ଆଜିଠୁ ବାଇଡେନ୍‌ ଯୁଗ

ଓ୍ବାଶିଂଟନ,୨୦ା୧: ୨୦୨୦ ନଭେମ୍ବର ୩। ଏହି ଦିନ ଆମେରିକାବାସୀ ବାଛିଥିଲେ ଦେଶର ନୂଆ ନେତା। କେବଳ ନୂଆ ନେତାଙ୍କୁ ବାଛି ନ ଥିଲେ, ବରଂ ସ୍ଥିର କରିଥିଲେ କରୋନା ମହାମାରୀ ସମେତ ନାନା ଗମ୍ଭୀର ସମସ୍ୟାକୁ ସାମ୍ନା କରି ଥକିପଡ଼ିଥିବା ନିଜ ଶକ୍ତିଶାଳୀ ଦେଶ ପାଇଁ ପରବର୍ତ୍ତୀ ୪ ବର୍ଷର ଭାଗ୍ୟକୁ। ମତଦାନର ୪ ଦିନ ପରେ ସ୍ପଷ୍ଟ ଜନାଦେଶ ସୂଚାଇଦେଇଥିଲା ଯେ, ଆମେରିକାରେ ଆଉ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଏକନାୟକବାଦୀ ଓ ଉଗ୍ର ଜାତୀୟତାବାଦୀ ଶାସନ ଚାଲିବ ନାହିଁ। ଏଣିକି ତାଙ୍କୁ ଗାଦି ଛାଡ଼ିବାକୁ ପଡ଼ିବ। କିନ୍ତୁ ନଛୋଡ଼ବନ୍ଦା ଟ୍ରମ୍ପ୍‌ ନିଜ ପରାଜୟକୁ ସ୍ବୀକାର କରିପାରି ନ ଥିଲେ। ସେ ଆଇନକୁ ଢାଲ କରି ତାଙ୍କ ଡେମୋକ୍ରାଟିକ୍‌ ଚ୍ୟାଲେଞ୍ଜର ଜୋ ବାଇଡେନ୍‌ଙ୍କ ବିଜୟକୁ ରୋକିବାକୁ ଯଥାସାଧ୍ୟ ଉଦ୍ୟମ କରିଥିଲେ। ହେଲେ ଶେଷରେ ତାଙ୍କର ସବୁ ଚାଲ୍‌ ଫେଲ୍‌ ମାରିଥିଲା। ୫୩୮ ଇଲେକ୍ଟୋରାଲ କଲେଜ ଭୋଟ ମଧ୍ୟରୁ ବାଇଡେନ୍‌ଙ୍କ ସପକ୍ଷରେ ୩୦୬ ଖଣ୍ଡ ପଡ଼ିଥିବାବେଳେ ଟ୍ରମ୍ପ୍‌ ମାତ୍ର ୨୩୨ ଭୋଟରେ ସୀମିତ ରହିଯାଇଥିଲେ। ୨୦୨୧ ଜାନୁୟାରୀ ୬ରେ ଏହି ପରିଣାମ ଉପରେ ଆମେରିକା କଂଗ୍ରେସ ମୋହର ଦେବାକୁ ଯାଉଥିବାବେଳେ କ୍ୟାପିଟୋଲ ବିଲ୍ଡିଂ ଉପରେ ହୋଇଥିଲା ସଶସ୍ତ୍ର ଆକ୍ରମଣ। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆହତ ହୋଇଥିଲେ ଅନେକେ। ଏହି ବିଦ୍ରୋହର ନେପଥ୍ୟ ନାୟକ ସାଜିଥିଲେ ଖୋଦ୍‌ ଟ୍ରମ୍ପ୍‌। ଏବେ ବାଇଡେନ୍‌ ଓ ତାଙ୍କ ରନିଂ ମେଟ୍‌ କମଲା ହାରିସ୍‌ ନୂଆ ଇନିଂସ୍‌ ଆରମ୍ଭ କରିବାକୁ ଯାଉଥିବାବେଳେ ସେମାନଙ୍କ ଶପଥ ଗ୍ରହଣ ଉତ୍ସବରୁ ଅନୁପସ୍ଥିତ ରହିବାକୁ ନିଷ୍ପତ୍ତି ନେଇଛନ୍ତି ମହାଭିଯୋଗରେ ଏକପ୍ରକାର ଦୋଷୀ ସାବ୍ୟସ୍ତ ହେବାକୁ ଯାଉଥିବା ୭୪ ବର୍ଷୀୟ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପ୍‌।
ନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ ଜାନୁୟାରୀ ୨୦ରେ କରାଯିବା ନେଇ ପରମ୍ପରା ରହିଆସିଛି। ଏହି ପରମ୍ପରା ଅନୁସାରେ ବାଇଡେନ୍‌ ଦେଶର ୪୬ତମ ରାଷ୍ଟ୍ରପତି ଭାବେ ବୁଧବାର ଶପଥ ନେବାକୁ ଯାଉଛନ୍ତି। ତାଙ୍କ ସହ ପ୍ରଥମ କୃଷକାୟ, ଭାରତୀୟ ବଂଶୋଦ୍ଭବ ଓ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେବେ କାଲିଫର୍ନିଆ ସିନେଟର କମଲା ହାରିସ୍‌। ଏଥିସକାଶେ ୫୯ତମ ପ୍ରେସିଡେନ୍ସିଆଲ୍‌ ସେରିମନିର ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଏଥର ଥିମ୍‌ ବା ବିଷୟବସ୍ତୁ ରଖାଯାଇଛି ‘ଆମେରିକା ୟୁନାଇଟେଡ୍‌’। ଏହି ଇଭେଣ୍ଟ ଉପରେ ସାରା ବିଶ୍ୱର ନଜର ରହିଥିଲେ ହେଁ ପୂର୍ବ ଶପଥଗ୍ରହଣ ଉତ୍ସବଗୁଡ଼ିକଠାରୁ ଏହା ଭିନ୍ନ ହେବ। କରୋନା ଭାଇରସ୍‌ ମହାମାରୀ ଓ କ୍ୟାପିଟୋଲ ହିଲ୍‌ ଦଙ୍ଗାକୁ ଦୃଷ୍ଟିରେ ରଖି ଅଧିକ ଜନ ସମାଗମକୁ ବାରଣ କରାଯାଇଛି। ମାତ୍ର ୧,୦୦୦ ଲୋକ ଏଥିରେ ଉପସ୍ଥିତ ରହିବେ। ସେମାନଙ୍କ ମଧ୍ୟରୁ ଅଧିକାଂଶ କଂଗ୍ରେସ ସଦସ୍ୟ ଓ ସେମାନଙ୍କ ଅତିଥି। ସେପଟେ ବିଦାୟୀ ରାଷ୍ଟ୍ରପତି ଇନାଗୁରାଲ ସେରିମନିରେ ଉପସ୍ଥିତ ରହିବା ପରମ୍ପରା ଥିଲେ ମଧ୍ୟ ଟ୍ରମ୍ପ୍‌ ଭୋରରୁ ସହର ଛାଡ଼ି ଫ୍ଲୋରିଡା ବାସଭବନ ‘ମାର-ଏ-ଲାଗୋ’କୁ ଚାଲିଯିବେ। ଭାରତୀୟ ସମୟ ରାତି ପ୍ରାୟ ୧୦ଟାରେ ହେବାକୁ ଥିବା ଶପଥ ଗ୍ରହଣର ସିଧା ପ୍ରସାରଣ ଅନେକ ଟିଭି ଚ୍ୟାନେଲରେ କରାଯିବ। ଏନେଇ ପ୍ରେସିଡେନ୍ସିଆଲ ଇନାଗୁରାଲ କମିଟି (ପିଆଇସି) ପକ୍ଷରୁ ସୂଚନା ଦିଆଯାଇଛି।

୫ ଲକ୍ଷ ଭାରତୀୟଙ୍କୁ ମିଳିପାରେ ଆମେରିକା ନାଗରିକତ୍ୱ

ଆମେରିକାରେ ବେଆଇନ ଭାବେ ବାସ କରୁଥିବା ୫ ଲକ୍ଷ ଭାରତୀୟଙ୍କ ପାଇଁ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ବାଇଡେନ୍‌ ପ୍ରଶାସନର ପ୍ରଥମ ଦିନରେ ଇମିଗ୍ରେଶନ ବିଲ୍‌ ଆଗତ କରାଯିବାର ଯୋଜନା ରହିଛି। ଏହା ଦ୍ୱାରା ଆମେରିକାରେ ରହୁଥିବା ପ୍ରାୟ ୧ କୋଟି ୧୦ ଲକ୍ଷ ଲୋକଙ୍କୁ ନାଗରିକତ୍ୱ ପ୍ରଦାନ କରିବାକୁ ବ୍ୟବସ୍ଥା କରାଯିବ। ସେମାନଙ୍କ ମଧ୍ୟରେ ପ୍ରାୟ ୫ ଲକ୍ଷ ଭାରତୀୟ ରହିଛନ୍ତି। ଏହି ବିଲ୍‌ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନର କଠୋର ଇମିଗ୍ରେସନ ନୀତିର ବିପରୀତ ହେବ। ଟ୍ରମ୍ପ୍‌ଙ୍କ ଇମିଗ୍ରେସନ ନୀତି ଆମେରିକାର ମୂଲ୍ୟବୋଧ ଉପରେ ଏକ କଠୋର ଆକ୍ରମଣ ବୋଲି ବାଇଡେନ୍‌ ପୂର୍ବରୁ କହିଥିଲେ। ବିନା କୌଣସି ଆଇନଗତ ଉପାୟରେ ଜାନୁୟାରୀ ୨୧ ପର୍ଯ୍ୟନ୍ତ ଆମେରିକାରେ ରହୁଥିବା ଲୋକଙ୍କ ପୃଷ୍ଠଭୂମି ଯାଞ୍ଚ କରାଯିବ। ଯଦି ସେମାନେ ଟିକସ ଭରିବା ସହ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ପୂରଣ କରିବେ, ତେବେ ସେମାନଙ୍କୁ ୫ ବର୍ଷର ଅସ୍ଥାୟୀ ରହଣି ପକ୍କା କରାଯିବା ସହ ଗ୍ରୀନ କାର୍ଡ ପ୍ରଦାନ କରାଯିବ। ଏହା ପରେ ସେମାନେ ଆଉ ୩ ବର୍ଷ ପାଇଁ ନାଗରିକତ୍ୱ ପାଇପାରିବେ ବୋଲି ବିଧେୟକ ଅଣାଯିବ। ଏଥିସହ ଭିସା ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଅଣାଯିବ ବୋଲି ବାଇଡେନ୍‌ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri