ଛଉ ମୋହରେ ବିଦେଶୀ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଓଡ଼ିଶାର ଲୋକନୃତ୍ୟ ମୋହରେ ପଡ଼ିଛନ୍ତି ବିଦେଶୀ। ମୟୂରଭଞ୍ଜର ପ୍ରସିଦ୍ଧ ଛଉନୃତ୍ୟ ରାଜ୍ୟ ଓ ରାଜ୍ୟ ବାହାରେ ବିଶେଷ ଲୋକପ୍ରିୟତା ହାସଲ କରିଛି। ଓଡ଼ିଶୀ ନୃତ୍ୟ ପରେ ଏବେ ଛଉନୃତ୍ୟ ପ୍ରେମରେ ପଡ଼ିଛନ୍ତି ବିଦେଶୀ। ସେଭଳି ଜଣେ ବିଦେଶୀ ହେଲେ କଲମ୍ବିଆର କାରୋଲିନା ପ୍ରାଦା। ବିଶ୍ୱର ବିଭିନ୍ନ ରାଷ୍ଟ୍ର ବୁଲି ସେଠାକାର କଳା, ସଂସ୍କୃତିକୁ ନିକଟରୁ ଦେଖିବା ପରେ ଓଡ଼ିଶାର ଛଉ ମୋହରେ ପଡ଼ିଛନ୍ତି। ପ୍ରସିଦ୍ଧ ମୟୂରଭଞ୍ଜ ଛଉକୁ ଭଲପାଇବା ସହ ଏହାକୁ ବିଦେଶ ମାଟିରେ ପରିବେଷଣ କରି ଅନ୍ତର୍ଜାତୀୟସ୍ତରରେ ପ୍ରଚାର ପ୍ରସାର କରିଛନ୍ତି। ନିଜେ ଜଣେ ଗୁରୁଭାବେ କଲମ୍ବିଆ ସହ ଅନ୍ୟାନ୍ୟ ରାଷ୍ଟ୍ରରେ ଛଉ ନୃତ୍ୟ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି।

ଆଇକିଡୋ, କୁଙ୍ଗ୍‌ ଫୁ, କାପୋଏରା, ବେଲି ଡ୍ୟାନ୍ସ, ମେକ୍ସିକାନ ଆଜ୍‌ଟେକ୍‌ ଡ୍ୟାନ୍ସ ଓ କଲମ୍ବିଆନ୍‌ ସୋର୍ଡସ୍‌ ପ୍ଲେ ଭଳି ନୃତ୍ୟ ଓ ସମରକଳାରେ ପ୍ରଶିକ୍ଷଣ ନେଇଥିବା କାରୋଲିନା ଆଇସିସିଆର୍‌ ସ୍କଲାରଶିପ୍‌ ପାଇ ୨୦୦୮ ମସିହାରେ ଭାରତ ଆସିଥିଲେ। ନୂଆଦିଲ୍ଲୀରେ ସେ ପ୍ରଥମେ ଗୁରୁ ପ୍ରିୟମ୍ବଦା ପଟ୍ଟନାୟକଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ। ତେବେ ମୟୂରଭଞ୍ଜ ଛଉନୃତ୍ୟ ଓ ତା’ର ଇତିହାସ ସମ୍ପର୍କରେ ଅବଗତ ହେବା ପରେ ସେ ଛଉ ଶିଖିବାକୁ ମନ ବଳାଇଥିଲେ। ଛଉ ନୃତ୍ୟରେ ଥିବା ସମରକଳା ତାଙ୍କୁ ଏହି ନୃତ୍ୟକଳା ପ୍ରତି ଆକର୍ଷିତ କରିଥିଲା। ନୃତ୍ୟ ଓ ସମରକଳାର ଯୁଗଳବନ୍ଦୀକୁ ଭଲ ପାଉଥିବା କାରୋଲିନା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ନୃତ୍ୟ ଶିଳ୍ପୀ ଜନ୍ମେଜୟ ସାଇବାବୁଙ୍କଠାରୁ ଛଉନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ଗୁରୁଜୀଙ୍କର ବରିଷ୍ଠ ଛାତ୍ରୀ ହୋଇଥିବାବେଳେ ଜଣେ ବିଦେଶିନୀ ନୁହେଁ, ବରଂ ପୋଖତ ଛଉ ନୃତ୍ୟଶିଳ୍ପୀ ଭଳି ନୃତ୍ୟ ପରିବେଷଣ କରୁଛନ୍ତି। ଛଉ ଏକ ପୁରୁଷକୈନ୍ଦ୍ରିକ ନୃତ୍ୟଶୈଳୀ ନୁହେଁ, ଏହାକୁ ସେ ପ୍ରମାଣିତ କରିପାରିଛନ୍ତି। କଲମ୍ବିଆରେ ରହୁଥିବା କାରୋଲିନା ଅଧିକାଂଶ ସମୟରେ ଭାରତ ଆସିଥାନ୍ତି। ଏହି ସମୟରେ ସେ ନୂଆଦିଲ୍ଲୀ ଓ ମୟୂରଭଞ୍ଜରେ ରହିଥାନ୍ତି। କରୋନା ଯୋଗୁ ଭାରତରେ ଲକ୍‌ଡାଉନ ହୋଇଥିବାବେଳେ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଥିଲା। ଏହି ସମୟରେ କାରୋଲିନା କଲମ୍ବିଆରେ ରହିଥିଲେ। ଏବେ ସେ ବାରିପଦା ଆସିଛନ୍ତି। ସେଠାରେ ଛଉ ନୃତ୍ୟର ଶୁଟିଂ କରିବା ସହ ସ୍ବତନ୍ତ୍ର ଡକ୍ୟୁମେଣ୍ଟାରି ପ୍ରସ୍ତୁତ କରୁଛନ୍ତି। ବେଲଗାଡ଼ିଆ ରାଜପ୍ରାସାଦ ସମେତ ଏହାର ଆଖପାଖ ଅଞ୍ଚଳରେ ଶୁଟିଂ ଚାଲିଛି। ନଟରାଜ ନୃତ୍ୟରେ କାରୋଲିନାଙ୍କ ପ୍ରଦର୍ଶନ ବେଶ ଆକର୍ଷଣୀୟ ଓ ପ୍ରଭାବଶାଳୀ ହୋଇପାରିଛି। ଗତ ୩ ତାରିଖରୁ ୬ଦିନ ଧରି ବାରିପଦାରେ ଚାଲିଥିବା ଛଉନୃତ୍ୟ କର୍ମଶାଳାରେ କାରୋଲିନା ଶାସ୍ତ୍ରୀୟ ଅଙ୍ଗଭଙ୍ଗୀ ଏବଂ ଅଭିନୟ ଉପରେ ଶିକ୍ଷା ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri