କରୋନା ଭ୍ୟାକ୍ସିନକୁ ନେଇ ସତର୍କ କଲା ଇଣ୍ଟରପୋଲ!

ଲଣ୍ଡନ,୬ ।୧୨: କରୋନା ଭାଇସରଠାରୁ ଦୂରେଇ ରହିବାକୁ ବିଶ୍ୱବାସୀଙ୍କୁ ଖୁବ୍‌ଶୀଘ୍ର ଏହାର ଭ୍ୟାକ୍ସିନ ମିଳିଯିବ ବୋଲି କୁହାଯାଉଛି । ହେଲେ ଏହା ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବା ଏତେ ସହଜ ମନେ ହେଉନାହିଁ । ଇତିମଧ୍ୟରେ ଇଣ୍ଟରନ୍ୟାଶନାଲ ପୋଲିସ ଅର୍ଗାନାଇଜେଶନ ବା ଅନ୍ତର୍ଜାତୀୟ ଆପରାଧିକ ପୋଲିସ ସଙ୍ଗଠନ(ଇଣ୍ଟରପୋଲ) ସତର୍କ କରିଛି ଯେ କରୋନା ଭ୍ୟାକ୍ସିନ ଉପରେ ଅପରାଧି ସଙ୍ଗଠନର ନଜର ରହିଛି । ଆଉ ଏହି ସଙ୍ଗଠନ ଭ୍ୟାକ୍ସିନ ସପ୍ଲାଇରେ ବାଧା ସୃଷ୍ଟି କରିପାରନ୍ତି । ଏହାକୁ ନେଇ ଇଣ୍ଟରପୋଲ ଏଜେନ୍ସି ଏକ ଅରେଞ୍ଜ ନୋଟିସ ଜାରି କରିଛି । ଯାହା ସାର୍ବଜନିକ ଭାବେ ଏକ ଗମ୍ଭିର ଓ ସମ୍ଭାବ୍ୟ ଅସୁବିଧା ସମ୍ପର୍କରେ ସୂଚାଇ ଦେଉଛି । ଇଣ୍ଟରପୋଲ କହିଛି ଅପରାଧି ସଙ୍ଗଠନ କୋଭିଡ-୧୯ ଟିକାର ନକଲି ଟିକା ପ୍ରସ୍ତୁତ କରିପାରନ୍ତି ଅଥବା ଏହାକୁ ଚୋରୀ କରିବାକୁ ଚେଷ୍ଟା କରିପାରନ୍ତି । ଏବେ ଏହି ଟିକା ସେମାନଙ୍କ ପାଇଁ ‘ଗୋଲଡେନ୍ ଲିକ୍ୱିଇଡ’ ସଦୃଶ । ୧୯୪ ସଦସ୍ୟ ଦେଶର ଏଜେନ୍ସି ଇଣ୍ଟରପୋଲ ବୁଧବାର ଏହାକୁ ନେଇ ଏକ ଅରେଞ୍ଜ ନୋଟିସ ଜାରି କରି ଲୋକଙ୍କୁ ସତର୍କ ରହିବାକୁ କହିଛି । ତେବେ ଆସନ୍ତା ମାସରୁ ଧୀରେ ଧୀରେ ବିଦେଶ ଯାତ୍ରା ଆରମ୍ଭ କରାଯିବ । ଏହି ସମୟରେ ଅପରାଧି ସଙ୍ଗଠନ ପକ୍ଷରୁ ନକଲି ଟିକା ଅଥବା କରୋନା ଭାଇରସ ପରୀକ୍ଷଣର ଚେତାବନୀ ଦିଆଯାଇପାରେ । ଇଣ୍ଟରପୋଲର ମହାସଚିବ କହିଛନ୍ତି ଟିକାର ନକଲି ଅଥବା ଚୋରୀ ପାଇଁ ଆମେ ସର୍ବଦା ପ୍ରସ୍ତୁତ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri