Posted inଖେଳ

୭ ମାସ ପରେ ଘରକୁ ଫେରିଲେ ୟୁନୁସ

ଇସଲାମାବାଦ, ୧୪।୧(ଏପି)- ଦୀର୍ଘ ୭ ମାସ ବିଶ୍ୱର ବିଭିନ୍ନ ସ୍ଥାନରେ ଜୈବ ସୁରକ୍ଷିତ ପରିବେଶରେ କଟାଇବାପରେ ପାକିସ୍ତାନ ବୋଲିଂ କୋଚ୍‌ ଓ୍ବାକର ୟୁନୁସ ଘରକୁ ଫେରିଛନ୍ତି। ୪୮ ବର୍ଷୀୟ ଓ୍ବାକର ଏହି ସମୟ ମଧ୍ୟରେ ପାକିସ୍ତାନ ଦଳସହ ଇଂଲଣ୍ଡ, ଜିମ୍ବାଓ୍ବେ ଓ ନ୍ୟୁଜିଲାଣ୍ଡ ଗସ୍ତ କରିଥିଲେ। ନ୍ୟୁଜିଲାଣ୍ଡରେ ପାକିସ୍ତାନ ଆହୁରି ୨ଟି ଟେଷ୍ଟ ଖେଳିବାର ଅଛି। ତେବେ ପ୍ରଥମ ଟେଷ୍ଟରେ ପାକିସ୍ତାନ ୧୦୧ ରନରେ ପରାଜିତ ହେବାପରେ ୟୁନୁସଙ୍କୁ ଘରକୁ ଫେରିବାକୁ ଅନୁମତି ମିଳିଛି। ଚଳିତ ମାସ ଶେଷଭାଗରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଆରମ୍ଭ ହେବାକୁ ଥିବାରୁ ୟୁନୁସ ପୁଣି ବ୍ୟସ୍ତ କାର୍ଯ୍ୟସୂଚୀ ମଧ୍ୟରେ ରହିବେ। ”ମୁଁ ଗତ ୭ ମାସଧରି ପରିବାରବର୍ଗଙ୍କୁ ଦେଖି ନାହିଁ। କ୍ରିକେଟ ବୋର୍ଡର ଅନୁମତି ନେଇ ମୁଁ ଘରକୁ ଫେରିଛି“ ବୋଲି ବୁଧବାର ଲାହୋରରେ ଖବରଦାତାଙ୍କୁ କହିଛନ୍ତି ୟୁନୁସ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି -୨୦ ବିଶ୍ୱକପ୍‌ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା

ନୂଆଦିଲ୍ଲୀ,୯।୫: ଟି -୨୦ ବିଶ୍ୱକପ୍‌ ପାଇଁ ଶ୍ରୀଲଙ୍କା ନିଜ ଖେଳାଳିଙ୍କ ନାଁ ଘୋଷଣା କରିଛି। ଏହି ଟୁର୍ନାମେଣ୍ଟରେ ଅଲରାଉଣ୍ଡର ୱାନିନ୍ଦୁ ହାସରଙ୍ଗା ଶ୍ରୀଲଙ୍କାର ନେତୃତ୍ୱ ନେବେ।...

ବନ୍ୟାରେ ଭାସିଗଲା ବ୍ରାଜିଲ ପାରାଲିମ୍ପିଆନଙ୍କ ପଦକ

ପୋର୍ଟୋ ଆଲେଗ୍ର,୯ା୫: ପାରାଲିମ୍ପିକ ଫେନ୍‌ସର ଭାଣ୍ଡରସନ ଚେଭ୍ସ ଦଶନ୍ଧିରୁ ଅଧିକ ସମୟ ହେଲା ଅନେକ ବାଧାବିଘ୍ନ ଦେଇ ଗତି କରିଛନ୍ତି। କିନ୍ତୁ ବ୍ରାଜିଲର ରିଓ ଗ୍ରେଣ୍ଡ୍‌...

୫-୦ରେ ସିରିଜ ବିଜୟୀ ହେଲା ଭାରତ

ସିଲ୍‌ହେଟ୍‌,୯ା୫: ସ୍ଥାନୀୟ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଅନ୍ତର୍ଜାତୀୟ ମହିଳା ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୨୧ରନ୍‌ରେ ବିଜୟ ହାସଲ କରିବା...

ଟି -୨୦ ବିଶ୍ୱକପ: ଆଇପିଏଲ୍ ପ୍ରଦର୍ଶନ ଦେଖି ବୋକା ବନିପାରେ ଟିମ୍ ଇଣ୍ଡିଆ, ଏହା ଚିନ୍ତାର କାରଣ

ନୂଆଦିଲ୍ଲୀ, ୯।୫: ଆଇପିଏଲ୍ ର ଚଳିତ ସିଜିନ ବର୍ତ୍ତମାନ ଶେଷ ଆଡକୁ ଗତି କରୁଛି। ଲିଗ୍ ପର୍ୟ୍ୟାୟ ଶେଷ ହେବାକୁ ଯାଉଛି ଏବଂ ଏହା ସହିତ...

ରାହୁଲଙ୍କ ସହ ଝଗଡା କରିଥିବା ଲକ୍ଷ୍ନୌ ସୁପର ଜିଆଣ୍ଟସଙ୍କ ମାଲିକ କିଏ ଜାଣନ୍ତି: ତାଙ୍କ ମୋଟ ସମ୍ପତ୍ତି ହେଉଛି…

ହାଇଦ୍ରାବାଦ୍‌,୯।୫: ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ସନରାଇଜର୍ସ ହାଇଦ୍ରାବାଦ ଏକ ପରାଜୟ ଦେଇଥିଲା। ଏହି ପରାଜୟ ପରେ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ...

ଲକ୍ଷ୍ନୌ ହାତ ଛାଡିଦେବେ କି ରାହୁଲ: ବଢୁଛି ଚର୍ଚ୍ଚା

ହାଇଦ୍ରାବାଦ୍‌,୯।୫:ଆଇପିଏଲ ୨୦୨୪ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଏକ ମ୍ୟାଚ ହୋଇଥିଲା। ଏହି ମ୍ୟାଚରେ ଲକ୍ଷ୍ନୌ୍‌କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।...

ଏବେ ଆରସିବିର ମାଲିକ କିଏ ଜାଣନ୍ତି: ବିଜୟ ମାଲ୍ୟା ନା ଆଉ କିଏ

ନୂଆଦିଲ୍ଲୀ,୯।୫: ଇଣ୍ଡିଆନ ପ୍ରିମିୟର ଲିଗ ୨୦୦୮ରେ ଆରମ୍ଭ ହୋଇଥିଲା। ୧୭ ବର୍ଷ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲରୁ(ଆରସିବି) ସବୁଠାରୁ ଲୋକପ୍ରିୟ ଫ୍ରାଞ୍ଚାଇଜ ହୋଇପାରିଛି। ଆରସିବି ଦଳ...

୨୦ କୋଟି ଅଫର୍‌ ଦେଲେ ବି ଆଇପିଏଲ୍‌ ଖେଳିବେ ନାହିଁ ବାବର, କାରଣ ବି କହିଲେ…

ଇସଲାମାବାଦ,୯।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)କୁ ନେଇ ସାରା ବିଶ୍ୱରେ କ୍ରେଜ୍‌ ଅଧିକ ରହିଛି। ଏହା ଏଭଳି ଏକ ଟୁର୍ନାମେଣ୍ଟ ଯେଉଁଠି ରାତାରାତି ଯେକୌଣସି ଖେଳାଳିର ଭାଗ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri