ଇଣ୍ଟେରିୟର ହୋମ୍‌ରେ ଲାଗିଛି ୫୦ ଲକ୍ଷ ଠକେଇ ଟଙ୍କା

ଭୁବନେଶ୍ୱର,୧୮।୧(ବ୍ୟୁରେ): କିଡ୍‌ନୀ ଦେବାକୁ କହି ଲୋକଙ୍କଠାରୁ ବହୁ କୋଟି ଟଙ୍କା ଠକେଇ ର଼୍ୟାକେଟ୍‌ର ମାଷ୍ଟରମାଇଣ୍ଡ୍‌ କେନ୍ଦ୍ରାପଡ଼ାର ହିମାଂଶୁ ଭୂଷଣ ନନ୍ଦ ରିମାଣ୍ଡର ଦ୍ୱିତୀୟ ଦିନରେ ପୋଲିସକୁ ବହୁ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ହିମାଂଶୁ ଠକେଇ କରିଥିବା ଟଙ୍କାର ବଡ଼ଭାଗ ବିଭିନ୍ନ ବ୍ୟବସାୟରେ ଲଗାଇଛନ୍ତି। କେବଳ ସାଇ ଇଣ୍ଟେରିଅର ହୋମ୍‌ରେ ୫୦ଲକ୍ଷ ଟଙ୍କା ବିନିଯୋଗ କରିଥିବା କଥା ସେ ପୋଲିସ ନିକଟରେ କହିଛନ୍ତି। ଏଥିସହ ହିମାଂଶୁଙ୍କ ବୟାନ ଆଧାରରେ ଅଧିକ କିଛି ତଥ୍ୟ ପାଇବା ପାଇଁ ପୋଲିସ ତାଙ୍କ କମ୍ପ୍ୟୁଟରର ହାର୍ଡଡିସ୍କ ଓ ୩ଟି ଏଟିଏମ୍‌ କାର୍ଡ ଜବତ କରିଛି। ସେହିଭଳି ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ହୋଇଥିବା କାରବାରର ତଥ୍ୟ ହାସଲ କରିଛି ପୋଲିସ। ଅଭିଯୁକ୍ତ କାହାକୁ କେତେ ଟଙ୍କା ଦେଇଛନ୍ତି, କେଉଁଠୁ ତାଙ୍କ ନିକଟକୁ ଟଙ୍କା ଆସିଛି ଆଦି ଅନେକ ଦିଗକୁ ପୋଲିସ ଯାଞ୍ଚ କରୁଥିବା ଥାନା ଅଧିକାରୀ ଶରତ କୁମାର ସାହୁ କହିଛନ୍ତି। ହିମାଂଶୁଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ତଥ୍ୟରୁ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ସୋମବାର ୩ ଦିନିଆ ରିମାଣ୍ଡ ଅବଧି ସରୁଥିବାରୁ ପୋଲିସ ର଼୍ୟାକେଟ୍‌ ଉପରୁ ସମ୍ପୂର୍ଣ୍ଣ ପର୍ଦ୍ଦା ହଟାଇବାକୁ ମାରାଥନ ଜେରା କରୁଛି। ତେବେ ଡାକ୍ତର ଓ ଘରୋଇ ହସ୍ପିଟାଲର ଲିଙ୍କ୍‌ ଥିବାନେଇ ହିମାଂଶୁ ପୋଲିସ ଆଗରେ ମୁହଁ ଖୋଲି ନ ଥିବା ସୂଚନା ମିଳିଛି।
ସୂଚନା ଯୋଗ୍ୟ, ହିମାଂଶୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ମାର୍କେଟିଂ ବିଭାଗରେ ଚାକିରି କରୁଥିଲେ। ଏହି ସମୟରେ ସେ ହସ୍ପିଟାଲରେ କିଡ୍‌ନୀ ଆବଶ୍ୟକ ଥିବା ଲୋକଙ୍କ ସମ୍ପର୍କରେ ତଥ୍ୟ ହାସଲ କରିଥିଲେ। ସେମାନଙ୍କୁ ଯୋଗାଯୋଗ କରି କିଡ୍‌ନୀ ଦେବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଠକେଇ କରୁଥିଲେ। ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଉ ନ ଥିଲେ। ନୟାପଲ୍ଲୀ ପୋଲିସ ହାତରେ ଗିରଫ ହେବାପରେ ହିମାଂଶୁଙ୍କ କଳାକାରନାମା ସାମ୍ନାକୁ ଆସିଥିଲା। ଏହାପରେ ତାଙ୍କ ନାମରେ କମିଶନରେଟ୍‌ ପୋଲିସରେ ୪ଟି ଅଭିଯୋଗ ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri