ଧନୀ ହେବାକୁ ଚାହାନ୍ତି, ହେଲେ ଘରେ ରହୁନାହିଁ କି ଟଙ୍କା? ଜାଣି ରଖନ୍ତୁ ଚାଣକ୍ୟ କହିଥିବା ଏହି ୬ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଅର୍ଥନୀତିଜ୍ଞ ତଥା ଶିକ୍ଷାବିତ। ସେ ନିଜର ନୀତିଶାସ୍ତ୍ରରେ ଜୀବନ ସହ ଜଡ଼ିତ ଅନେକ ସମସ୍ୟାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ଦୀର୍ଘଦିନ ଧରି କିଭଳି ଭାବେ ମଣିଷ ଧନ ସଞ୍ଚୟ କରିପାରିବ ତାହା ଚାଣକ୍ୟ ବ୍ୟାଖ୍ୟା କରିଛନ୍ତି।

ବର୍ତ୍ତମାନ ସମୟରେ ଧନ ସୁଖମୟ ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚାଣକ୍ୟ କୁହନ୍ତି ଲୋକଙ୍କ କିଛି କୁଅଭ୍ୟାସ ପାଇଁ ଧନର ଦେବୀ ଲକ୍ଷ୍ମୀ ତାଙ୍କ ପାଖରେ ରୁହନ୍ତି ନାହିଁ। ଏଭଳି ଲୋକମାନେ ସାରା ଜୀବନ ଆର୍ଥିକ ଅନଟନର ଶିକାର ହୋଇଥାନ୍ତି।

ଟଙ୍କା ରୋଜଗାର ଏବଂ ସଞ୍ଚୟ କରିବା ଆବଶ୍ୟକ: ଚାଣକ୍ୟ କୁହନ୍ତି, ଟଙ୍କାର ଉଭୟ ରୋଜଗାର ଓ ସଞ୍ଚୟ ଗୁରୁତ୍ୱପୂର୍ଣ୍ଣ। ଟଙ୍କା ରୋଜଗାର କରିବା ଅପେକ୍ଷା ଜଣେ ବ୍ୟକ୍ତି ଟଙ୍କା ସଞ୍ଜୟ କରିବା ଉପରେ ଗୁରୁତ୍ୱ ଦେବା ଉଚିତ। ଯେଉଁମାନଙ୍କ ପାଖରେ ଟଙ୍କା ସଞ୍ଚୟ କରିବାର କଳା ଥାଏ ସେମାନେ ଜୀବନରେ କେବେ ବି ଅସୁବିଧାର ସମ୍ମୁଖୀନ ହୁଅନ୍ତି ନାହିଁ। ଯେତେବଡ଼ ବିପଦ ଆସୁ ତାହା ସହରରେ ପାର ହୋଇଯାଏ। ଅରପକ୍ଷେ ଅନାବଶ୍ୟକ ଭାବେ ଟଙ୍କା ଖର୍ଚ୍ଚ କରୁଥିବା ବ୍ୟକ୍ତିଙ୍କୁ ଅଜ୍ଞ ବୋଲି ଧରାଯାଏ। ତାକୁ ବିପଦ ସମୟରେ ଅନ୍ୟକୁ ପଚାରିବାକୁ ପଡେ।

ଚ୍ୟାଲେଞ୍ଜକୁ ସାମ୍ନା କରିବାକୁୁ ପଡିବ: ଚାଣକ୍ୟ କୁହନ୍ତି ଟଙ୍କା ରୋଜଗାର କରିବା ଲାଗି ଜଣଙ୍କୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡେ। ବିପଦକୁ ସାମ୍ନା କରିଥିବା ବ୍ୟକ୍ତି ହଁି ସଫଳ ହୋଇଥାଏ। ଏଣୁ ବ୍ୟକ୍ତିକୁ ରିସ୍କ ନେବା ପୂର୍ବରୁ ଭୟଭୀତ ହେବା ଉଚିତ ନୁହେଁ।

ଟଙ୍କାର ସଠିକ ବ୍ୟବହାର: ମା’ ଲକ୍ଷ୍ମୀ ସ୍ବଭାବରେ ଚଞ୍ଚଳ। ଚାଣକ୍ୟ କୁହନ୍ତି, ଯେଉଁଭଳି ଟଙ୍କାକୁ ରୋଜଗାର କରିବା ଜରୁରୀ, ଠିକ୍‌ ସେଭଳି ଭାବେ ସଠିକ ଉପାୟରେ ଖର୍ଚ୍ଚ କରିବା ମଧ୍ୟ ଉଚିତ। ମନ୍ଦ ଉଦ୍ଦେଶ୍ୟରେ ଟଙ୍କା ଖର୍ଚ୍ଚ କରିଲେ ବ୍ୟକ୍ତି କିଛି ଦିନ ପରେ ବରବାଦ ହୋଇଯାଏ।

ଅଧର୍ମ ରାସ୍ତାରୁ ଦୂରରେ ରୁହନ୍ତୁ: ଚାଣକ୍ୟ କୁହନ୍ତି ଯଦି ଜଣେ ବ୍ୟକ୍ତିକୁ ରୋଜଗାର କରିବା ଲାଗି ଅଧର୍ମ ରାସ୍ତାରେ ଯିବାକୁ, ଶତ୍ରୁଙ୍କ ସହ ହାତ ମିଶାଇବାକୁ ପଡେ ତେବେ ସେ ତାହା କରିବା ଉଚିତ ନୁହେଁ।

ଲକ୍ଷ୍ୟ ସ୍ଥିର ରହିବା ଆବଶ୍ୟକ: ଚାଣକ୍ୟ କୁହନ୍ତି ଜଣେ ବ୍ୟକ୍ତି ନିଜର ଲକ୍ଷ୍ୟ ସମ୍ପର୍କରେ ଜାଣିବା ଉଚିତ। ଯଦି ଲକ୍ଷ୍ୟ ସ୍ଥିର ନ ଥାଏ ତେବେ ସଫଳତା ହାସଲ କରିବା ମୁସ୍କିଲ। ଏହାଛଡ଼ା କେତେ ସମ୍ପତ୍ତି ଅଛି ସେନେଇ କୌଣସି ବ୍ୟକ୍ତିଙ୍କୁ କୁହନ୍ତୁ ନାହିଁ। ଗୁପ୍ତ କଥା କହିବା ଦ୍ୱାରା କାମ ନଷ୍ଟ ହେବାର ସମ୍ଭାବନା ଥାଏ।

ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବା ଶିଖନ୍ତୁ: ଚାଣକ୍ୟ କହିଛନ୍ତି, ଅର୍ଥ ସଞ୍ଚୟ କରିବାର ସର୍ବୋତ୍ତମ ଉପାୟ ହେଉଛି ଖର୍ଚ୍ଚକୁ ନିୟନ୍ତ୍ରଣ କରିବା। ଗୋଟିଏ ପାତ୍ରରେ ଦୀର୍ଘଦିନ ଧରି ଜଳ ରଖିଥିଲେ ଯେଉଁଭଳି ତାହା ଶେଷ ହୋଇଯାଏ, ସେହିଭଳି ସଞ୍ଚିତ ଧନ ର ବ୍ୟବହାର ନ କରିବା ଦ୍ୱାରା ତାର ମୂଲ୍ୟ ରହି ନ ଥାଏ। ଏଣୁ ଏହି ଟଙ୍କାକୁ ଦାନ, ଧର୍ମ ଏବଂ ବ୍ୟବସାୟରେ ବିନିଯୋଗ କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri