Posted inରାଜ୍ୟ

ମିଳିଲାନି ମ୍ୟାଚୁରିଟି ଟଙ୍କା: ଅର୍ଥାଭାବରୁ ଦିବ୍ୟାଙ୍ଗ ଝିଅଙ୍କ ବିବାହ ବନ୍ଦ, ସାହାରା ଇଣ୍ଡିଆ କାର୍ଯ୍ୟାଳୟରେ ତାଲା ପକାଇଲେ ଜମାକାରୀ

ନିରାକାରପୁର,୨୬ା୬(ଡି.ଏନ୍‌.ଏ.)-ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥ ଶ୍ରୀରାମ ବଜାର ସ୍ଥିତ ସାହାରା ଇଣ୍ଡିଆ କାର୍ଯ୍ୟାଳୟ ଫାଟକରେ ମଙ୍ଗଳବାର ଜମାକାରୀମାନେ ତାଲା ପକାଇଦେଇଛନ୍ତି। ମ୍ୟାଚୁରିଟି (ପୂର୍ଣ୍ଣ ଅବଧି) ପରେ ଗ୍ରାହକମାନେ ଟଙ୍କା ଫେରି ନ ପାଇବାରୁ ଉତ୍ତ୍ୟକ୍ତ ହୋଇ ଏଭଳି କରିଥିଲେ। ଏହା ପୂର୍ବରୁ ନିଜର ଟଙ୍କା ଫେରି ପାଇବା ପାଇଁ କାର୍ଯ୍ୟାଳୟକୁ ଯାଇଥିବାବେଳେ ଜଣେ ମହିଳାଙ୍କୁ ଅସଦାଚରଣ ଓ ମାଡ଼ ମାରିବା ଏବଂ କେତେଜଣ ଜମାକାରୀଙ୍କ ପ୍ରତି ଦୁର୍ବ୍ୟବହାର କରିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ତେବେ କିଛି ପ୍ରଭାବଶାଳୀ ଏଜେଣ୍ଟଙ୍କ ଯୋଗୁ ପୋଲିସ ମଧ୍ୟ ଉକ୍ତ ଘଟଣାରେ ନୀରବଦ୍ରଷ୍ଟା ସାଜିଥିବା ଲୋକେ ଅଭିଯୋଗ କରିଛନ୍ତି। ବର୍ଷ ବର୍ଷ ଧରି ନିଜର କଷ୍ଟଅର୍ଜିତ ଟଙ୍କା ସାହାରା ଇଣ୍ଡିଆରେ ଜମା କରିଥିବାବେଳେ ଅବଧି ପୂର୍ଣ୍ଣ ପରେ ମଧ୍ୟ ସେମାନଙ୍କ ଜମାରାଶି ନ ମିଳିବାରୁ ସ୍ଥାନୀୟ ଅଞ୍ଚଳରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଥିଲା। ଟଙ୍କା ନ ମିଳିବା ଏବଂ ଏଜେଣ୍ଟମାନେ ଧରାଛୁଆଁ ଦେଇ ନ ଥିବାରୁ ମଧ୍ୟାହ୍ନ ୧୨ଟାରୁ ୧.୧୩ ପର୍ଯ୍ୟନ୍ତ ଆନ୍ଦୋଳନକାରୀମାନେ ବାଧ୍ୟ ହୋଇ ତାଲା ପକାଇଥିବା ସୂଚନା ମିଳିଛି। ତେବେ ଶାଖା ପରିଚାଳକ ଓ କେତେଜଣ ଏଜେଣ୍ଟ ଲୋକଙ୍କୁ ବୁଝାଶୁଝା କରିବା ପରେ ଆନ୍ଦୋଳନକାରୀ ତାଲା ଖୋଲିଥିଲେ। କମ୍ପାନୀର ଏଭଳି କାର୍ଯ୍ୟକଳାପ ଯୋଗୁ ମାଡ଼ଗାଳି ଆଶଙ୍କାରେ କେତେଜଣ ଏଜେଣ୍ଟ ଭୟଭୀତ ହୋଇ ପଡ଼ିଥିବା ଜଣାପଡ଼ିଛି।
ପୁରୀ ଜିଲା କଣାସ ବ୍ଲକ ଦେଇପୁର ପଞ୍ଚାୟତସ୍ଥ ଚନ୍ଦ୍ରମା ପାଟପୁର ଗ୍ରାମର ଜଣେ ଜମାକାରୀ କେଳି ସାହୁ(୭୦) କହନ୍ତି, ଦୀର୍ଘ ୬ ମାସ ଏବଂ ଏବେ ଟାଣ ଖରାରେ ଟଙ୍କା ପାଇବା ପାଇଁ ମୁଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲିଣି। ମୋ ପୁଅ ଜଣେ ମାନସିକ ଭିନ୍ନକ୍ଷମ। ମୋ ପୁଅ ତା ଝିଅର ବିବାହ ନିମନ୍ତେ ଟଙ୍କା ଜମା କରିଥିଲା। ମ୍ୟାଚୁରିଟି ଟଙ୍କା ନ ମିଳିବାରୁ ଠିକ୍‌ ହୋଇ ସାରିଥିଲେ ମଧ୍ୟ ମୋ ନାତୁଣୀର ବାହାଘର ହୋଇପାରିଲାନି। ସେ କହିଥିଲେ, ଟଙ୍କା ନ ନେଲେ ଏଠାରୁ ମୁଁ ଯିବିନାହିଁ।
ଖୋର୍ଦ୍ଧା ଅଞ୍ଚଳର ଲକ୍ଷ୍ମୀକାନ୍ତ ପ୍ରଧାନ କହନ୍ତି, ମୁଁ ଜଣେ ଅତି ଗରିବ ଲୋକ । ବହୁ କଷ୍ଟରେ ପେଟରୁ କାଟି ଭିନ୍ନକ୍ଷମ ଝିଅର ବିବାହ ନିମନ୍ତେ ଟଙ୍କା ରଖିଥିଲି। କିନ୍ତୁ ମ୍ୟାଚୁରିଟି ପରେ ମଧ୍ୟ ଜମାଟଙ୍କା ନ ମିଳିବାରୁ ତା’ର ବାହାଘର ଭାଙ୍ଗିଗଲା।
ସେହିପରି ଯାଜପୁର ଗ୍ରାମ(ଲେଣ୍ଡେ ପଞ୍ଚାୟତ)ର ନଳିନୀ ପ୍ରଧାନ କହିଥିଲେ ଯେ, ଆମ ଗ୍ରାମର କେତେଜଣ ବୋହୁ ୧୯ ହଜାର, ୨୧ ହଜାର ଆଦି ଜମାରାଶି ରଖିଥିଲେ। କିନ୍ତୁ ୬ ମାସ ପରେ ମଧ୍ୟ ମ୍ୟାଚୁରିଟି ନ ମିଳିବାରୁ ଆମେ ବାଧ୍ୟ ହୋଇ ତାଲା ପକାଇଥିଲୁ।
ତଇଲା(କଣାସ)ର ସୁକାନ୍ତ ତାଡ଼ କହିଥିଲେ, ନିଜର ଜମା ଟଙ୍କା ପାଇବା ପାଇଁ ସେ ମ୍ୟାନେଜରଙ୍କୁ ଦେଖା କରିଥିଲେ। ତେବେ ମ୍ୟାନେଜର ତାଙ୍କୁ କହିଥିଲେ ଯେ ଯେଉଁ ଏଜେଣ୍ଟଙ୍କୁ ଟଙ୍କା ଦେଇଛ ତାକୁ ଧର। ଆମେ କିଛି କରିପାରିବୁ ନାହିଁ।
ଏ ସମସ୍ତ ସମସ୍ୟା ନେଇ ନିରାକାରପୁର ଶାଖା, ସାହାରା ଇଣ୍ଡିଆର ପରିଚାଳକ ସଞ୍ଜୀବ କୁମାର ଦାସଙ୍କୁ ପଚାରିବାରୁ ସେ କହିଥିଲେ କି, କମ୍ପାନୀର ଆକାଉଣ୍ଟରେ ଗୋଟିଏ ପ୍ରତିବନ୍ଧକ ଲାଗିଛି। ସେଥିପାଇଁ ଟଙ୍କା ମିଳିବାରେ ଟିକିଏ ଅସୁବିଧା ହେଉଛି। ତେବେ ମ୍ୟାଚୁରିଟି ଟଙ୍କା ଡେରି ହେଲେ ଆମେ ତାର ସୁଧ ଦେଉଛୁ ବୋଲି ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri