ଜୀବିକା ସଙ୍କଟରେ ମତ୍ସ୍ୟଜୀବୀ

ସୋନପୁର,୧୦।୧୨(ନି.ପ୍ର.): ଜୀବନ ସଂଗ୍ରାମରେ ଅନେକ ସମ୍ପ୍ରଦାୟ ଏବେ ବି ନିଜର କୌଳିକ ବୃତ୍ତି ଛାଡି ନାହାନ୍ତି । ତେବେ ବର୍ତ୍ତମାନ ପରିସ୍ଥିତିରେ ଆବଶ୍ୟକ ହେଉଥିବା ଆନୁସଙ୍ଗିକ ଜିନିଷର ଅଭାବ ଏ ଦିଗରେ ଅନ୍ତରାୟ ସାଜିଛି । ମହାନଦୀ ଓ ତେଲନଦୀର କୂଳେ କୂଳେ କାହିଁ କେଉଁ କାଳରୁ ରହି ଆସିଥିବା ଝରା, ଗିଙ୍ଗିରା ଓ କେଉଟ ସମ୍ପ୍ରଦାୟ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇ ମାଛ ମାରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମହାନଦୀ ପାଣିର ସ୍ରୋତକୁ ଦେଖି ମାଛ ମାରିବା ପାଇଁ ପାରମ୍ପରିକ ପଦ୍ଧତିରେ ତିଆରି ହେଉଥିବା ଧଇର, ବେନ୍ଦା, ଦାନ୍ଦର, ଘରି, ନୁଆଲି, ଟଙ୍ଗା, ଉଞ୍ଜ ଆଦି ଆଉ ଦେଖିବାକୁ ମିଳୁନାହିଁ । ମାଛମରା କୌଶଳରେ ଆବଶ୍ୟକ ହେଉଥିବା ଏହିସବୁ ସାମଗ୍ରୀ ଏବେ ଲୁପ୍ତପ୍ରାୟ । ଫଳରେ ପାରମ୍ପରିକ ଶୈଳୀରେ ମାଛ ମାରି ନିଜର ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀ ପରିବାର ଏବେ ସଙ୍କଟ ଦେଇ ଗତି କରୁଛନ୍ତି। ସୁବର୍ଣ୍ଣପୁର ଜିଲା ଦେଇ ବହି ଯାଇଥିବା ମହାନଦୀର କୂଳବର୍ତ୍ତୀ ଦାଦରପାଲି, ଝରାପଡା, ନାଚନିପଦର, ଦଶରାଜପୁର, ବାଘପାଲି, ବଡମାଲ, କେଉଟିପାଲି, କେଲଗାଁ, ବିନିକା ଗୁଲାପଡା, ମଣିଗାଁ ଡେରା, ରହିଲା, ତୁଣ୍ଡୁପାଲି ଝରାପଡା, ପଣ୍ଡକିଟାଲ ଆଦି ଗାଁଗୁଡିକରେ ଝରା ସମ୍ପ୍ରଦାୟର ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି । ସେହିପରି ସୋନପୁର ସହର ସମେତ ନିମ୍ନା, ଦଶରାଜପୁର ଓ ତେଲେଣ୍ଡାରେ ଗିଙ୍ଗିରା, କେଉଟ ପରିବାର ରହୁଛନ୍ତି । ଏହି ସମ୍ପ୍ରଦାୟର ଲୋକେ ପରୁଷାନୁକ୍ରମେ ମହାନଦୀ ଗର୍ଭରୁ ଡଙ୍ଗାରେ ପାରମ୍ପରିକ ଶୈଳୀରେ ମାଛ ଧରି ସ୍ଥାନୀୟ ବଜାରରେ ବିକ୍ରି କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । ଏହାବ୍ୟତୀତ ବର୍ଷର ବିଭିନ୍ନ ସମୟରେ ମହାନଦୀ ପାଣିକୁ ଦେଖି ସୁରକ୍ଷିତ ଭାବେ ମାଛ ଧରିବା ପାଇଁ ଧଇର, ବେନ୍ଦା, ଦାନ୍ଦର, ଘରି, ଚୁଆଲି, ଟଙ୍ଗା ଓ ଉଞ୍ଜ ଆଦି ନିଜ ହାତରେ ତିଆରି କରୁଥିଲେ । ଏହିସବୁ ଜିନିଷ ତିଆରି ପାଇଁ ଶୁଖା ବାଉଁଶକୁ କିଛି ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପାଣିରେ ବୁଡାଇ ରଖିବା ପରେ ତାକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ପତଳା କରି କାଟି ବୁଣୁଥିଲେ । ଦିନ ଦିନ ଧରି ପାଣିରେ ବୁଡି ନଷ୍ଟ ନ ହେବା ପାଇଁ ଏସବୁ ନିର୍ମାଣ ସମୟରେ କୌଣସି ରାଶି ବା ସୂତା ବ୍ୟବହାର ହୋଇ ନ ଥାଏ । ମହାନଦୀରୁ ମିୁଳୁଥିବା ଜାମୁଚି ନାମକ ଏକ ବୁଦା କାଟି ତାକୁ ଶୁଖାଇ ପୁଣି ପାଣିରେ ବୁଡାଇ ପତଳା କରି କାଟି ସୂତା ଭାବେ ବ୍ୟବହାର କରୁଥିଲେ । ଏହି ସବୁ ଜିନିଷକୁ ଏକ ନିର୍ଦ୍ଦିଷ୍ଟ ମାପରେ ନ କଲେ ମାଛ ମାରିବା କଷ୍ଟକର ହୋଇଥାଏ । ତେଣୁ ଏକ ସ୍ବତନ୍ତ୍ର ମାପ କରି ଏ ସବୁକୁ ତିଆରି କରାଯାଏ ବୋଲି କୁହନ୍ତି ଝରାପଡାର ଘମୁଡୁ ଝରା। ଗୋଟିଏ ଧଇର ନିର୍ମାଣ ପାଇଁ ପ୍ରାୟ ୧୫ ଦିନ ଓ ଗୋଟିଏ ବେନ୍ଦା ତିଆରି ପାଇଁ ପ୍ରାୟ ୭ ଦିନ ସମୟ ଲାଗିଥାଏ । ଏପରିକି ଝରା ଓ ଗିଙ୍ଗିରା ସମ୍ପ୍ରଦାୟର ଲୋକେ ମାଛ ମାରିବା ପାଇଁ ମହାନଦୀ ଭିତରେ ଅସ୍ଥାୟୀ କୁଡିଆ ନିର୍ମାଣ କରି ଦଶହରା ଠାରୁ ମହାନଦୀରେ ପ୍ରଥମ ବନ୍ୟା ଜଳ ଆସିବା ପର୍ଯ୍ୟନ୍ତ ନିଜର ପରିବାର ଧରି ମାଛ ମାରୁଥିଲେ। ତେଣୁ ଏମାନେ ମହାନଦୀକୁ ନିଜର ମା’ ଓ ଡଙ୍ଗାକୁ ନିଜର ବାପା ଭାବରେ ଗ୍ରହଣ କରି ଏହାର ସୁରକ୍ଷା ପାଇଁ ସର୍ବଦା ଉଦ୍ୟମ ଜାରି ରଖିଥିଲେ । କିନ୍ତୁ ବର୍ତ୍ତମାନ ମହାନଦୀରେ ରାସାୟନିକ ଔଷଧର ବହୁଳ ପ୍ରୟୋଗ ଓ ବ୍ଲାଷ୍ଟିଂ ଫଳରେ ଅନେକ ପ୍ରଜାତିର ମାଛ ବଂଶ ଲୋପ ପାଇ ସାରିଥିବା ବେଳେ ଆଉ କିଛି ଲୁପ୍ତ ହେବା ଅବସ୍ଥାରେ ଅଛି । ମହାନଦୀରେ ମାଛ ମାରିବା ପାଇଁ ଅସାମାଜିକ ଲୋକଙ୍କ ଦ୍ୱାରା ଅତ୍ୟଧିକ ରାସାୟନିକ ଔଷଧର ପ୍ରୟୋଗ କରାଯାଉଛି । ଏବେ କେତେକ ମତ୍ସ୍ୟଜୀବୀ ଦେଶୀଡଙ୍ଗା ସାହାଯ୍ୟରେ ନଦୀକୁ ଯାଇ ଜାଲରେ ମାଛ ମାରିବା ଦେଖିବାକୁ ମିୁଳୁଛି ା ଅପରପକ୍ଷରେ ମାଛମରା ପାଇଁ ପାରମ୍ପରିକ ମାଛଧରା ସାମଗ୍ରୀ ତିଆରି ପାଇଁ ଆବଶ୍ୟକ ପଡୁଥିବା ଜିନିଷର ଅଭାବ ଦେଖାଦେଇଛି। ଫଳରେ ବର୍ତ୍ତମାନର ଯୁବପିଢି ବିମୁଖ ହେଉଥିବା ଝରାପଡା ଗ୍ରାମର ବୈଦ୍ୟନାଥ ବେହେରା, ରାମେଶ୍ୱର ନାଏକ ଓ ଧୁବେଇ ଗିଙ୍ଗିରା ପ୍ରମୁଖ ଅତ୍ୟନ୍ତ କ୍ଷୋଭର ସହ ପ୍ରକାଶ କରିଛନ୍ତି । ପାରମ୍ପରିକ ମାଛମରା ପଦ୍ଧତିକୁ ବଞ୍ଚାଇ ରଖିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ କରାଯିବାକୁ ଝରା ସଂଘର ସଭାପତି ଡିଗେଶ୍ୱର ନାଏକ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଆଶ୍ରମ ବିଦ୍ୟାଳୟରେ ରକ୍ତ ଛିଟା: ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ପିଟିପିଟି ହତ୍ୟା

ସୁବର୍ଣ୍ଣପୁର,୧୬।୧୨: ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ। ଛାତ୍ରଙ୍କୁ ପିଟିପିଟି ହତ୍ୟା। ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲା ତରଭା ଆଶ୍ରମ...

୮ ଦିନରେ କିଡନୀ ରୋଗ ନେଲା ତୃତୀୟ ଜୀବନ, ମୃତକଙ୍କ ପରିବାରକୁ ସହାୟତା ଯୋଗାଇବାକୁ ଦାବି

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ସୋମବାର ପୁଣି ଜଣେ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଉପାନ୍ତ ଦୁର୍ଜନତୈଲା...

ସୁବଳୟା ଅଞ୍ଚଳରେ ବୁଲୁଛନ୍ତି ଦନ୍ତାହାତୀ: ଗୋଡେ ଗୋଡେ ଜଗିଛି ବନ ବିଭାଗ

ଅମରପାଲି, ୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ବୀରମହାରାଜପୁର ବନାଞ୍ଚଳର ସୁବଳୟା ଅଞ୍ଚଳରେ ଜଙ୍ଗଲି ଦନ୍ତା ହାତୀ ବୁଲୁଥିବାବେଳେ ବନବିଭାଗ ପଛେପଛେ ଯାଉଛନ୍ତି। ସୂଚନା ଅନୁସାରେ,...

କିଡନୀ ରୋଗରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟଣା, ସରକାରୀ ସହାୟତା ପାଇଁ ଅନୁରୋଧ

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ବହଳପଦର ପଞ୍ଚାୟତର ସୁରଧାପାଲି ( ହୋତାପାଲି) ଗ୍ରାମରେ ଗତ ସପ୍ତାହରେ ୪ ଦିନ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri