ଜମିକୁ ନିଅଣ୍ଟ ଜଳ

ଅନୁଗୋଳ ଅଫିସ, ୨୯।୧୨: ‘ଚାଷ ଅଛି ଯାହାର କେତେ ସୁଖ ତାହାର’। ଏହି ପ୍ରଚଳିତ ଆପ୍ତବାକ୍ୟ ଚାଷୀ-ଚାଷ ଭିତରେ ଥିବା ସମ୍ପର୍କ ସହିତ ଫସଲ ଉତ୍ପାଦନର ମହତ୍ତ୍ୱ ବଖାଣେ। ହେଲେ ଖଣିଖାଦାନ ଭରା ଅନୁଗୋଳ ଜିଲାରେ ଶିଳ୍ପ ପାଣି ଶୋଷୁଥିବାବେଳେ ଜମିକୁ ନିଅଣ୍ଟ ହେଉଛି ଜଳ। କାର୍ଯ୍ୟକାରୀ ଉଠାଜଳସେଚନ ବ୍ୟବସ୍ଥା ସ୍ଥାଣୁ ପାଲଟିଛି। ସମସ୍ୟା ପାଇଁ ବିଭାଗୀୟ ଅଧିକାରୀ ଅସଜଡ଼ା ବିଦ୍ୟୁତ୍‌ ବ୍ୟବସ୍ଥା ଉପରେ ଦୋଷ ଲଦୁଥିବାବେଳେ ସଂଘର୍ଷ କରୁଛି ଚାଷୀ।
ଶିଳ୍ପକୁ ନେଇ ସମୃଦ୍ଧ ଅନୁଗୋଳ। ତଥାପି ଚାଷ ପାଇଁ ଜିଲାର ଚାଷୀଙ୍କ ମଧ୍ୟରେ ରହିଛି ଉତ୍ସାହ। ନଦନଦୀ, ଡ୍ୟାମ୍‌ରେ ଭରା ଅନୁଗୋଳର କୃଷିକ୍ଷେତ୍ରର ବିକାଶ ଲାଗି ଜଳ ଉତ୍ସ, ଭୂତଳ ଜଳକୁ ବ୍ୟବହାର କରି କାର୍ଯ୍ୟକାରୀ ହୋଇଛି ଉଠାଜଳସେଚନ ପ୍ରକଳ୍ପ। ଏହାଦ୍ୱାରା ଜିଲାର ୨୨ ହଜାର ୧୪୬ ହେକ୍ଟର ଜମିକୁ ପାଣି ମାଡ଼ିବା ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। କିନ୍ତୁ ପରିଚାଳନାଗତ ଅବ୍ୟବସ୍ଥା, ବିଭାଗୀୟ ଅବହେଳା କାରଣରୁ ୮୯୭ ପ୍ରକଳ୍ପ ଭିତରୁ ୨୦୫ଟି ଅଚଳ ହୋଇପଡ଼ିଛି। ସ୍ଥାଣୁ ପାଲଟିଥିବା ପ୍ରକଳ୍ପ ଯୋଗୁ ୫ ହଜାର ୬୫୮ ହେକ୍ଟର ଜମି ଜଳସେଚନ ସୁବିଧାରୁ ବଞ୍ଚତ୍ତ ହୋଇରହିଛି। କାର୍ଯ୍ୟକ୍ଷମ ୬୯୨ଟି ପ୍ରକଳ୍ପ ସହାୟତାରେ ୧୬, ୪୮୮ ହେକ୍ଟର ଚାଷଜମିକୁ ପାଣି ମାଡ଼ୁଛି।
ପ୍ରକଳ୍ପ ଅଚଳ ହେବା ପଛର ପ୍ରମୁଖ କାରଣ ଅବ୍ୟବସ୍ଥିତ ବିଦ୍ୟୁତ୍‌ ଭିତ୍ତିଭୂମି ବୋଲି କୁହାଯାଉଛି। ଦୈବୀଦୁର୍ବିପାକ ଏବଂ ବୈଷୟିକ ତ୍ରୁଟିରୁ କେତେକ ସ୍ଥାନରେ ଜଳସେଚନ ପଏଣ୍ଟ ସହିତ ସଂଯୁକ୍ତ ଟ୍ରାନ୍ସଫର୍ମର ପୋଡ଼ିଯାଇଛି। ଅନ୍ୟ କେତେକ ସ୍ଥାନରେ ବିଦ୍ୟୁତ୍‌ ତାର ଚୋରି ହୋଇଯାଇଛି। ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟକୁ ଚାଷୀମାନେ ଦୌଡ଼ି ଦୌଡ଼ି ନୟାନ୍ତ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ଏ ସମ୍ପର୍କରେ ଉଠା ଜଳସେଚନ ବିଭାଗ ନିକଟରେ ଅଭିଯୋଗ କଲେ ବିଭାଗୀୟ ଅଧିକାରୀ ନିଜର ଅସହାୟତା ପ୍ରକାଶ କରି ହାତ ଟେକି ଦେଉଛନ୍ତି। ଦୁଇ ବିଭାଗର ଅସହଯୋଗରେ ଚାଷୀ ସନ୍ତୁଳି ହେଉଥିବାବେଳେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଜିଲାରେ ଉଠାଜଳସେଚନ ପ୍ରକଳ୍ପ ଲାଗି ୨ ପ୍ରକାର ବ୍ୟବସ୍ଥା କରାଯାଇଛି। ଚାଷୀମାନେ ନିଜସ୍ବ ଉଦ୍ୟମରେ ଡିପ୍‌ ବୋରଓ୍ବେଲ ଖୋଳିପାରିବେ। ଏଥିଲାଗି ନିର୍ଦ୍ଧାରିତ ନିୟମ ଅନୁଯାୟୀ ଆବେଦନ କରିବାକୁ ପଡ଼ିବ। ଆବେଦନକାରୀ ବିପିଏଲ୍‌ ବର୍ଗର ହୋଇଥିଲେ ୧୦ ହଜାର ଏବଂ ସାଧାରଣ ବର୍ଗର ଚାଷୀଙ୍କୁ ୨୦ ହଜାର ଟଙ୍କା ବିଭାଗ ନିକଟରେ ଜମା କରିବାକୁ ପଡ଼ିଥାଏ। ସେହିପରି ଜଣେ ଚାଷୀଙ୍କ ସର୍ବନିମ୍ନ ୧ ଏକର ଜମି ଏବଂ ଅନ୍ୟ ୪ ଜଣ ଚାଷୀଙ୍କ ସମାନ ଭୂମି ରହିଥିଲେ ପାଣି ପଞ୍ଚାୟତ କରି କୌଣସି ଜଳଉତ୍ସରୁ ସେମାନେ ଚାଷଜମିକୁ ପାଣି ନେଇପାରିବେ। ବିଭାଗ ପକ୍ଷରୁ ଏଥିଲାଗି ମୋଟର, ବିଦ୍ୟୁତ୍‌ ବ୍ୟବସ୍ଥା ସହ ପାଇପ୍‌ ବିଛାଇବା ଲାଗି ଆବଶ୍ୟକ ସୁବିଧା କରାଯାଇଥାଏ। ଏସବୁ ସତ୍ତ୍ୱେ ବିଦ୍ୟୁତ୍‌ ବିଭ୍ରାଟ ଯୋଗୁ ଚାଷୀମାନେ ଅଡୁଆରେ ପଡୁଛନ୍ତି। ହରିବେରେଣୀ ଗ୍ରାମରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ଉଠାଜଳସେଚନ ପ୍ରକଳ୍ପର ସୁବିଧା ପାଉଥିବା ଚାଷୀ ପରିବାର ବିଦ୍ୟୁତ୍‌ ବିଲ୍‌ ପୈଠ କରୁଛନ୍ତି। କିନ୍ତୁ ବର୍ଷାଦିନେ ପ୍ରକଳ୍ପର ସୁଫଳ ମିଳୁ ନ ଥିଲେ ମଧ୍ୟ ବିଦ୍ୟୁତ୍‌ ଦେୟ ଛାଡ଼ କରାଯାଉନାହିଁ। ଏହାକୁ ନେଇ ଅଞ୍ଚଳର ଚାଷୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏପରି ଅନେକ ସ୍ଥାନରେ ବିଦ୍ୟୁତ୍‌ ବିଭାଗର ମନମୁଖି କାର୍ଯ୍ୟ ପାଇଁ ସେଚପ୍ରକଳ୍ପ ଅଚଳ ହେବାକୁ ବସିଛି। ସମସ୍ୟାକୁ ବିଭାଗୀୟ ଅଧିକାରୀ, ଜିଲା ପ୍ରଶାସନ, ବିଦ୍ୟୁତ୍‌ ବିଭାଗ ଗୁରୁତ୍ୱର ସହ ବିଚାର କରିବାକୁ ଚାଷୀ ସଙ୍ଗଠନ ପକ୍ଷରୁ ଦାବି ହୋଇଛି।
ଏ ନେଇ ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ମିଶ୍ର କୁହନ୍ତି, ବିଦ୍ୟୁତ୍‌ ବିଭାଗର ଅସହଯୋଗ ପାଇଁ ପ୍ରକଳ୍ପ ଅଚଳ ହେଉଛି। ବିଦ୍ୟୁତ୍‌ ବିଭାଗ ଘରୋଇକରଣ ପରେ ସମସ୍ୟା ବଢ଼ିଛି। ବିଦ୍ୟୁତ୍‌ ତାର ଚୋରି ହେଉଛି। ଟ୍ରାନ୍ସଫର୍ମର ପୋଡ଼ିଗଲେ ମରାମତି କରାଯାଉନାହିଁ। ଆମେ ନିରୁପାୟ।

ସମାଧାନ ଆରମ୍ଭ ହୋଇଛି
ଉଠା ଜଳସେଚନକୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ ଆରମ୍ଭ ହୋଇଛି। ବିଦ୍ୟୁତ୍‌ ମିଟର ଲଗାଇବା ଲାଗି ସର୍ଭେ ଚାଲିଛି। ଜମିଜମା ବିବାଦ କାରଣରୁ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ସଂଯୋଗ ଦେଇହେଉନାହିଁ। ବିଦ୍ୟୁତ୍‌ ବିଭାଗ ଉପରକୁ ଯେଉଁ ଦୋଷାରୋପ କରାଯାଉଛି ତାହା ଅମୂଳକ।
– ସୁବ୍ରତ ସାହୁ, ନିର୍ବାହୀ ଅଧିକାରୀ, ଟିପିସିଓଡିଏଲ୍‌
ଶିଳ୍ପ ପାଇଁ ଚାଷୀ ହତାଦର
ଜିଲାରେ ଛୋଟ ବଡ଼ ନାଳ ଜଳକୁ ଉପଯୋଗ କରି ବହୁ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏବେ ସେଥିରୁ ଅନେକ ଅଚଳ ହୋଇଯାଇଛି। ଶିଳ୍ପ ଜିଲା ହୋଇଥିବାରୁ ପ୍ରଶାସନ ଚାଷୀଙ୍କୁ ହତାଦର କରୁଛି।
– ମାନସ କୁମାର ପାଳ, ଅନୁଗୋଳ
ସୁଧୁରୁନି ପରିଚାଳନାଗତ ତ୍ରୁଟି
ଉଠା ଜଳସେଚନ ବିଭାଗର ପରିଚାଳନାଗତ ତ୍ରୁଟି ସୁଧୁରୁନି। ସମସ୍ୟାକୁ ଠିକ୍‌ ଭାବେ ତଦାରଖ କରାଯାଉନାହିଁ। ଚାଷୀକୁ ସବ୍‌ସିଡି ମିଳୁ ନ ଥିବାରୁ ସମସ୍ୟା ପାଚେରି ଭଳି ଛିଡ଼ା ହୋଇଛି। ଅନ୍ୟ ଉପରେ ଦୋଷ ଲଦିବା ଆଗରୁ ପ୍ରଥମେ ନିଜକୁ ପରଖିବା ଆବଶ୍ୟକ।
– ରମଣୀ ରଞ୍ଜନ ପ୍ରଧାନ, କିଶୋରନଗର
ଚାଷୀ ଗୁରୁତ୍ୱ ହରାଉଛି
ପାଣିପଞ୍ଚାୟତ ଆଇନ ଆସିବା ପରେ ଉଠା ଜଳସେଚନ ଧ୍ୱଂସାଭିମୁଖୀ ହୋଇଛି। ଚାଷୀଙ୍କୁ ଦାୟିତ୍ୱ ଦେଇ ସରକାର, ପ୍ରଶାସନ ବସିପଡ଼ିଛନ୍ତି। ଜିଲାର ଅନେକ ପ୍ରକଳ୍ପ ରୁଗ୍‌ଣ ଅବସ୍ଥାରେ ରହିଛି। ଫଳରେ ଚାଷୀ ଏବଂ ଚାଷ ଗୁରୁତ୍ୱ ହରାଉଛି।
– ରଣଜିତ ପ୍ରଧାନ, ଛେଣ୍ଡିପଦା
କାହାରି ଆନ୍ତରିକତା ନାହିଁ
ବିଭାଗୀୟ ଅବହେଳାରୁ ଜଳଉତ୍ସ କାମରେ ଲାଗୁନାହିଁ। ଖଣି ପ୍ରତି ଦେଖାଯାଉଥିବା ଆନ୍ତରିକତା ଚାଷରେ ନାହିଁ। ଉଠା ଜଳସେଚନ ପ୍ରକଳ୍ପ ରହିଲେ ସରକାର କୌଣସି ସଂସ୍ଥା ସହ ଚୁକ୍ତି କରିପାରିବେ ନାହିଁ। ତେଣୁ ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଉନାହିଁ।
– ସୁବାସ ପ୍ରଧାନ

(ଅମିତ କୁମାର ସାମଲ)


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri