ପ୍ରଥମ ରୋଜଗାର ପ୍ରଥମ ଦରମାରେ ସାହିତ୍ୟ ପତ୍ରିକା କିଣିଥିଲି

ଅଧ୍ୟାପକ ତଥା ସାହିତି୍ୟକ ଅମ୍ବିକା ପ୍ରସାଦ ସାମନ୍ତରାୟ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
ଖୋର୍ଦ୍ଧା ଜିଲା ବାଲୁଗାଁ ସାନ୍ତରାପୁରରେ ମୋ ଜନ୍ମ। ବାଲୁଗାଁ ଉଚ୍ଚ ବିଦ୍ୟାଳୟରୁ ୧୯୮୩ରେ ମାଟ୍ରିକ୍‌ ପାସ୍‌ କରିବା ପରେ ଗୋଦାବରୀଶ ମହାବିଦ୍ୟାଳୟ, ବାଣପୁରରେ ଯୁକ୍ତ ଦୁଇ କଳା ପଢିଥିଲି। ତା’ପରେ ପୁରୀ ଏସ୍‌.ସି.ଏସ୍‌. କଲେଜରୁ ସାଇକୋଲୋଜି ଅନର୍ସ ନେଇ ଯୁକ୍ତ ତିନି ଏବଂ ପରେ ବ୍ରହ୍ମପୁର ୟୁନିର୍ଭସିଟିରୁ ଇଂଲିଶରେ ପିଜି କଲି। ପିଜି ପରେ ହାଇଦ୍ରାବାଦ୍‌ସ୍ଥିତ ସେଣ୍ଟ୍ରାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଂଲିଶ ଆଣ୍ଡ ଫରେନ୍‌ ଲାଙ୍ଗୁଏଜେସ୍‌(ସିଆଇଇଏଫ୍‌ଏଲ୍‌)ରୁ ଇଂଲିଶ ଟିଚିଂ ଉପରେ ଡିପ୍ଲୋମା କୋର୍ସ ମଧ୍ୟ କରିଥିଲି। ଏହାପରେ ମୋତେ ଗଞ୍ଜାମର ରମ୍ଭାସ୍ଥିତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଇଂଲିଶ ଅଧ୍ୟାପକ ଭାବେ ନିଯୁକ୍ତି ମିଳିଲା। ସେତେବେଳେ ଏହି କଲେଜଟି ମ୍ୟାନେଜମେଣ୍ଟ ଦ୍ୱାରା ପରିଚାଳିତ ହେଉଥିଲା। ଏଠି ମୋତେ ପ୍ରଥମ କରି ହଜାରେ ଟଙ୍କା ଦରମା ମିଳିଲା। ଖୁସିରେ ଟଙ୍କାକୁ ନେଇ ବୋଉ ହାତରେ ଦେଲି। ହେଲେ ବୋଉ ସେହି ଟଙ୍କାକୁ ମୋତେ ଫେରାଇ ଦେଇ କହିଲା, ନେ ତୁ ତୋ ପସନ୍ଦର କିଛି ଜିନିଷ କିଣିଦେବୁ। ତା’ପରେ ମୁଁ ସେହି ଟଙ୍କାରେ କିଛି ଓଡ଼ିଆ ସାହିତ୍ୟ ପତ୍ରିକା କିଣିଥିଲି। ସେବେଠାରୁ ମୁଁ ଏଠାରେ ଅଧ୍ୟାପନା କରୁଛି। ୟା’ଭିତରେ ଏହି କଲେଜକୁ ସରକାରୀ ଅନୁଦାନ ମଧ୍ୟ ପ୍ରାପ୍ତ ହୋଇସାରିଲାଣି। ତେବେ ଅଧ୍ୟାପନା ବ୍ୟତୀତ ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ମୁଁ ଏହି କଲେଜ ୟୁଥ୍‌ ରେଡ୍‌କ୍ରସ୍‌ର କାଉନ୍‌ସିଲର ଭାବରେ ରକ୍ତଦାନ ଶିବିର ଓ ଏଡ୍‌ସ ସଚେତନତା କାର୍ଯ୍ୟକ୍ରମର ଆୟୋଜନ ବି କରିଥିଲି। ତା’ସହିତ କଲେଜ ପିଲାଙ୍କୁ ନେଇ ପ୍ରାଥମିକ ଚିକିତ୍ସା ଓ ଟ୍ରାଫିକ୍‌ ବିଷୟରେ ଜନସଚେତନତା କାର୍ଯ୍ୟକ୍ରମ ମଧ୍ୟ କଲି। ସେହିପରି ୨୦୧୩ରୁ ଆଜି ପର୍ଯ୍ୟନ୍ତ ଉକ୍ତ କଲେଜର ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦେବାରେ ମୁଁ ସଂଯୋଜକ ଭାବେ କାର୍ଯ୍ୟନିର୍ବାହ ବି କରିଆସୁଛି। ଏସବୁ ବ୍ୟତୀତ ଲେଖାଲେଖିରେ ମଧ୍ୟ ମୋର ଖୁବ୍‌ ରୁଚି ରହିଛି। ପୁରୀ ଏସ୍‌.ସି.ଏସ୍‌ କଲେଜରେ ପଢିଲାବେଳେ କଲେଜ ହଷ୍ଟେଲ୍‌ରେ ରହୁଥାଏ। ଆଉ ହଷ୍ଟେଲ୍‌ ମାଗାଜିନ୍‌ ପାଇଁ ଲେଖା ଦେବାକୁ ସାର୍‌ ଆମକୁ କହିଥାନ୍ତି। କିନ୍ତୁ ସେତେବେଳେ ମୋତେ କବିତା କି ଗପ କିଛି ଲେଖି ଆସୁ ନ ଥାଏ। ସେହି ହଷ୍ଟେଲ୍‌ରେ ରହୁଥିବା ମୋର ଜଣେ ସାଙ୍ଗଙ୍କୁ ମୋ ପାଇଁ ଗୋଟେ କବିତା ଲେଖି ଦେବାକୁ ଅନୁରୋଧ କରିଥିଲି। ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ସେ ଠିକ୍‌ ସମୟରେ କବିତା ନ ଦେବାରୁ ମୋତେ ବହୁତ ଟେନ୍‌ସନ୍‌ ଲାଗୁଥାଏ। କାରଣ ରାତି ପାହିଲେ ମାଗାଜିନ୍‌ ପାଇଁ ଲେଖା ଦେବାର ଶେଷଦିନ ହୋଇଯିବ। ତେଣୁ ରାତିସାରା ବସି ବିଭିନ୍ନ ମାଗାଜିନ୍‌ ଖେଳାଇ କବିତା କେମିତି ଲେଖାଯାଏ, ତାକୁ ଶିଖିଲି। ଆଉ ରାତି ପାହିଲା ବେଳକୁ ନିଜ ଅନୁଭବରୁ ପ୍ରଥମ ଥର ପାଇଁ ଏକ କବିତା ଲେଖିଥିଲି, ଯାହାର ଶୀର୍ଷକ ଥିଲା ‘ରାତ୍ରିର କୁହେଳିକାରେ’। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ମୋର ଏହି କବିତାଟି ମାଗାଜିନ୍‌ ପାଇଁ ସିଲେକ୍ଟ ହେଲା ହେଲେ ଯେଉଁ ସାଙ୍ଗ ମୋତେ କବିତା ଦେବାରେ ବିଳମ୍ବ କରିଥିଲା, ତା’ର କବିତା କିନ୍ତୁ ସିଲେକ୍ଟ ହେଲାନାହିଁ। ତେଣୁ ସେହିଦିନଠାରୁ ମୋ ଭିତରେ ବିଶ୍ୱାସ ଆସିଲା ଯେ, ମୁଁ ବି କବିତା ଲେଖିପାରିବି। ଏହାପରେ ବ୍ରହ୍ମପୁର ୟୁନିର୍ଭସିଟିରେ ପଢିଲାବେଳେ ସାହିତ୍ୟ ପ୍ରତି ରୁଚି ରଖୁଥିବା ଉକ୍ତ ୟୁନିର୍ଭସିଟିର ପିଲାମାନଙ୍କୁ ନେଇ ଗଠିତ ନିର୍ଝର ସାହିତ୍ୟ ସଂସଦର ମୁଁ ଜଣେ ସଦସ୍ୟ ହେଲି। ସେଠି ମୋ ଲେଖାକୁ ଆଉ ଟିକେ ମାର୍ଜିତ କରିବାର ସୁଯୋଗ ମିଳିଲା। ବାସ୍‌ ତା’ପରଠୁ ମୁଁ ଗୋଟେ ପରେ ଗୋଟେ କବିତା ଲେଖି ଚାଲିଲି ଆଉ ତାହା ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶିତ ମଧ୍ୟ ହେଲା। ଆଉ ସେହି ପ୍ରକାଶିତ କବିତାକୁ ନେଇ ମୁଁ ‘ନିର୍ବିକଳ୍ପ’ ଓ ‘ସ୍ବପ୍ନମେଧ’ ନାମରେ ଦୁଇଟି କବିତା ସଂକଳନ କଲି। କବିତା ବ୍ୟତୀତ ଅନେକ ରମ୍ୟରଚନା ମଧ୍ୟ ଲେଖିଛି। ତା’ସହିତ ବିଶ୍ୱର ପ୍ରଖ୍ୟାତ ଗାଳ୍ପିକମାନଙ୍କର ୧୩ଟି ଇଂରାଜୀ ଗପକୁ ମୁଁ ଓଡିଆରେ ଅନୁବାଦ ବି କରିଛି ଆଉ ତାକୁ ନେଇ ପ୍ରସ୍ତୁତ ଏକ ଅନୁବାଦ ଗଳ୍ପ ସଂକଳନ ମୋର ପ୍ରକାଶିତ ଅପେକ୍ଷାରେ ରହିଛି। ଏଥିସହିତ ଅନେକ ଓଡ଼ିଆ କବିତାକୁ ଇଂଲିଶରେ ଅନୁବାଦ କରି ବହୁ ପାଠକୀୟ ପ୍ରଶଂସା ବି ପାଇଛି।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri