ଲୋକଙ୍କ ହୃଦୟ ଜିଣିବା ଲକ୍ଷ୍ୟ

ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଭୂମେଶ ଚନ୍ଦ୍ର ବେହେରା। ୧୮ ମାସ ତଳେ ରାଜ୍ୟ ସରକାର ତାଙ୍କ କାନ୍ଧରେ ନ୍ୟସ୍ତ କରିଥିଲେ ରାଜ୍ୟର ଅନ୍ୟତମ ପ୍ରଶାସନିକ କେନ୍ଦ୍ରସ୍ଥଳ ତଥା ଶିଳ୍ପ ଜିଲା ଢେଙ୍କାନାଳର ଦାୟିତ୍ୱ। କାର୍ଯ୍ୟରେ ଯୋଗଦେବାର ୮ମାସ ପରେ ଆରମ୍ଭ ହେଲା କୋଭିଡ୍‌ ଦୌରାତ୍ମ୍ୟ। ବିଭାଗୀୟ ଅଧିକାରୀ, କର୍ମଚାରୀଙ୍କୁ ନେଇ ସେ ଏହାର ମୁକାବିଲା କରିବାରେ ଅନେକାଂଶରେ ସଫଳ ହୋଇଛନ୍ତି। ଜିଲାରେ ବିକାଶମୂଳକ କାର୍ଯ୍ୟକୁ ସର୍ବଦା ଅଗ୍ରାଧିକାର ଦେଉଥିବା ଏହି ପ୍ରଶାସନିକ ଅଧିକାରୀଙ୍କ ପେସା ଏବଂ ନିଶାକୁ ନେଇ ୫ଟି ପ୍ରଶ୍ନ ସ୍ତମ୍ଭରେ ‘ଧରିତ୍ରୀ’ର ଉପସ୍ଥାପନା…

 

 

ପ୍ରଶାସନିକ ଅଧିକାରୀ ହେବା ପାଇଁ କେଉଁଠୁ ପ୍ରେରଣା ମିଳିଥିଲା ?

ମୟୂରଭଞ୍ଜ ଜିଲା ଉଦଳା ବ୍ଲକର ଅନୁନ୍ନତ ପହଣ୍ଡା ଶାସନରେ ଘର। ପାଠ ପଢ଼ିବା ସମୟରେ ବିଦ୍ୟୁତ୍‌ ସୁବିଧା ନ ଥିଲା। ଡିବିରି, ଲଣ୍ଠନରେ ପ୍ରାଥମିକ ଶିକ୍ଷା ସରିଲା। ସେଦିନକୁ କେବେ ଭୁଲିହେବନି। ଛୋଟବେଳୁ ସାଧାରଣ ଲୋକଙ୍କୁ ସହାୟତା କରିବା ଲକ୍ଷ୍ୟ ଥିଲା। ଓଏଏସ୍‌ ପାଇବା ପରେ ଏହାକୁ କାର୍ଯ୍ୟରେ କରି ଦେଖାଇବା ଲାଗି ସୁଯୋଗ ମିଳିଲା। ଲୋକଙ୍କ ଅଭିଯୋଗ ଶୁଣି ଏହାର ସମାଧାନ କରିବାକୁ ସବୁବେଳେ ଅଗ୍ରାଧିକାର ଦେଇ ଆସିଛି। ଏହି କାର୍ଯ୍ୟରୁ ଅନେକ ପ୍ରେରଣା ମିଳିଛି।

ଢେଙ୍କାନାଳ ଜିଲାପାଳ ହେବାର ଅନୁଭୂତି ?

ଜିଲା ମୁଖିଆ ପଦବୀରେ ରହି ସମାନ୍ତରାଳ ଭାବେ ସମସ୍ୟା ବୁଝିବା ଏବଂ କରୋନା ମୁକାବିଲା କରିବା ଚ୍ୟାଲେଞ୍ଜ ଥିଲା। ସମସ୍ତେ ମିଳିମିଶି ଟିମ୍‌ ସ୍ପିରିଟ୍‌ ସହ ଏହି କାର୍ଯ୍ୟ କରୁଛୁ। ଗ୍ରାମୀଣ ଆବାସ ଯୋଜନା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଜିଲା ପ୍ରଶଂସିତ ହୋଇଛି। ଜିଲାରେ ଆହୁରି ଅନେକ କାମର ଆବଶ୍ୟକତା ରହିଛି। ସମସ୍ତଙ୍କୁ ନେଇ ଜିଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଜାରି ରହିଛି। ଆଜିର କାମ ଆଜି ସାରିବା ଉପରେ ସର୍ବଦା ଅଧିକ ଧ୍ୟାନ ଦିଏ। ଲୋକଙ୍କ ହୃଦୟ ଜିଣିବା ମୋର ଲକ୍ଷ୍ୟ।

ପ୍ରଶାସନିକ କାର୍ଯ୍ୟ ବ୍ୟତୀତ ପସନ୍ଦର କାମ?

ଫୁରସତ୍‌ ସମୟରେ ବହି ପଢ଼ିବା, ବ୍ୟାଡ୍‌ମିଣ୍ଟନ ଖେଳିବା, କ୍ରିକେଟ ଖେଳ ଦେଖିବାକୁ ଭଲପାଏ। ଏହାକୁ ବାଦ୍‌ଦେଲେ ପୁରୁଣା ଓଡ଼ିଆ ଏବଂ ହିନ୍ଦୀ ଗୀତ ଶୁଣିବାକୁ ଭଲଲାଗେ। ଉପନ୍ୟାସ ଭିତରେ ଫକୀର ମୋହନ ସେନାପତିଙ୍କ ଛ’ମାଣ ଆଠଗୁଣ୍ଠ ବହି ପଢ଼ିବାର ଅନୁଭୂତି ନିଆରା। ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀ ପସନ୍ଦର କ୍ରିକେଟର। ସେହିପରି ବ୍ୟାଡ୍‌ମିଣ୍ଟନ ତାରକା ଗୋପୀଚାନ୍ଦ ପ୍ରିୟ ଖେଳାଳି।

ଖାଇବାରେ ରୁଚି କ’ଣ ?

ସେମିତିରେ ଖାଇବାରେ ସବୁ ପସନ୍ଦ। ହେଲେ ଦେଶୀ ଖାଦ୍ୟରେ ଅଧିକ ରୁଚି। ପଖାଳ, ଶାଗ, ବଡ଼ି, ଉଷୁନା ଚାଉଳ, ଦେଶୀ କୁକୁଡ଼ା ମାଂସ ତରକାରି ଭଲ ଲାଗେ।

ଏଭଳି ଏକ ସ୍ମୃତି, ଯାହା ଅଭୁଲା ?

କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକରେ ବିଡିଓ ଥାଏ। ୨୦୦୩ରେ ସେଠାରେ ବନ୍ୟା ହୋଇଥାଏ। ଗୋଟିଏ ଗ୍ରାମର ଲୋକେ ଅଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି। ଗଁାକୁ ଯିବା ପାଇଁ ଭଲ ରାସ୍ତା ନ ଥାଏ। ଉପଜିଲାପାଳଙ୍କୁ ସାଥିରେ ଧରି ଦୁଇଟି ବାଇକ୍‌ରେ କ୍ଷତିଗ୍ରସ୍ତଙ୍କ ପାଇଁ ଶୁଖିଲା ଖାଦ୍ୟ ନେଇ କାଦୁଅ ରାସ୍ତାରେ କିଛିବାଟ ଯିବାକୁ ପଡ଼ିଲା। ସେଠାରୁ ଡଙ୍ଗାରେ ବିପନ୍ନଙ୍କ ପାଖରେ ପହଞ୍ଚତ୍ ଖାଦ୍ୟ ଦେଇଥିଲୁ। ଖାଦ୍ୟ ପାଇବା ପରେ ଲୋକଙ୍କ ମୁହଁରେ ଯେଉଁ ଖୁସି ଦେଖିବାକୁ ମିଳିଥିଲା ତାହା ଅବର୍ଣ୍ଣନୀୟ। ଏହା ଜୀବନର ସବୁଠାରୁ ବଡ଼ ସ୍ମୃତି ହୋଇ ରହିଛି।

-ରିପୋର୍ଟ: ରତନ ନାୟାର

 


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ

ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ...

ସାନଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା

ଛତ୍ରପୁର,୩୦।୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ରିପିଟ୍‌ କରିଛି। ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ...

ଖରାକୁ ଖାତିର ନ କରି ବାଇକ୍‌ରେ ବୁଲି ପ୍ରଚାର କଲେ ପ୍ରାର୍ଥୀ

କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ):କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ଅଧୀନ ବୋରିଆ, ପର୍ଥଲା, କିକିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାର କରିଛନ୍ତି ବିଜେଡିର ଉଭୟ ପ୍ରାର୍ଥୀ।...

ପ୍ରାର୍ଥତ୍ପତ୍ର ଦାଖଲକୁ ଆଉ ୩ ଦିନ ବାକି: ଖଲ୍ଲିକୋଟ ବିଧାନସଭା ଲାଗି ଛିଣ୍ଡୁନି ବିଜେଡିର ଅଙ୍କ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର): ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷହେବାକୁ ଆଉ ମାତ୍ର ୩ ଦିନ ବାକି...

ଅପରାଜିତାଙ୍କୁ ବିହାର ପଠାଇଦେବି: ଭାଜପା ଛାଡିବା ପରେ ବର୍ଷିଲେ କାଳୁ

ଖୋର୍ଦ୍ଧା,୩୦।୪ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବିଧାନସଭା ଭାଜପା ଆଶାୟୀ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କ ଟିକେଟ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କାଳୁଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri