ପ୍ରଭାବଶାଳୀଙ୍କ ହାତରେ ଭୂମିହୀନ ପଟ୍ଟା

ମହାକାଳପଡା,୪ା୧୨(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଅନୁସୂଚିତ ଜାତି ଓ ଜନଜାତି ଭୂମିହୀନ ପରିବାରକୁ ବସୁନ୍ଧରା ଯୋଜନାରେ ସରକାରୀ ଜମି, ବାସଗୃହ ଯୋଗାଇ ଦେବାକୁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ କେନ୍ଦ୍ରାପଡା ଜିଲା ମହାକାଳପଡା ତହସିଲ ଅଞ୍ଚଳରେ ପ୍ରଭାବଶାଳୀ ବ୍ୟକ୍ତି ଭୂମିହୀନଙ୍କ ପାଇଁ ଉଦ୍ଦିଷ୍ଟ ପଟ୍ଟାକୁ ହାତେଇ ନେଇଛନ୍ତି। ତହସିଲର ଉପାନ୍ତ ଅଞ୍ଚଳ ପେଟଛେଲା ପଞ୍ଚାୟତର ଆଦିବାସୀ ଶବରପଡା (ଜଙ୍ଗଲଘେରି)ର ୩୦ରୁ ଅଧିକ ପରିବାର ଭୂମିହୀନ ପଟ୍ଟାରୁ ବଞ୍ଚତ୍ତ ହୋଇଛନ୍ତି। ସେମାନେ ସରକାରୀ ଜମିରେ ଦୀର୍ଘବର୍ଷ ହେଲା ବସବାସ କରି ଆସୁଥିଲେ ମଧ୍ୟ ଭୂମିହୀନ ପଟ୍ଟା ପାଇ ନାହାନ୍ତି। ଏ ନେଇ ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡାଙ୍କୁ ଭେଟି ନିଜର ହକ୍‌ ପାଇଁ ଅଭିଯୋଗପତ୍ର ବୁଧବାର ପ୍ରଦାନ କରିଛନ୍ତି। ତହସିଲଦାର ପଣ୍ଡା ଏହି ପରିବାରମାନେ ଭୂମିହୀନ ପଟ୍ଟାରୁ ବଞ୍ଚତ୍ତ ନେଇ ବିସ୍ମୟ ପ୍ରକାଶ କରିଥିଲେ। କିପରି ଏହି ପରିବାର ବସୁନ୍ଧରା ଯୋଜନାରେ ସାମିଲ ହୋଇପାରିବେ ସରକାରୀ ନିୟମ ଅନୁସାରେ ନିଶ୍ଚିତ କାର୍ଯ୍ୟକାରୀ କରାଯିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ତହସିଲ ଅଧୀନ ରାମଚଣ୍ଡୀ ରାଜସ୍ବ ସର୍କଲର ରାମନଗର ମୌଜାର କେତେଜଣ ପ୍ରଭାବଶାଳୀ ପରିବାର ଭୂମିହୀନ ପଟ୍ଟା ହାତେଇଥିବା ତହସିଲଦାରଙ୍କୁ ଅଭିଯୋଗ ହୋଇଛି। ପେଟଛେଲା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଲୁଣିମାଟିଆର ଜଙ୍ଗଲ ଘେରି ଗ୍ରାମର ପଇଡ, ଛଚିଆଙ୍କ ଅଭିଯୋଗ ହେଲା ଆମେ ଆଦିବାସୀ ଜନଜାତି ଦୀର୍ଘବର୍ଷ ଧରି ସରକାରୀ ଜମିରେ ବସବାସ କରୁଛୁ। ହେଲେ ଆମର ଭୂମିହୀନ ପଟ୍ଟା ନ ଥିବାରୁ ଆବାସ ଯୋଜନାରେ ସାମିଲ ହୋଇପାରୁନାହଁି କି ପିଲାମାନଙ୍କୁ ପାଠ ପଢେଇବା ପାଇଁ ସ୍ଥାୟୀ ଠିକଣା, ଜାତିଗତ ପ୍ରମାଣପତ୍ର ପାଇବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। କିନ୍ତୁ ଘର ପାଖରେ ଅଳ୍ପଦିନ ଧରି ରହୁଥିବା ବାଙ୍ଗୀୟ ଭାଷାଭାଷୀ ଲୋକ କିପରି ଯୋଜନାକୁ ହଡପ କରୁଛନ୍ତି ତାହା ଆମକୁ ଚକିତ କରିଛି। ଏହାର ବିଧିବଦ୍ଧ ତଦନ୍ତ କରି ପଟ୍ଟା ରଦ୍ଦ ପାଇଁ ଦାବି ଜଣାଇଛନ୍ତି। ଏ ସର୍ମ୍ପକରେ ତହସିଲଦାର ପଣ୍ଡାଙ୍କୁ ପଚାରିବାରେ ଖୁବ୍‌ଶୀଘ୍ର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ। ପ୍ରକୃତ ଜନଜାତିମାନଙ୍କୁ ଭୂମିହୀନ ପଟ୍ଟା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri