ଫିକାପଡ଼ିବ ପର୍ଯ୍ୟଟନ ଋତୁ

ଢେଙ୍କାନାଳ ଅଫିସ, ୧୨।୧୨: ଆସିଛି ଶୀତ। ଆଣିଛି ଅଜସ୍ର ଉନ୍ମାଦନା। ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। ପ୍ରକୃତିରାଜୀ ଭିଜୁଛି ଶୀତୁଆ ସକାଳର କାକରରେ। କୋଳାହଳମୟ ପରିବେଶଠୁ ଦୂରରେ କେଇଘଣ୍ଟା ହଜିଯିବାକୁ ପର୍ଯ୍ୟଟକଙ୍କୁ ହାତଠାରି ଡାକୁଛି ପର୍ଯ୍ୟଟନସ୍ଥଳୀ। ଭୂତାଣୁ ଭୟରେ କଟକଣା ବେଡିରେ ବନ୍ଧା ହୋଇଥିବା ମଣିଷ ମତୁଆଲା କୋହଲା ପାଗର ମଜା ନେବାକୁ ଚାହିଁବସିଛି। କିନ୍ତୁ ପ୍ରଶାସନ ମାରିପାରିବନି ହୁଗୁଳା। କରୋନା କମିଛି ସତ, ହେଲେ ଏଯାଏ ଟଳିନି ସଙ୍କଟ। ଶୀତରେ ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ ଡିସେମ୍ବର, ଜାନୁୟାରୀକୁ ଜଗିବା ବେଶି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ତେଣୁ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ମୁକୁଳା କରି କୌଣସି ବିପଦ ମୁଣ୍ଡାଇବାକୁ ଚାହୁଁନି ପ୍ରଶାସନ। ଫଳରେ ପାର୍ବଣ ଭଳି ପର୍ଯ୍ୟଟନ ଋତୁ, ବଡ଼ଦିନ, ନୂଆବର୍ଷ ମଉଜ ମଧ୍ୟ ଫିକାପଡ଼ିବା ଆଶଙ୍କା ଦେଖାଦେଇଛି।
ଢେଙ୍କାନାଳରେ ତଳମୁହାଁ ହେଲାଣି କରୋନା ଗ୍ରାଫ୍‌। ଧୀରେ ଧୀରେ କୋହଳ ହେଉଛି କଟକଣା। ସ୍ବାଭାବିକ ଟ୍ରାକ୍‌କୁ ଫେରୁଛି ଜୀବନ। ହେଲେ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କ ଲାଗି ମୁକୁଳା କରି ବିପଦକୁ ଆମନ୍ତ୍ରଣ କରିବାକୁ ଚାହୁଁନି ପ୍ରଶାସନ। ତେଣୁ ଡିସେମ୍ବର ୨୫ ବଡ଼ଦିନରୁ ଜାନୁୟାରୀ ପହିଲା ନୂଆବର୍ଷ ଯାଏ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟା ଏବଂ କପିଳାସକୁ ପୋଲିସ ଛାଉଣୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ଅନ୍ୟ ପ୍ରମୁଖ ବଣଭୋଜି ସ୍ଥଳରେ ମଧ୍ୟ ଜନସମାଗମ ଉପରେ କଟକଣା ଜାରି କରିବାକୁ ପ୍ରଶାସନିକ ନିଷ୍ପତ୍ତି ହୋଇଛି।
ପର୍ଯ୍ୟଟନ ସମ୍ଭାରରେ ଭରପୂର ଢେଙ୍କାନାଳ। ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ସପ୍ତଶଯ୍ୟା, କପିଳାସକୁ ବାଦ୍‌ ଦେଲେ ଗଣେଶ ଖୋଲା, ନାଧରା, ସାପୁଆ, ଦଣ୍ଡାଧର ଡ୍ୟାମ୍‌, ଐତିହାସିକ କୀର୍ତ୍ତି ଅନନ୍ତଶୟନ ପୀଠ ବୁଲିବାକୁ ପର୍ଯ୍ୟଟନ ଋତୁରେ ଢେଙ୍କାନାଳକୁ ବହୁ ଦେଶୀୟ ଏବଂ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି। ତେବେ ଚଳିତ ବର୍ଷ ସ୍ଥିତି ଭିନ୍ନ। କରୋନା ସଂକ୍ରମଣ ଭୟ କମି ନ ଥିବାରୁ ଜନସମାଗମ ରୋକିବା ପ୍ରଶାସନ ଲାଗି ଚ୍ୟାଲେଞ୍ଜ ପାଲଟିଛି। ଏ ସଂକ୍ରାନ୍ତରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଗତ ୧୦ ତାରିଖରେ ଏସ୍‌ପିଙ୍କୁ ପତ୍ର ଲେଖିଛନ୍ତି। କାମାକ୍ଷାନଗର ଏବଂ ହିନ୍ଦୋଳ ଉପଖଣ୍ଡରେ ଥିବା ପର୍ଯ୍ୟଟନସ୍ଥଳୀରେ ପୋଲିସ ମୁତୟନ ପାଇଁ ସମ୍ପୃକ୍ତ ଉପଜିଲାପାଳମାନେ ପଦକ୍ଷେପ ନେବେ। ଜିଲାର ସମସ୍ତ ପର୍ଯ୍ୟଟନସ୍ଥଳୀରେ ବଣଭୋଜି ନିଷେଧ କରାଯାଇଛି। ଅଧିକାଂଶ ପର୍ଯ୍ୟଟନ ସ୍ଥଳୀ ରାସ୍ତାକୁ ବନ୍ଦ କରିଦିଆଯାଇଛି। ରବିବାର ଏବଂ ଅନ୍ୟ ଛୁଟିଦିନରେ ଉକ୍ତ ସ୍ଥାନରେ ଅଧିକ ପୋଲିସ ମୁତୟନ କରାଯିବ ବୋଲି ପ୍ରଶାସନିକ ନିଷ୍ପତ୍ତି ହୋଇଛି।
ଏ ସଂକ୍ରାନ୍ତରେ ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ କୁହନ୍ତି, ଜନସମାଗମ ଆଶଙ୍କାରେ ଚଳିତ ମାସ ଆରମ୍ଭରୁ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ବନ୍ଦ ରଖାଯାଇଛି। ବଡ଼ଦିନରୁ ନୂଆବର୍ଷ ଯାଏ କଟକଣା କଡ଼ାକଡ଼ି କରାଯିବ। ଅଧିକ ପୋଲିସ ମୁତୟନ କରାଯିବା ଲାଗି ଜିଲାପାଳଙ୍କ ସହ ଆଲୋଚନା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri