କମ୍‌ ବୟସରେ କୋହଲିଙ୍କୁ ବିବାହ କରିଥିଲେ ଅନୁଷ୍କା: ଜାଣନ୍ତୁ କାହିଁକି…

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଦଳର ଅଧିନୟକ ବିରାଟ କୋହଲିଙ୍କର ଆଜି ହେଉଛି ୩ୟ ବିବାହ ବାର୍ଷିକୀ। ଏହି ଯୋଡି ୩ ବର୍ଷ ପୂର୍ବେ ଇଟାଲିରେ ବିବାହ କରିଥିଲେ। ବିରୁଷ୍କା ନାମରେ ଜଣାଶୁଣା ଏହି ଯୋଡି ନିଜ ବିବାହକୁ ସିକ୍ରେଟ ରଖିଥିଲେ। କେବଳ ସେତିକି ନୁହେଁ, ଏହି ବିବାହ ଉତ୍ସବରେ ଉଭୟଙ୍କ ପରିବାରର ସଦସ୍ୟ ସମେତ କେବଳ ଘନିଷ୍ଟ ବନ୍ଧୁ ଉପସ୍ଥିତ ଥିଲେ। ମାତ୍ର ଭାରତ ଫେରିବା ପରେ ଏହି ଯୋଡି ଦିଲ୍ଲୀ ଏବଂ ମୁମ୍ବାଇରେ ରିସପଶନ ପାର୍ଟି ଦେଇଥିଲେ। ଏହି ପାର୍ଟିରେ ଉଭୟ କ୍ରିକେଟ ଏବଂ ବଲିଉଡ୍‌ ଜଗତର ଅନେକ ସେଲିବ୍ରିଟି ଶାମିଲ ହୋଇଥିଲେ। ଦିଲ୍ଲୀ ରିସପଶନ ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ହୋଇଥିଲେ। ବିରୁଷ୍କାଙ୍କ ବିବାହ ସମୟର ଫଟୋ ଉକ୍ତ ସମୟରେ ଖୁବ୍‌ ଚର୍ଚ୍ଚାରେ ରହିଥିଲା। ବର୍ତ୍ତମାନ ଅନୁଷ୍କା ଗର୍ଭବତୀ ଅଛନ୍ତି ଏବଂ ଜାନୁୟାରୀରେ ସେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବେ ବୋଲି ଜଣାପଡ଼ିଛି।
ତେବେ ଅନୁଷ୍କା ଯେଉଁ ସମୟରେ ବିବାହ କରିଥିଲେ ଉକ୍ତ ସମୟରେ ତାଙ୍କର ବୟସ ୨୯ ବର୍ଷ ଥିଲା। ତେବେ ଜଣେ ଅଭିନେତ୍ରୀଙ୍କ ପାଇଁ ଏହା ବହୁତ କମ୍‌ ବୟସ। ଏ କଥାକୁ ନିଜେ ଅନୁଷ୍କା ମଧ୍ୟ ସ୍ବୀକାର କରିଥିଲେ।
ଏକ ସାକ୍ଷାତକାରରେ ଅନୁଷ୍କା କହିଥିଲେ ଯେ, ଏତେ କମ୍‌ ବୟସରେ ବିବାହ କରିବାର ନ ଥିଲା ବୋଲି ଲୋକେ ମୋତେ କହୁଛନ୍ତି। ଏହାର ଉତ୍ତରରେ ଅନୁଷ୍କା କହିଥିଲେ, ଲୋକମାନେ କଳାକାରଙ୍କୁ କେବଳ ପରଦା ଉପରେ ଦେଖିବାକୁ ପସନ୍ଦ କରନ୍ତି। ମାତ୍ର ସେମାନଙ୍କ ବ୍ୟକ୍ତିଗତ ଜୀବନ ସହ କାହାର କୌଣସି ସମ୍ପର୍କ ନ ଥାଏ। ସେମାନଙ୍କ ବିବାହ ହେଉ ଅବା ମା’ ହୋଇଗଲେ। ଆମକୁ ଏହି ମାନସିକତାରୁ ବାହାରିବାକୁ ପଡ଼ିବ ବୋଲି ସେ କହିଥିଲେ।
ଆହୁରି ମଧ୍ୟ ସେ କହିଥିଲେ, ମୁଁ ୨୯ ବର୍ଷରେ ବିବାହ କରିଛି, କାରଣ ମୁଁ ପ୍ରେମରେ ପଡ଼ିଥିଲି। ଏବେ ବି ମୁଁ ପ୍ରେମ କବଳରେ। ବିବାହ ଏକ ପ୍ରାକୃତିକ ପ୍ରଗତି। ବିବାହ ଏକ ଏପରି ଜିନିଷ, ଯାହା ସମ୍ପର୍କକୁ ଆଗକୁ ବଢ଼ାଇଥାଏ ବୋଲି ଅନୁଷ୍କା କହିଥିଲେ।
ବିବାହ ପୂର୍ବରୁ ବିରୁଷ୍କା ପ୍ରାୟ ୪ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ୍‌ କରିଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ସେମାନେ କେବେହେଲେ ନିଜ ସମ୍ପର୍କକୁ ନେଇ ଖୋଲାଖୋଲି ଭାବେ କିଛି କହି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri