ସୂଚେଇ ଦେଇଛନ୍ତି ତା’ର ଅନ୍ତର୍ନିହିତ ସାମର୍ଥ୍ୟ।

ଭାବରେ ଅନ୍ୟାୟ ବିରୋଧରେ ନିଜେ ପ୍ରତିବାଦ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ପ୍ରତିବାଦର ରାସ୍ତାରେ ଚଲାଇପାରନ୍ତି ସେ। ବିଶେଷ ଦୃଶ୍ୟମାନ ହେବାକୁ ଚେଷ୍ଟା ନ କରି ନେପଥ୍ୟରେ ଥାଇ ଅନ୍ୟମାନଙ୍କୁ କର୍ମ ଲାଗି ପ୍ରେରଣା ଯୋଗାଇବାରେ ବ୍ୟସ୍ତ ରୁହନ୍ତି । ସଂଗଠନ କଲାବେଳେ ନିଜକୁ ନେତ୍ରୀ ନ ଭାବି ଖନ୍ଦାରେ ପଶି କର୍ମୀମାନଙ୍କ ପାଇଁ କଣ ରନ୍ଧା ହେଉଛି ସେ ଖବର କେବଳ ବୁଝନ୍ତିନି ଅଧିକନ୍ତୁ ଅଣ୍ଟାରେ ଲୁଗା ଗୁଡ଼ାଇ ରୋଷେୟା ସହ ଯୋଗାଡ଼ିଆ ସାଜି ମାଆ ସମାନ ଭୋକିଲା ପେଟମାନଙ୍କ ଯତ୍ନ ନିଅନ୍ତି। ତାଙ୍କରି ଚେଷ୍ଟାରେ ସବୁ କିଛି ସୁବିନ୍ୟସ୍ତ ହୁଏ ଅଥଚ ସେ ଶ୍ରେୟ ନିଅନ୍ତି ନାହିଁ। ବିଦ୍ରୋହ ଏବଂ ପ୍ରତିବାଦ ତାଙ୍କ ପାଇଁ ପ୍ରସାଧନୀ ନୁହେଁ। ବାଲିଆପାଳ କ୍ଷେପଣାସ୍ତ୍ର ଘାଟି ବିରୋଧୀ ଆନ୍ଦୋଳନ ହେଉ ଅଥବା ପୁରୀର ସିପସରୁବାଲି ଶାମୁକା ପ୍ରକଳ୍ପ ବିରୋଧୀ ଆନ୍ଦୋଳନ ସବୁଠି ସେ ଥାଆନ୍ତି କର୍ମଚଞ୍ଚଳ, ନିଷ୍ଠାପର। ବାଣୀବିହାରରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର, ରିଜିଓନାଲ କଲେଜ ଅଫ୍‌ ଏଜୁକେଶନରୁ ଶିକ୍ଷାରେ ସ୍ନାତକ ଭବାନୀ ଭୂୟାଁ ବାଲିଆପାଳ ଆନ୍ଦୋଳନ ପାଇଁ ନିଜର ସମ୍ଭାବନାମୟ କ୍ୟାରିଅରକୁ ଜଳାଞ୍ଜଳି ଦେଇଥିଲେ। ଘରସଂସାର ମୋହରୁ ନିଜକୁ ମୁକାଳି ଏଯାବତ ସେ ଲାଗିଛନ୍ତି ସମାଜସେବାରେ। ଏବେ ନିଜର କର୍ମକ୍ଷେତ୍ରରେ ସେ ସବୁ ସାଆନ୍ତିଆ ଭାବରୁ ଦୂରରେ। ସ୍ବର୍ଗଦ୍ୱାର ପାଖରେ ତାଙ୍କ ବାପା ଛାଡ଼ିଯାଇଥିବା ଗୋଟିଏ ସାଧାରଣ ରେସ୍ତୋରାଁ କଥା ବୁଝନ୍ତି ସେ। ମାଲିକାଣୀ ହେବା ପରିବର୍ତ୍ତେ ଭବାନୀଙ୍କୁ ଦେଖି ହେବ ଜଣେ କର୍ମୀ ହିସାବରେ ସେଠାରେ। ବହୁତ ପରିବାର ନିର୍ଭର କରନ୍ତି ସେହି ଛୋଟିଆ ରେସ୍ତୋରାଁ ଉପରେ। ତାଙ୍କ ବ୍ୟକ୍ତିତ୍ୱ ଏବଂ କାମ ଗୋଷ୍ଠୀଜୀବନର ପ୍ରତିରୂପ। କେତେବେଳେ ବିରାଟ ଚୁଲି ସାମ୍ନାରେ ବସି ସେ ତରକାରି ରାନ୍ଧୁଥାନ୍ତି ତ କେତେବେଳେ ଚକଟି ବସନ୍ତି ଅଟା। ହୋଟେଲରେ କାମ କରୁଥିବା ସବୁ କର୍ମଚାରୀଙ୍କ ସହ ମିଶି କାମ କରୁଥିବା ଭବାନୀ ଭୂୟାଁଙ୍କୁ ନିଜେ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବନି ସେ କେତେ ଖଟି ପାରନ୍ତି ଏବଂ ସେ ଭିତରେ ମାଆର ପ୍ରସନ୍ନତା କେମିତି ବୋଳି ହୋଇଥାଏ ତାଙ୍କ ମୁହଁରେ। ମାଆ ବୋଧହୁଏ ସବୁଠାରୁ ବଡ଼ ବିପ୍ଳବିଣୀ, ଯିଏ ଛୁଆକୁ ଗଢ଼ିବା ଭିତରେ ଦୃଢ଼, ନମନୀୟ ଏବଂ ଅସମ୍ଭବ ଶକ୍ତିର ଆଧାର ହୋଇଥାଏ। ଗ୍ରାହକମାନେ ସନ୍ତୋଷରେ କେମିତି ଖାଇକି ଯିବେ ସେ ଯେମିତି ବୁଝନ୍ତି ତାଙ୍କୁ ନିର୍ଭର କରିଥିବା ଦାଣ୍ଡ କୁକୁର ପଞ୍ଝାକ କେମିତି ଖାଇବେ ସେତକି ନିଘା କରନ୍ତି।

ବିଚାରକୁ ଗୁରୁତ୍ୱ ଦେବା ପାଇଁ ସେ ବି ଆରମ୍ଭ କରିଥିଲେ ‘ନିର୍ଭୟା’ନାମକ ଏକ ପତ୍ରିକା। ଏଥିରେ ପ୍ରକାଶିତ ଲେଖାଗୁଡ଼ିକରେ ବେଶି ପ୍ରକଟିତ ହୋଇଥିଲା ନାରୀ ତା’ର ଅନ୍ତରରୁ ସଶକ୍ତ ହେବାର କଥା। ସତରେ ଭବାନୀ ଭୂୟାଁ ସ୍ବାଧୀନଚେତା ମଣିଷ ପାଇଁ ପ୍ରେରଣା।

-ମାନମୟୀ ରଥ
ମୋ-୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri