ଆଧାର ସହ ଏନ୍‌ରୋଲମେଣ୍ଟ ସ୍ଲିପ୍‌ ହଜିଯାଇଛି କି? ୟୁଆଇଡିଏଆଇର ଏହି ନଂରେ କରନ୍ତୁ କଲ୍‌, ହେବ ସମାଧାନ

ନୂଆଦିଲ୍ଲୀ,୪।୧୨: ୟୁନିକ୍‌ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ) ପକ୍ଷରୁ ଜାରି କରାଯାଇଥିବା ଆଧାର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ପାଲଟିଛି। ହେଲେ ଅସାବଧାନତା କାରଣରୁ କେବେ ଆଧାର ହଜିଗଲେ ନଚେତ ଚୋରି ହୋଇଗଲେ ଚିନ୍ତା ବଢ଼ିଯାଏ। କାରଣ କେଉଁଭଳି ଭାବେ ଏହାକୁ ଫେରିପାଇବେ ତାହା କାର୍ଡଧାରକ ବୁଝିପାରନ୍ତି ନାହିଁ। ତେବେ ଆଧାର ହଜିଗଲେ ଏହାର ଫଟୋକପି ମିଳିବା ସମ୍ଭବ। ହେଲେ ଏଥିପାଇଁ ଏନ୍‌ରୋଲମେଣ୍ଟ ସ୍ଲିପ୍‌ର ଆବଶ୍ୟକତା ରହିଛି। ଏହି ସ୍ଲିପ୍‌ ପ୍ରଥମ ଥର ପାଇଁ ଆବେଦନ କରିବା ସମୟରେ ମିଳିଥାଏ।

ଏଣୁ ଯଦି ଆପଣଙ୍କ ପାଖରେ ଏନ୍‌ରୋଲମେଣ୍ଟ ନମ୍ବର ରହିଛି ତେବେ ଆଧାର ହଜିଲେ ଚିନ୍ତା କରିବାର କୌଣସି କାରଣ ନ ଥାଏ। କାରଣ ଆଧାରର ଡାଉନ୍‌ଲୋଡ୍‌ କପି ପ୍ରିଣ୍ଟ ଭଳି ମାନ୍ୟ ଅଟେ। ଯଦି ଉଭୟ ହଜିଯାଏ ତେବେ କାର୍ଡଧାରୀ ୧୯୪୭ରେ ଫୋନ୍‌ କରି ଏନ୍‌ରୋଲ୍‌ମେଣ୍ଟ ଆଇଡି ବିଷୟରେ ସୂଚନା ପାଇପାରିବେ। ଏହାଛଡ଼ା ୟୁଆଇଡିଏଆଇର ଓ୍ବେବ୍‌ସାଇଟ୍‌ର http://resident.uidai.gov.in/lost-uideid ଲିଙ୍କକୁ ଯାଇ ଏନ୍‌ରୋଲମେଣ୍ଟ ଆଇଡି ପାଇପାରିବେ। ୟୁଆଇଡିଏଆଇ କାର୍ଡ ଧାରକଙ୍କୁ ଆଧାର ରିପ୍ରିଣ୍ଟ କରିବାର ସୁବିଧା ଦେଇଛି। ଏହାର ଓ୍ବେବ୍‌ସାଇଟ୍‌ ଏବଂ ଆଧାର କେନ୍ଦ୍ରକୁ ଯାଇ ଏଥିପାଇଁ ଆବେଦନ କରିପାରିବେ। ୧୫ ଦିନ ମଧ୍ୟରେ କାର୍ଡ ଘରେ ପହଞ୍ଚିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌ର ଅନାବରଣ

ନୂଆଦିଲ୍ଲୀ, ୮।୫ (ଅଭୟ ଦାଶ): ବଜାଜ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌’ର ସର୍ବଭାରତୀୟ ଉନ୍ମୋଚନ...

ଇମାମିର ନୂତନ ଅଭିଯାନ

ନୂଆଦିଲ୍ଲୀ,୮।୫: ଦେଶର ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇମାମି ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଇମାମି ଲିମିଟେଡ୍‌ର ନୂତନ ଅଭିଯାନ ‘ଟେଲିଭିଜନ କମର୍ସିଆଲ ବା ଟିଭିସି’ର...

ଡଲାରର ସମର କଲେକ୍ସନ

ନୂଆଦିଲ୍ଲୀ,୮।୫: ଡଲାର ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ସମର କଲେକ୍ସନ ‘ନ୍ୟୁ ରେଞ୍ଜ ଅଫ୍‌ ସମର ଓ୍ବେର’ର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

ଜେଏସ୍‌ଏଲ୍‌ର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଅଗ୍ରଣୀ ଷ୍ଟେନ୍‌ଲେସ୍‌ ଇସ୍ପାତ ଉତ୍ପାଦନକାରୀ ‘ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ ବା ଜେଏସ୍‌ଏଲ୍‌’କୁ ନିକଟରେ ଆଉ ମାନ୍ୟତ୍ୟ ପ୍ରଦାନ...

ଖାଉଟିଙ୍କୁ ଘାରିଛି ଦରବୃଦ୍ଧି ଚିନ୍ତା

ଭୁବନେଶ୍ୱର,୮।୫(ଅନୁରାଧା ମହାରଣା): ଗତ କିଛି ମାସ ଧରି ଦେଶରେ ମୁଦ୍ରାସ୍ଫୀତିରେ ମନ୍ଥରତା ଦେଖାଦେଇଛି। ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ହାର ୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ...

ଟିପିସିଓଡିଏଲ୍‌ ପକ୍ଷରୁ ଟିଏମ୍‌ୟୁର ଶୁଭାରମ୍ଭ

ଭୁବନେଶ୍ୱର,୭।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ନୂତନ ଜ୍ଞାନକୌଶଳରେ...

ଅଗଷ୍ଟରେ ୪ଜି ସେବା ଆରମ୍ଭ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭।୫ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆନୁଷ୍ଠାନିକ ଭାବେ ସର୍ବଭାରତୀୟ ସ୍ତରରେ ଆରମ୍ଭ କରିବ...

ଏଇଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୭।୫: ଆଦାନି ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (ଏଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri