କାର୍ଡିଗାନ୍‌ ଫ୍ୟାଶନ୍‌

କାର୍ଡିଗାନ୍‌ ଏକପ୍ରକାର ସ୍ବେଟର୍‌, ଯାହାର ଲୁକ୍‌ ପ୍ରାୟତଃ ଜ୍ୟାକେଟ୍‌ ପରି। କିଛି କାର୍ଡିଗାନ୍‌ର ଫ୍ରଣ୍ଟରେ ବଟନ୍‌ ଥାଏ ତ କିଛି ଥାଏ ସମ୍ପୂର୍ଣ୍ଣ ଓପନ୍‌। ବିଭିନ୍ନ ଡିଜାଇନ୍‌ ଓ କଲରରେ ଏହା ଉପଲବ୍ଧ ହୁଏ । ଶୀତ ଦାଉରୁ ରକ୍ଷାକରିବା ସହ ଷ୍ଟାଇଲିଶ୍‌ ଲୁକ୍‌ ଦେଉଥିବା କାର୍ଡିଗାନ୍‌ ଏବେ ଓ୍ବିଣ୍ଟର ଫ୍ୟାଶନ୍‌ ପାଲଟିଛି…

ଓପନ୍‌ କାର୍ଡିଗାନ୍‌- ଓପନ୍‌ କାର୍ଡିଗାନ୍‌ ବିଭିନ୍ନ ପ୍ରକାରର। ସାଧାରଣତଃ ଏହି କାର୍ଡିଗାନ୍‌ର ଫ୍ରଣ୍ଟ ସେକ୍ସନ୍‌ରେ ବଟନ୍‌ କିମ୍ବା ଜିପର୍‌ ନ ଥାଏ। ଏହା ବିଭିନ୍ନ କଲର୍‌ ଓ ଷ୍ଟାଇଲ୍‌ରେ ଉପଲବ୍ଧ ହୁଏ। ନିଟେଡ୍‌ ଉଲ୍‌, ପଲିଷ୍ଟର୍‌ ଉଲ୍‌ରେ ଏହାକୁ ତିଆରି କରାଯାଇଥାଏ। ଆଣ୍ଠୁ ତଳ ପର୍ଯ୍ୟନ୍ତ ଏହାର ଲମ୍ବ ହୋଇଥାଏ। ଟ୍ୟାଙ୍କ ଟପ୍‌, ଟି ସର୍ଟ ଓ ଜିନ୍ସ ସହ ଏହା ବହୁତ ଭଲ ଲାଗେ।

ଲଙ୍ଗ କାର୍ଡିଗାନ- ଏହା ଓପନ୍‌ କାର୍ଡିଗାନ୍‌ ଭଳି କିନ୍ତୁ ବହୁତ ଲମ୍ବା। ବଲ୍କି ଲଙ୍ଗ କୋଟ୍‌ର ସବ୍‌ଷ୍ଟିଚ୍ୟୁଟ୍‌ ଚାହୁଁଥିଲେ ଏହାକୁ ବାଛିପାରିବେ। ଏହାର ଫ୍ରଣ୍ଟରେ ଜିପର୍‌ କିମ୍ବା ବଡ ବଟନ୍‌ ଥାଏ। ସ୍ଲିମ୍‌ ଫିଗର୍‌କୁ ଏହି କାର୍ଡିଗାନ୍‌ ବହୁତ ଭଲ ଲାଗେ। ଏହାକୁ ଲେଗିଙ୍ଗସ୍‌, ଜିନ୍ସ, ରେଗୁଲାର୍‌ ଟ୍ରାଉଜର୍‌ ଏମିତିକି ଷ୍ଟକିଂସ୍‌ରେ ପିନ୍ଧି ପାରିବେ।

କ୍ରପ୍‌ଡ କାର୍ଡିଗାନ୍‌- ଏହି କାର୍ଡିଗାନ୍‌ ବହୁତ ଛୋଟ। ଚେଷ୍ଟ ଏରିଆଠାରୁ ଟିକେ ତଳ ପର୍ଯ୍ୟନ୍ତ ଉକ୍ତ କାର୍ଡିଗାନ୍‌ ରହେ। ଲେସ୍‌, ଉଲ୍‌, ଲିନେନ୍‌ରେ ଏହାକୁ ତିଆରି କରାଯାଏ। ଏହି କାର୍ଡିଗାନ୍‌ର ସାମ୍‌ନା ଭାଗରେ କେବେ କେବେ ହୁକ୍‌ ତ କେବେ ବଟନ୍‌ ଥାଏ। ଅନେକ ସମୟରେ ଫ୍ରଣ୍ଟ ଓପନ୍‌ ବା ଖୋଲା ରହିଥାଏ।

କାର୍ଡିଗାନ୍‌ ଭେଷ୍ଟ- ଏହା ସାଧାରଣତଃ ସ୍ଲିଭ୍‌ଲେସ୍‌। ଯେତେବେଳେ ଲଙ୍ଗ ସ୍ଲିଭ୍‌ ତଥା ହେଭି ସ୍ବେଟର ପିନ୍ଧିବାକୁ ଇଚ୍ଛା ନ ଥିବ ଏହାକୁ ଟ୍ରାଏ କରିପାରିବେ। ଏହାକୁ ପିନ୍ଧିଲେ ଲୁକ୍‌ ଫ୍ୟାଶନେବୁଲ ଲାଗେ। କଟନ୍‌ ଉଲ୍‌, ମୋଟା ମେଣ୍ଢା ଲୋମର ଉଲ୍‌ ଆଦିରେ ଏହା ତିଆରି ହୋଇଥାଏ। ଏହାର ଲମ୍ବ କେବେ ଅଣ୍ଟା ପର୍ଯ୍ୟନ୍ତ ତ କେବେ ହିପ୍‌ ପର୍ଯ୍ୟନ୍ତ ଥାଏ। ବିଭିନ୍ନ କଲର୍‌ ଓ ଡିଜାଇନ୍‌ରେ ଆସୁଥିବା ଏହି କାର୍ଡିଗାନ୍‌ ଷ୍ଟାଇଲିସ୍‌ ଲୁକ୍‌ ଦିଏ।

ବେଲ୍ଟେଡ୍‌ କାର୍ଡିଗାନ୍‌- ଏହି କାର୍ଡିଗାନ୍‌ ବହୁତ ଫ୍ୟାଶନେବୁଲ। କିନ୍ତୁ ମୋଟା ଫିଗର୍‌କୁ ସୁଟ୍‌ କରେନା। ଓ୍ବେଲ୍‌ ଟୋନ୍‌ଡ ଓ ସ୍ଲିମ୍‌ ଫିଗର୍‌କୁ ଭଲ ଲାଗେ। ଏହା ବିଭିନ୍ନ ପ୍ରକାର ଲେନ୍ଥରେ ଉପଲବ୍ଧ ହୁଏ। ଷ୍ଟକିଙ୍ଗସ୍‌, ଜିନ୍ସ, ଲେଗିଙ୍ଗସ୍‌, ହାଇ ବୁଟ୍‌ ସହ ଏହାକୁ ପିନ୍ଧିପାରିବେ।

ଟ୍ୟୁନିକ୍‌ କାର୍ଡିଗାନ୍‌- ଏହା ସାଧାରଣତଃ ପାଦ ପର୍ଯ୍ୟନ୍ତ ଲମ୍ବା। ଜିନ୍ସ, ଲେଗିଙ୍ଗସ୍‌ ଓ ଲଙ୍ଗ ବୁଟ୍‌ ସହ ଏହା ବହୁତ ଭଲ ଲାଗେ। ଏହି କାର୍ଡିଗାନ୍‌ ଦ୍ୱାରା ଶରୀରର ବହୁତ ଭାଗ ଘୋଡେଇ ହୋଇ ରୁହେ। ତେଣୁ ବହୁତ ଶୀତ ହେଉଥିବା ସମୟରେ ବାହାରକୁ ଯିବାକୁ ଥିଲେ ଏହାକୁ ପିନ୍ଧି ପାରିବେ। ଏହା ବିଭିନ୍ନ ଷ୍ଟାଇଲ୍‌, କଲର୍‌, ଡିଜାଇନ୍‌୍‌ରେ ଉପଲବ୍ଧ ହୁଏ।

ଜିପ୍ଡ କାର୍ଡିଗାନ୍‌- ଏହା ଦେଖିବାକୁ ଜ୍ୟାକେଟ୍‌ ପରି। ଏଥିରେ ଜିପର୍‌ ସହ ବଡ଼ ବଡ଼ ପକେଟ୍‌ ଥାଏ। ଏହାର ଲମ୍ବା ଅଣ୍ଟା ପର୍ଯ୍ୟନ୍ତ ଏବଂ ଉଭୟ କାଜୁଆଲ ଓ ଫର୍ମାଲ୍‌ ଓ୍ବେର୍‌ ଭାବେ ଏହାକୁ ବ୍ୟବହାର କରିପାରିବେ। ଏହା ଉଷ୍ମତା ପ୍ରଦାନ କରିବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି ଦିଏ। ବିଭିନ୍ନ ଡିଜାଇନ୍‌ ଓ କଲର୍‌ରେ ଉପଲବ୍ଧ ଏହି କାର୍ଡିଗାନ୍‌କୁ ଟି-ସର୍ଟ, ସ୍ଲିମ୍‌ ଫିଟ୍‌ ଶାର୍ଟ, ଜିନ୍ସ, ସ୍ବେଟ୍‌ ପ୍ୟାଣ୍ଟ ସହ ପେୟାର୍‌ କରିପାରିବେ।

ଷ୍ଟାଇଲ୍‌ ଟିପ୍ସ- * କାର୍ଡିଗାନ୍‌ ବଟନ୍‌ ବାଲା ହେଉ ଅବା ବଟନ୍‌ ନ ଥିବା, ତା’ ଉପରେ ବେଲ୍ଟ ପିନ୍ଧନ୍ତୁ। ସେ ପୁଣି ଅଣ୍ଟା ସ୍ଥାନରେ, ଯଦ୍ଦ୍ବାରା ଫିଗର୍‌ ବଲ୍କି ଲାଗିବ ନାହିଁ।

*ହାଲ୍‌କା ବ୍ରାଇଟ୍‌ କଲର୍‌ର ଟ୍ୟାଙ୍କ ଟପ୍‌ ସହ କଣ୍ଟ୍ରାଷ୍ଟ କଲର୍‌ର କାର୍ଡିଗାନ୍‌ ପିନ୍ଧନ୍ତୁ।
*ଲଙ୍ଗ କାର୍ଡିଗାନ୍‌ ସହ ସ୍କିନି ଜିନ୍ସ କିମ୍ବା ଲେଗିଙ୍ଗସ୍‌ ଭଲ ଲାଗେ।
*କାର୍ଡିଗାନ୍‌ ସହ ସ୍କାର୍ଫ ବ୍ୟବହାର କରି ଷ୍ଟାଇଲିଶ୍‌ ଲୁକ୍‌ ପାଇପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri