Posted inଖେଳ

ଡୋପିଂ: ୨ ଭାରୋତ୍ତୋଳକ ଲଣ୍ଡନ ଅଲିମ୍ପିକ୍ସ ପଦକ ହରାଇଲେ

ଲାଉସେନ,୨୬।୧୧(ଏପି): ଡୋପିଂ କାରଣରୁ ରୋମାନିଆର ଦୁଇଜଣ ଭାରୋତ୍ତୋଳକ ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ପଦକ ହରାଇଛନ୍ତି। ଷ୍ଟେରଏଡ୍‌ ସେବନ କାରଣରୁ ଡୋପ୍‌ ଟେଷ୍ଟରେ ଏମାନେ ପଜିଟିଭ ବୋଲି ଜଣାପଡିବା ପରେ ବୁଧବାର ଏହି ଦୁଇ ଆଥଲେଟ୍‌ଙ୍କଠାରୁ ପଦକ କାଢି ନିଆଯାଇଛି।
ଲଣ୍ଡନ ଅଲିମ୍ପିକ୍ସରେ ରୋକ୍ସାନା କୋକୋସ ରୌପ୍ୟ ଓ ରାଜଭାନ ମାର୍ଟିନ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ତେବେ ନମୁନାର ରିଆନାଲିସିସ୍‌ ପରେ ଏହି ଦୁଇ ଖେଳାଳି ଏକାଧିକ ଷ୍ଟେରଏଡ୍‌ ସେବନ କାରଣରୁ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସୂଚନା ଦେଇଛି। ରୋମାନିଆର ତୃତୀୟ ଭାରୋତ୍ତୋଳକ ଗାବ୍ରିଏଲ ସିନକ୍ରେଆନ ମଧ୍ୟ ସମ କାରଣ ପାଇଁ ପଜିଟିଭ ଜଣାପଡିଛି। ତୃତୀୟ ଥର ପାଇଁ ଡୋପ୍‌ ଟେଷ୍ଟରେ ବିଫଳ ହେବା ପରେ ତାଙ୍କୁ ଅନ୍ତର୍ଜାତୀୟ ଓ୍ବେଟ୍‌ ଲିଫ୍‌ଟିଂ ଫେଡେରେଶନ ଆଜୀବନ ବାସନ୍ଦ କରିଛି। ଲଣ୍ଡନ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ରୋମାନିଆର ସବୁ ୪ ଜଣ ଭାରୋତ୍ତୋଳକ ଡୋପିଂ ପାଇଁ ଆଇଓସି ଦ୍ୱାରା ଅଯୋଗ୍ୟ ଘୋଷିତ ହୋଇଛନ୍ତି। ମାର୍ଟିନ ପୁରୁଷ ୬୯ କେ.ଜି. ବର୍ଗରେ ବ୍ରୋଞ୍ଜ୍‌ ଜିତିଥିଲେ। ସେହିପରି କୋକୋସ ମହିଳା ୬୯ କେ.ଜି. ବର୍ଗରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଥିଲେ। ମାର୍ଟିନ ଡିସ୍‌କ୍ୱାଲିଫାଏ ହେବା ପରେ ଉତ୍ତର କୋରିଆର କିମ୍‌ ମିଅଙ୍ଗ-ହିଓକ ଚତୁର୍ଥ ସ୍ଥାନରୁ ଅପ୍‌ଗ୍ରେଡ ହାସଲ କରି ବ୍ରୋଞ୍ଜ୍‌ ପଦକ ପାଇବେ। ସେହିପରି କୋକୋସ ଅଯୋଗ୍ୟ ଘୋଷିତ ହେବା ପରେ କାଜାଖସ୍ଥାନର ଆନ୍ନା ନୁରମୁଖାମ୍ବେଟୋଭା ଓ କଲମ୍ବିଆର ଉବାଲଡିନା ଭାଲୋୟେସ ଅପ୍‌ଗ୍ରେଡ୍‌ ହେବା ସହ ପଦକ ହାସଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

ଅଶାଳୀନ ମନ୍ତବ୍ୟ ଦେଲେ ଫ୍ୟାନ୍‌: ସମସ୍ତଙ୍କୁ ଚକିତ କଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତିକ୍ରିୟା

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ୍ ଅଲ୍-ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଜଣେ ଫ୍ୟାନ୍‌ଙ୍କ ଅଶାଳୀନ ଆଚରଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖ୍ରୀଷ୍ଟମାସ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri