ଏହି ବିଳାସପୂର୍ଣ୍ଣ ଫ୍ଲାଟ୍‌ରେ ରହିବେ ବିରାଟ-ଅନୁଷ୍କାଙ୍କ ଲାଡ୍‌ଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ୧୧ ଜାନୁୟାରୀ, ୨୦୨୧ରେ ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ଦମ୍ପତି ତାଙ୍କ ଝିଅର ଗୃହ ପ୍ରବେଶରେ କୌଣସି ଅଭାବ ରଖିବାକୁ ଚାହୁଁ ନାହାନ୍ତି। ଏମିତିରେ ସେ ଝିଅର କେଉଁଠାରେ ଗୃହ ପ୍ରବେଶ କରାଇବେ ତାହା ଜାଣିବା ପାଇଁ ଲୋକଙ୍କ ମନରେ ଉତ୍ସୁକତା ଲାଗି ରହିଛି। ଖୁବ୍‌ଶୀଘ୍ର ଏହି ଦମ୍ପତି ଝିଅକୁ ନେଇ ଘରେ ପହଞ୍ଚିବେ। ମୁମ୍ବାଇ ବର୍ଲିରେ ଥିବା ବିଳାସପୂର୍ଣ୍ଣ ଫ୍ଲାଟରେ ବିରୁଷ୍କାଙ୍କ ଅଲିଅଳି ରହିବେ ବୋଲି ଜଣାପଡ଼ିଛି।
ଏହି ଫ୍ଲାଟ୍‌କୁ ବିରାଟ ୨୦୧୬ ମସିହାରେ କିଣିଥିଲେ। ୭,୧୭୧ ସ୍କୋୟାର ଫୁଟ୍‌ରେ ବ୍ୟାପିଥିବା ‘ଓମକାର’ ନାମକ ଏହି ଆପାର୍ଟମେଣ୍ଟର ୩୫ତମ ଫ୍ଲୋର ହେଉଛି ବିରୁଷ୍କାଙ୍କର। ଏହା ୭୦ ଫ୍ଲୋର ବିଶିଷ୍ଟ ଆପାର୍ଟମେଣ୍ଟ। ଏହି ଫ୍ଲାର୍ଟରୁ ପୁରା ମୁମ୍ବାଇ ସହର ଦେଖାଯାଇଥାଏ। ଓମକାରରେ ଇନ୍‌ଡୋର ଟେନିସ କୋର୍ଟ, ପିଲାମାନଙ୍କ ପାଇଁ ଡେ କେୟାର ସେଣ୍ଟର ଆଦି ରହିଛି। ଏହି ଫ୍ଲାଟ୍‌କୁ ଆମେରିକାର ‘ରିଟେଲର୍ସ ଆଣ୍ଡ ଡେଭଲପର୍ସ’ ନିର୍ମାଣ କରିଛି। ଆପାର୍ଟମେଣ୍ଟ ସାଙ୍ଗକୁ ଫ୍ଲାଟ୍‌ରେ ଥିବା ଅନେକ ପ୍ରକାର ସୁବିଧା ପାଇଁ ସବୁବେଳେ ଏହାର ଚର୍ଚ୍ଚା ହୋଇଥାଏ।
ବିରୁଷ୍କା ୨୦୧୭ରେ ବିବାହ କରିଥିଲେ। କିନ୍ତୁ ଉଭୟ ୨୦୧୬ରେ ଏହି ଫ୍ଲାଟ୍‌ ପାଇଁ ଇନ୍‌ଭେଷ୍ଟ କରିଥିଲେ। ତେବେ ଫ୍ଲାଟ କିଣିବାର ଏକ ବର୍ଷ ପରେ ସେମାନେ ବିବାହ କଲେ। ଉକ୍ତ ସମୟରେ ଏହି ଫ୍ଲାଟ ୩୪ କୋଟି ଟଙ୍କାରେ କିଣାଯାଇଥିଲା। ଏବେ ଏହାର ମୂଲ୍ୟ ଆହୁରି ଅଧିକ ହେବ ବୋଲି କୁହାଯାଉଛି। ବିରୁଷ୍କାଙ୍କ ଫ୍ଲାଟରେ ୪ଟି ବେଡ୍‌ରୁମ୍‌ ରହିଛି। ଏହି ଫ୍ଲାଟ୍‌ରେ ଏକ ଉଦ୍ୟାନ କ୍ଷେତ୍ର ମଧ୍ୟ ରହିଛି। ବିରୁଷ୍କାଙ୍କ ଅନେକ ଇନ୍‌ଷ୍ଟା ପୋଷ୍ଟରେ ଏହି ସ୍ଥାନ ଦେଖିବାକୁ ମିଳେ।
୨୦୧୪ରେ କ୍ରିକେଟର ଯୁବରାଜ ସିଂହ ଏହି ଆପାର୍ଟମେଣ୍ଟର ୨୯ତମ ଫ୍ଲୋରରେ ଏକ ଫ୍ଲାଟ କିଣିଥିଲେ। ଅର୍ଥାତ୍‌ ବିରୁଷ୍କାଙ୍କ ଲାଡଲିଙ୍କ ପଡୋଶୀ ହେଉଛନ୍ତି ଯୁବରାଜ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri