ଆକ୍ୟୁଟ୍‌ ଏନ୍‌ସେଫାଲାଇଟିସ ସିଣ୍ଡ୍ରୋମ

ଜୀବାଣୁଜନିତ ଏଇଏସ୍‌ ଯେକୌଣସି ଋତୁରେ ହୋଇପାରେ। ଭୂତାଣୁ ମଧ୍ୟରେ ଜାପାନୀ ଜ୍ୱର, ହରପିସ୍‌, ହାଡ଼ଫୁଟି, ମିଜିଲ୍ସ, ଗାଲୁଆ, ଡେଙ୍ଗୁ ଜ୍ୱର ଇତ୍ୟାଦି ମୁଖ୍ୟ ଭୂମିକା ନିଭେଇଥାନ୍ତି । ଜୀବାଣୁ ମଧ୍ୟରେ ଲେପ୍ଟୋସ୍ପାଇରା ଏବଂ ଯକ୍ଷ୍ମା, କୀଟାଣୁ ଭିତରେ ଆମୋଇବା, ଟକ୍ସୋପ୍ଲାଜମା, ସ୍କ୍ରବଟାଇଫସ୍‌ ଏବଂ ଫିମ୍ପି ମଧ୍ୟରେ କ୍ରିପ୍ଟୋକୋକସ
ମୁଖ୍ୟ । ୫ରୁ ୧୦% କ୍ଷେତ୍ରରେ ଏହାର କୌଣସି କାରଣ ଜଣାପଡ଼େ ନାହିଁ। ଉପରଲିଖିତ କାରଣଗୁଡ଼ିକ ମଧ୍ୟରୁ କିଛିର ଚିକିତ୍ସା ଉପଲବ୍ଧ ଅଛି, କିନ୍ତୁ ଅଧିକନ୍ତୁର ଠିକ୍‌ ଚିକିତ୍ସା ଉପଲବ୍ଧ ନାହିଁ …

ଆକ୍ୟୁଟ୍‌ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରୋମ (ଏଇଏସ) ରୋଗ ଯେକୌଣସି ବୟସ ଏବଂ ଳିଙ୍ଗର ଲୋକମାନଙ୍କୁ ହୋଇପାରେ। ଏହା ହେଲେ ଜ୍ୱର ହେବା ସହିତ ବାନ୍ତି ଲାଗିବା, ଦେହ ହାତ ଘୋଳାବିନ୍ଧା ହେବା, ଚେତାବୁଡ଼ିବା, ଝଟ୍‌କା ମାରିବା (ମାର୍କି କିମ୍ବା କନଭଲସନ କିମ୍ବା ହାପୁରା), ବାଉଳେଇ ଚାଉଳେଇ ହେବା, ପକ୍ଷାଘାତ ଇତ୍ୟାଦି ଲକ୍ଷଣମାନେ ଦେଖାଦେଇଥାଏ। ଏହା ମୁଖ୍ୟତଃ ୬ ଗୋଟି କାରଣ (୧) ଭୂତାଣୁଜନିତ (ଭାଇରାଲ), (୨) ଜୀବାଣୁଜନିତ(ବ୍ୟାକଟେରିଆଲ), (୩) କୀଟାଣୁଜନିତ(ପାରାସାଇଟ୍‌), (୪) ଫିମ୍ପିଜନିତ(ଫନାଲ୍‌), (୫) ଅନ୍ୟାନ୍ୟ (ହାଇପୋଗ୍ଲାଇସେମିଆ, ସନ୍‌ଷ୍ଟ୍ରୋକ୍‌, ଶରୀରରେ ଇଲେକ୍ଟ୍ରୋଲାଇଟ୍‌ର ମାତ୍ରା କମିବା, ଜୀବ ବିଷ ଜନିତ), (୬) କାରଣ ଜଣା ନାହିଁ (୫ରୁ ୧୦%) ପାଇଁ ହୋଇଥାଏ। ଭୂତାଣୁଜନିତ ଏଇଏସ୍‌ ମୁଖ୍ୟତଃ ଗ୍ରୀଷ୍ମ ଶେଷ ଅଥବା ବର୍ଷା ଆରମ୍ଭରେ ଦେଖାଦେଇଥାଏ (ଗ୍ରୀଷ୍ମଋତୁ ମଝିରେ ଅସରାଏ ବର୍ଷା ଏହି ରୋଗ ପାଇଁ ମୁଖ୍ୟତଃ ଦାୟୀ)। ଜୀବାଣୁଜନିତ ଏଇଏସ୍‌ ଯେକୌଣସି ଋତୁରେ ହୋଇପାରେ। ଭୂତାଣୁ ମଧ୍ୟରେ ଜାପାନୀ ଜ୍ୱର, ହରପିସ୍‌, ହାଡଫୁଟି, ମିଜିଲ୍ସ, ଗାଲୁଆ, ଡେଙ୍ଗୁ ଜ୍ୱର ଇତ୍ୟାଦି ମୁଖ୍ୟ ଭୂମିକା ନିଭେଇଥାନ୍ତି। ଜୀବାଣୁ ମଧ୍ୟରେ ଲେପ୍ଟୋସ୍ପାଇରା ଏବଂ ଯକ୍ଷ୍ମା, କୀଟାଣୁ ଭିତରେ ଆମୋଇବା, ଟକ୍ସୋପ୍ଲାଜମା, ସ୍କ୍ରବଟାଇଫସ୍‌ ଏବଂ ଫିମ୍ପି ମଧ୍ୟରେ କ୍ରିପ୍ଟୋକୋକସ ମୁଖ୍ୟ। ୫ରୁ ୧୦% କ୍ଷେତ୍ରରେ ଏହାର କୌଣସି କାରଣ ଜଣାପଡ଼େ ନାହିଁ। ଉପରଲିଖିତ କାରଣମାନଙ୍କ ମଧ୍ୟରୁ କିଛିର ଚିକିତ୍ସା ଉପଲବ୍ଧ ଅଛି, କିନ୍ତୁ ଅଧିକନ୍ତର ଠିକ୍‌ ଚିକିତ୍ସା ଉପଲବ୍ଧ ନାହିଁ। ଏହି କ୍ଷେତ୍ରରେ ରୋଗୀର ଭାଇଟାଲ୍ସକୁ (ପଲ୍ସ, ରକ୍ତଚାପ, ନିଃଶ୍ୱାସ ପ୍ରଶ୍ୱାସ, ହାର୍ଟ ରେଟ୍‌) ସମ୍ଭାଳିକି ରଖିବା ସହିତ ରୋଗର ଲକ୍ଷଣମାନଙ୍କୁ ଲକ୍ଷ୍ୟ କରି ଚିକିତ୍ସା କରାଯାଏ। ଏହି ରୋଗରେ ମୃତ୍ୟୁର ମାତ୍ରା ୦%-୨୫% ପର୍ଯ୍ୟନ୍ତ ହୋଇପାରେ। ଏହି ରୋଗ ମୁଖ୍ୟତଃ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କ କ୍ଷେତ୍ରରେ ଦେଖାଦେଇଥାଏ। କାହିଁକି ନା ଦାରିଦ୍ର୍ୟ ଏବଂ ପୁଷ୍ଟିହୀନତା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ କମାଇ ଦେଇଥାଏ, ଯଦ୍ଦ୍ବାରା ଉପରୋକ୍ତ ଜୀବାଣୁ/ ଭୂତାଣୁ/କୀଟାଣୁ/ଅନ୍ୟାନ୍ୟ ଶରୀରକୁ ଆକ୍ରାନ୍ତ କରିନେଇଥାନ୍ତି।
ବର୍ତ୍ତମାନ ଏହି ରୋଗ ବିହାର ରାଜ୍ୟର ମୁଜାଫରପୁରରେ ମହାମାରୀ ଭଳି ବ୍ୟାପିବାରେ ଲାଗିଛି। ଏଥିରେ ଏ ପର୍ଯ୍ୟନ୍ତ ପ୍ରାୟ ୧୦୫ରୁ ଊର୍ଦ୍ଧ୍ୱ ଶିଶୁ ମୃତ୍ୟୁବରଣ କରିସାରିଲେଣି ଏବଂ ସମସ୍ତଙ୍କର ବୟସ ୧୦ ବର୍ଷରୁ କମ୍‌। ୨୦୦୦ ମସିହାରୁ ୨୦୧୮ ପର୍ଯ୍ୟନ୍ତ ପ୍ରାୟ ୨୦୦୦ରୁ ଅଧିକ ଶିଶୁ ଏହି ରୋଗରେ ମୃତ୍ୟୁବରଣ କରିସାରିଲେଣି। ଏହି ଶିଶୁମାନଙ୍କର ରକ୍ତ ନମୁନାରୁ କିଛି ବି ଜୀବାଣୁ ଅଥବା ଭୂତାଣୁ ଅଥବା କୀଟାଣୁ ଥିବା ପ୍ରମାଣ ବି ମିଳିପାରୁ ନାହିଁ। କିଛି ଗବେଷଣାକାରୀଙ୍କ ମତାନୁସାରେ ଲିଚୁକୋଳି ଏହି ରୋଗ ପାଇଁ ମୁଖ୍ୟତଃ ଦାୟୀ। କିନ୍ତୁ ଅନ୍ୟ କିଛି ଗବେଷଣାକାରୀଙ୍କ ମତାନୁସାରେ ଖାଲିପେଟରେ ପ୍ରଚୁର ମାତ୍ରାରେ ଲିଚୁକୋଳି ଖାଇବା ସହିତ ପୁଷ୍ଟିହୀନତା ଏବଂ ପ୍ରଖର ସୂର୍ଯ୍ୟଙ୍କ ପ୍ରକୋପ (ସନ୍‌ଷ୍ଟ୍ରୋକ୍‌) ଏହାର ମାତ୍ରାକୁ ବଢ଼ାଇଦେଇଛି। ନଚେତ ଯେତେ ଶିଶୁ ଲିଚୁକୋଳି ଖାଉଛନ୍ତି ସମସ୍ତଙ୍କୁ ହୁଅନ୍ତା ଏବଂ ଆମେମାନେ ମଧ୍ୟ ବିହାରରୁ ଆମଦାନୀ ହେଉଥିବା ଲିଚୁକୋଳି ଖାଉଛୁ କିନ୍ତୁ ଆମ୍ଭମାନଙ୍କର କିଛି ଅସୁବିଧା ହେଉନାହିଁ। ଲାନ୍‌ସେଟ୍‌ ଗ୍ଲୋବାଲ ହେଲଥ୍‌ ୨୦୧୭ (Lancet Global Health, a renowned mod journal) ଏହି ରୋଗର କାରଣ ସମ୍ବନ୍ଧରେ କିଛିଟା ଟିପ୍ପଣୀ ଦେଇଛନ୍ତି। ତାଙ୍କ ଅନୁସାରେ ଲିଚୁକୋଳିରେ ମିଥିଲିନ୍‌ ସାଇକ୍ଲୋପ୍ରୋପାଇଲ ଗ୍ଲାଇସିନ (ଏମ୍‌ସିପିଜି) ନାମରେ ଏକ ରସାୟନ ପଦାର୍ଥ ଥାଏ, ଯାହାର କାମ ଶରୀରରେ ଶର୍କରା ତିଆରି କରିବା ପ୍ରଣାଳୀକୁ କମାଇ ଦେଇଥାଏ ଅଥବା ବନ୍ଦ କରିଦେଇଥାଏ। ଯଦି କୌଣସି ଲୋକ ଖାଲିପେଟରେ ପ୍ରଚୁର ମାତ୍ରାରେ ଲିଚୁକୋଳି ଖାଇଥାଏ, ଏଥିରେ ଥିବା ଏମ୍‌ସିପିଜି ରସାୟନ ଶରୀରରୁ ଶର୍କରାର ମାତ୍ରା କମାଇଦେଇଥାଏ, ଯାହାକୁ ଡାକ୍ତରୀ ଭାଷାରେ ‘ହାଇପୋଗ୍ଲାଇସେମିଆ’ କୁହାଯାଏ। ଖାଲି ପେଟରେ ଏମିତି ବି ଶରୀରର ଶର୍କରା ମାତ୍ରା କମ ଥାଏ ଏବଂ ଶରୀର ଚେଷ୍ଟା କରେ ଶର୍କରା ତିଆରି କରିବା ପାଇଁ, କିନ୍ତୁ ଲିଚୁକୋଳିର ଏମ୍‌ସିପିଜି ଏହି ପ୍ରଣାଳୀକୁ କମାଇଦିଏ, ତଦ୍ଦ୍ବାରା ଶର୍କରା ମାତ୍ରା ଅତ୍ୟଧିକ କମିଯାଏ ଏବଂ ମସ୍ତିଷ୍କରେ ଅସୁବିଧା ଘଟିଥାଏ। ଦାରିଦ୍ର୍ୟ ଏବଂ ପୁଷ୍ଟିହୀନତାରେ ରହୁଥିବା ଲୋକମାନଙ୍କର ଏପରି କି ଶରୀରରେ ଶର୍କରାର ମାତ୍ରା କମ୍‌ ଥାଏ ଏବଂ ଉପରୋକ୍ତ କାରଣ ପାଇଁ ଏହା ଆହୁରି କମିଯାଏ ଏବଂ ଲକ୍ଷଣ ଦେଖାଦିଏ।
ତେଣୁ ଏହି ରୋଗରେ ଶର୍କରା ଶରୀରରେ ଦେବା ଦ୍ୱାରା ସ୍ବାସ୍ଥ୍ୟରେ ଉନ୍ନତି ହୁଏ, କିନ୍ତୁ ଏହା ସଙ୍ଗେ ସଙ୍ଗେ ଠିକ୍‌ ହେବା ଦରକାର, କାହିଁକି ନା ଅଧଘଣ୍ଟାରୁ ଅଧିକ ସମୟ ହାଇପୋଗ୍ଲାଇସେମିଆ ଜୀବନ ନେଇପାରେ। ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷଣ ଦେଖିବା କ୍ଷଣି ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ପହଞ୍ଚିବା ଏକମାତ୍ର ବିକଳ୍ପ। ଏହା ଉପରେ ଆହୁରି ଗବେଷଣା ଚାଲୁଅଛି।
ବିହାର ଏବଂ ଉତ୍ତରପ୍ରଦେଶ ବ୍ୟତୀତ ଏହା ଆସାମ, ଝାଡଖଣ୍ଡ, ମଣିପୁର ଏବଂ ଓଡିଶା ସମେତ ୧୭ଟି ରାଜ୍ୟରେ ଏହା ଅଳ୍ପ କିଛି ମାତ୍ରାରେ ଦେଖାଦେଇଛି। ୨୦୧୮ ମସିହାରେ ସର୍ବମୋଟ ୧୦୪୮୫ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ୬୩୨ ଜଣ ପ୍ରାଣ ହରାଇସାରିଲେଣି।

ଡା. ନିହାର ରଞ୍ଜନ ମିଶ୍ର

ସହକାରୀ ପ୍ରାଧ୍ୟାପକ (ଆସିଷ୍ଟାଣ୍ଟ ପ୍ରଫେସର), ଭିମ୍‌ସାର, ବୁର୍ଲା, ସମ୍ବଲପୁର


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri