Posted inଫୁରସତ

୨୦୨୧କୁ ସାବଧାନ…

୨୦୨୧ରେ ୧୨ଟି ରାଶି ମଧ୍ୟରୁ ୩ଟି ରାଶି ବ୍ୟକ୍ତିଙ୍କୁ ସଫଳତା ମିଳିବାର ଆଶା ରହିଛି। ତେବେ ଅନ୍ୟ ୯ଟି ରାଶିର ବ୍ୟକ୍ତିଙ୍କୁ ଏହି ବର୍ଷ ବିଶେଷ ସତର୍କ ରହିବାକୁ ପଡ଼ିବ। ମେଷ, ବୃଷ ଏବଂ ସିଂହ ଆଦି ୩ ରାଶିର ବ୍ୟକ୍ତିଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ରହିଛି। ଅପରପକ୍ଷରେ ମିଥୁନ, କର୍କଟ, କନ୍ୟା, ତୁଳା, ବିଛା ଧନୁ, ମକର, କୁମ୍ଭ ଏବଂ ମୀନ ଆଦି ୯ଟି ରାଶିର ବ୍ୟକ୍ତିଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି। ରାଜଯୋଗ ଥିବା ୩ ରାଶି ସମ୍ପର୍କରେ ଆସନ୍ତୁ ଜାଣିବା…

ମେଷ: ଏହି ରାଶିର ଲୋକମାନେ ନୂଆ ବର୍ଷ ୨୦୨୧ରେ ନିଜର କାରବାର ବୃଦ୍ଧି କରିବାର ସୁଯୋଗ ଲାଭ କରିବେ। ବଡ଼ ବ୍ୟବସାୟୀକ ଚୁକ୍ତିର ସୁଯୋଗ ମିଳିବ। ଟେଲିକମ୍‌ ତଥା ଟେଲିକମ୍ୟୁନିକେସନ୍‌ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମେଷ ରାଶିର ବ୍ୟବସାୟୀ ନୂଆବର୍ଷରେ ବେଶ୍‌ ସଫଳ ରହିବେ। ଲୋକ ସମ୍ପର୍କ ବଢ଼ିବାର ସମ୍ଭାବନା ଥିବାରୁ ନୂଆ ବ୍ୟବସାୟ ସୃଷ୍ଟି ହେବାର ଆଶା ରହିଛି।

ବୃଷ: ବୃଷ ରାଶି ବ୍ୟକ୍ତିଙ୍କ ପାଇଁ ନୂଆ ବର୍ଷ ୨୦୨୧ ବେଶ୍‌ ଭଲ ସାବ୍ୟସ୍ତ ହେବ। ବ୍ୟବସାୟରେ ଅନେକ ଗୁଣା ବୃଦ୍ଧି ହେବା ସହିତ ନୂଆ ଋଣ ଯୋଜନା ସଫଳ ହେବ। ସମାଜରେ ମାନସମ୍ମାନ ପ୍ରତିଷ୍ଠା ବଢ଼ିବ। ଭାଗ୍ୟରେ ପୂର୍ଣ ସହଯୋଗ ଯୋଗୁ ପ୍ରତିଟି କର୍ଯ୍ୟରେ ସଫଳତା ମିଳିବାର ଆଶା ରହିଛି। ଯୋଜନାବଦ୍ଧ ଭାବେ କାରବାର କରୁଥିବା ବ୍ୟକ୍ତି ସଫଳତାର ଶୀର୍ଷରେ ପହଞ୍ଚିପାରିବେ। ନୂଆ ବ୍ୟବସାୟ ଆରମ୍ଭ କରିବାର ଯୋଜନା ମଧ୍ୟ ସଫଳ ହେବ।

ସିଂହ: ବ୍ୟବସାୟରେ ଲାଗି ରହିଥିବା ସମସ୍ୟାର ସମାଧାନ ୨୦୨୧ରେ ହେବା ସହିତ ଲାଭର ମାତ୍ରା ବୃଦ୍ଧି ପାଇବ। କପଡ଼ା କାରବାର ସହିତ ସମ୍ପୃକ୍ତ ଥିବା ସିଂହ ରାଶିର ବ୍ୟବସାୟୀ ବେଶ୍‌ ସଫଳ ରହିବେ। ବ୍ୟବସାୟ ବୃଦ୍ଧି ପାଇଁ କରିଥିବା ନୂତନ ଯୋଜନା ସଫଳ ରହିବ। ବ୍ୟାଙ୍କରୁ ସହଜରେ ଋଣ ମିଳିପାରିବ। ବ୍ୟବସାୟ ସମେତ କ୍ୟାରିୟର କ୍ଷେତ୍ରରେ ନୂଆ ନୂଆ ସୁଯୋଗ ସୃଷ୍ଟି ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri