ପ୍ରଥମ ଦେଖାରେ ଏହି ସୁନ୍ଦରୀଙ୍କୁ ହୃଦୟ ଦେଇ ବସିଥିଲେ ପରେଶ ରାଓ୍ବଲ: ମଣ୍ଡପ ନୁହେଁ ଗଛମୂଳରେ କରିଥିଲେ ବିବାହ

ବମ୍ବେ: ବଲିଉଡ୍‌ର ଏପରି ଅନେକ କଳାକାର ଅଛନ୍ତି, ଯେଉଁମାନଙ୍କ ବ୍ୟକ୍ତିଗତ ଜୀବନ ଖବର ଶିରୋନାମା ପାଲଟିଛି। ଏସବୁରୁ ସବୁଠୁ ବେଶି ଚର୍ଚ୍ଚିତ ହୋଇଥାଏ ସେମାନଙ୍କ ପ୍ରେମ ଜୀବନ। ସେଭଳି ଜଣେ ଅଭିନେତା ହେଲେ ପରେଶ ରାଓ୍ବଲ। ସ୍ବରୂପ ସମ୍ପତଙ୍କୁ ପ୍ରଥମ ଦେଖାରେ ହୃଦୟ ଦେଇ ବସିଥିଲେ ସେ। ଇତିମଧ୍ୟରେ ଉଭୟ ବିବାହ କରିବାର ୩୩ ବର୍ଷ ବିତିସାରିଛି। ହେଲେ ଆଜିବି ତାଙ୍କର ପ୍ରେମକାହାଣୀ ଶୁଣିଲେ ରୋଚକ ଲାଗେ।

ଗୋଟିଏ କଲେଜରେ ପାଠ ପଢ଼ୁଥିଲେ ପରେଶ-ସମ୍ପତ। ଉଭୟ ଥିଏଟର କଳାକାର ଥିଲେ। ପ୍ରଥମ ଦେଖାରେ ହିଁ ସମ୍ପତଙ୍କୁ ପସନ୍ଦ କରିଥିଲେ ପରେଶ। ସେଦିନ ସେ ଗୋଲାପି ରଙ୍ଗର ଶାଢ଼ୀ ପିନ୍ଧିଥାନ୍ତି। ପରେଶ ତାଙ୍କୁ ଦେଖି ଦିନେ ନା ଦିନେ ତାଙ୍କୁ ବିବାହ କରିବେ ବୋଲି ବନ୍ଧୁଙ୍କୁ କହିଦେଇଥିଲେ। ହେଲେ ଦୀର୍ଘ ଏକ ବର୍ଷ ପର୍ଯ୍ୟନ୍ତ ଚୁପ୍‌ ରହିଥିଲେ। ପରେ ଏପରି କିଛି ଘଟିଲା ଯାହା ଉଭୟଙ୍କୁ ନିକଟତର କରିଥିଲା। ଏକଦା କଲେଜର ଏକ କାର୍ଯ୍ୟକ୍ରମରେ ପରେଶଙ୍କୁ ଷ୍ଟେଜ୍‌ରେ ଅଭିନୟ କରୁଥିବା ଦେଖି ବିଭୋର ହୋଇଯାଇଥିଲେ ସମ୍ପତ। ପରେ ସେ ପରେଶଙ୍କୁ ବ୍ୟକ୍ତିଗତ ଭାବେ ପ୍ରଶଂସା କରିଥିଲେ। ସେବେଠାରୁ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ଆଗକୁ ବଢ଼ିଥିଲା।

୧୯୭୯ରେ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ ସମ୍ପତ। ଏଥିରେ ସେ ବିଜେତା ହୋଇଥିଲେ ମଧ୍ୟ। ହେଲେ ଏହି ଘଟଣାକୁ ନେଇ ପରେଶ ଚିନ୍ତିତ ହୋଇଥିଲେ। କାଳେ ସମ୍ପତ ବଦଳିଯିବେ ସେ ସର୍ବଦା ତାହା ଭାବି ହେଉଥିଲେ। ମାତ୍ର ସେଭଳି କିଛି ହୋଇନଥିଲା। ଦୀର୍ଘ ଦଶ ବର୍ଷ ଧରି ଉଭୟ ଉଭୟଙ୍କୁ ଡେଟ୍‌ କରିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ୧୯୮୭ରେ ସମ୍ପତଙ୍କ ହାତ ଧରିଥିଲେ ପରେଶ। ବିବାହଟି ଅତ୍ୟନ୍ତ ଗୋପନୀୟ ଥିଲା।

୧୨୯ ବର୍ଷ ପରେ ସମ୍ପତଙ୍କ ପରିବାରର କେହି ବିବାହ କରୁଥିଲେ। ଏହି ବିବାହକୁ ସ୍ବତନ୍ତ୍ର କରିବାକୁ ଯାଇ କେବଳ ପରିବାର ଏବଂ ନିକଟ ସମ୍ପର୍କୀୟଙ୍କ ଗହଣରେ ଏକ ଗଛମୂଳରେ ଉଭୟ ବିବାହ କରିନେଇଥିଲେ। ଏବେ ଉଭୟଙ୍କ ଦୁଇଟି ପୁଅ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri