Posted inଖେଳ

ଏହି ଭାରତୀୟ କ୍ରିକେଟର୍‌ ରଚିଲେ ଇତିହାସ

ମେଲବୋର୍ନ,୨୯।୧୨: ମେଲବୋର୍ନରେ ଖେଳାଯାଇଥିବା ଭାରତ ଏବଂ ଅଷ୍ଟ୍ରେଲିଆ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆର ବିଜୟରେ ରବିନ୍ଦ୍ର ଜାଡେଜା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପ୍ରଥମ ଇନିଂସରେ ୫୭ ରନ ସଂଗ୍ରହ କରିଥିବା ଜାଡେଜା ମଧ୍ୟ ଏହି ମ୍ୟାଚରେ ୩ଟି ଉଇକେଟ ନେଇଥିଲେ। ଭାରତର ପ୍ରଥମ ଇନିଂସରେ ସେ ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ସହ ୧୨୧ ରନର ଭାଗିଦାରୀ ଖେଳିଥିଲେ, ଯାହା ଟିମ ଇଣ୍ଡିଆକୁ ଆଗେଇ ନେବାରେ ସାହାଯ୍ୟ କରିଥିଲା। ଏହା ଜାଡେଜାଙ୍କ ୫୦ତମ ଟେଷ୍ଟ ମ୍ୟାଚ ଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ସ୍ମରଣୀୟ ବିଜୟ ହାସଲ କରିଛ। ଅଲରାଉଣ୍ଡର ଜାଡେଜା ପରେ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନୀ କ୍ରିକେଟର ୩ଟି ଫର୍ମାଟରେ ୫୦ କିମ୍ବା ଅଧିକ ମ୍ୟାଚ ଖେଳିଥିବା ତୃତୀୟ ଭାରତୀୟ ଖେଳାଳି ହୋଇଛନ୍ତି।ଜାଡେଜା ଟୁଇଟ୍‌ କରି କହିଛନ୍ତି, ମାହି ଭୋଇ ଏବଂ ବିରାଟଙ୍କ କ୍ଲବରେ ସାମିଲ ହେବା ଅତ୍ୟନ୍ତ ଗୌରବର ବିଷୟ, ଭାରତ ପାଇଁ ୩ଟି ଫର୍ମାଟରେ ୫୦ରୁ ଅଧିକ ମ୍ୟାଚ ଖେଳିଛନ୍ତି। ମୋ ବିଶ୍ୱାସ ଏବଂ ସମର୍ଥନ ଜଣାଇବା ପାଇଁ ବିସିସିଆଇ, ମୋର ସାଥୀ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍‌ଙ୍କୁ ଧନ୍ୟବାଦ। ଆଶା କରୁଛି ଏହା ଆହୁରି ଆଗକୁ ମଧ୍ୟ ଚାଲିବ। ଜୟ ହିନ୍ଦ।
୨୦୦୯ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ଜାଡେଜା ଏପର୍ଯ୍ୟନ୍ତ ୫୦ଟି ଟେଷ୍ଟ, ୫୦ ଟି-୨୦ ମ୍ୟାଚ ଏବଂ ୧୬୮ଟି ଏକଦିବସୀୟ ମ୍ୟାଚ୍‌ ଖେଳିଛନ୍ତି। ସେ ଟେଷ୍ଟରେ ୨୧୬ ଉଇକେଟ, ଏକଦିବସୀୟରେ ୧୮୮ ଉଇକେଟ ଏବଂ ଟି-୨୦ରେ ୩୯ ଉଇକେଟ ନେଇଛନ୍ତି। ଟେଷ୍ଟରେ ୧୯୨୬, ଏକଦିବସୀୟରେ ୨୪୧୧ ଏବଂ ଟି-୨୦ରେ ୨୦୧୬ ସ୍କୋର କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri