ଓବାମା କହିଲେ

ଭାରତୀୟ ରାଜନୀତିରେ ଆମେରିକା ଭଳି ମୁଖ୍ୟତଃ ଦୁଇ ଦଳିଆଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇ ନ ଥାଏ। ଜନସଂଖ୍ୟାବହୁଳ ରାଷ୍ଟ୍ର ଭାରତରେ ଅନେକ ପାର୍ଟି ଓ ଅସଂଖ୍ୟ ନେତା ରହିଛନ୍ତି। ଏ ବିଷୟ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ଜାଣିଛନ୍ତି। ଜଣେ ଅନ୍ତର୍ଜାତୀୟ ସ୍ତରର ନେତା ହୋଇଥିବାରୁ ତାଙ୍କ ମନ୍ତବ୍ୟକୁ ଗୁରୁତ୍ୱ ଦିଆଯାଇଥାଏ। ଓବାମା ୨୦୦୯ରୁ ୨୦୧୭ ଯାଏ ଆମେରିକା ରାଷ୍ଟ୍ରପତି ଥିବା ସମୟର ସ୍ମୃତିକୁ ନେଇ ଆତ୍ମଜୀବନୀ ‘ଏ ପ୍ରୋମିଜ୍‌ଡ ଲାଣ୍ଡ୍‌’ରେ ଯୋଜନା କରିଥିବା ଦୁଇ ଖଣ୍ଡ ପୁସ୍ତକ ମଧ୍ୟରୁ ପ୍ରଥମ ଭାଗ ୧୭ ନଭେମ୍ବର ୨୦୨୦ରେ ପ୍ରକାଶ ପାଇଛି। ସେଥିରେ ସେ ଭାରତୀୟ ରାଜନୀତି ସମ୍ପର୍କରେ କେତେକ ଟିପ୍ପଣୀ ରଖିଛନ୍ତି। କଂଗ୍ରେସ ନେତା ରାହୁଲଙ୍କୁ ଜଣେ ନର୍ଭସ ବା ଅଧୀର ଛାତ୍ର ଭାବେ ସେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ରାହୁଲ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିଥିଲେ ଓ ଶିକ୍ଷକଙ୍କୁ ନିଜ ସପକ୍ଷରେ ଭଲ ବୋଲି କହିବାକୁ ଚେଷ୍ଟା କରିଥିଲେ। ହେଲେ ପ୍ରବୃତ୍ତିଗତ କାରଣ ହେଉ ବା ଆବେଗିକ ଦୃଷ୍ଟିକୋଣରୁ ବିଷୟବସ୍ତୁ ଉପରେ ପାରଙ୍ଗମ ନ ଥିବାରୁ ଉତ୍ତମ ପ୍ରଦର୍ଶନ କରିପାରୁ ନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗୋଟିଏ ନୈଶ ଭୋଜିରେ ଓବାମା ଓ ତାଙ୍କ ପତ୍ନୀ ମିଶେଲ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲଙ୍କୁ ଭେଟିଥିଲେ। ସେତିକି ସମୟର କଥାବାର୍ତ୍ତାରେ ଓବାମା ପାଇଥିବା ଧାରଣା ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି। ତେବେ ଓବାମାଙ୍କ ମନ୍ତବ୍ୟ ପରେ ରାହୁଲଙ୍କୁ ବିରୋଧୀ ଆହୁରି ସମାଲୋଚନା କରିବାରେ ଲାଗିପଡ଼ିଲେ। ଗଣମାଧ୍ୟମରେ ମଧ୍ୟ ତାଙ୍କୁ ଉପହାସ କରାଗଲା। ଅପରପକ୍ଷରେ ବିରୋଧୀ ଜାଣି ନ ଥିଲେ ଯେ ଓବାମା ଆଉ ଗୋଟିଏ ବୋମା ସେମାନଙ୍କ ପାଇଁ ରଖିଥିଲେ। ଭାଜପା ବିଭାଜନ ରାଜନୀତି କରି ଦେଶର ଜାତୀୟତାକୁ ବିଭାଜିତ କରୁଛି ବୋଲି ସେ ଉକ୍ତ ପୁସ୍ତକରେ ଉଲ୍ଲେଖ କରିଥିବା ଜଣାପଡ଼ିଛି। ମାତ୍ର ଏହି ଦିଗରେ ଏଠାରେ ବେଶି ଆଲୋଚନା କରାଯାଉ ନାହିଁ।
ସାଧାରଣତଃ ଯେଉଁମାନେ ଆତ୍ମଜୀବନୀ ଲେଖିଥାଆନ୍ତି, ସେମାନେ ନିଜକୁ ଅନ୍ୟମାନଙ୍କଠାରୁ ଉଚ୍ଚସ୍ତରରେ ରଖିବାକୁ ଚେଷ୍ଟା କରିଥାଆନ୍ତି। ୧୭ ନଭେମ୍ବରରେ ବିକ୍ରି ଆରମ୍ଭ ହୋଇଥିବା ଏହି ପୁସ୍ତକର ଯେତିକି ଅଂଶ ପୂର୍ବରୁ ପ୍ରକାଶ ପାଇଛି, ସେଥିରୁ ସେହିଭଳି ଧାରଣା ଦୃଢ଼ୀଭୂତ ହୋଇଛି। ଓବାମାଙ୍କ ଆତ୍ମଜୀବନୀର ଦ୍ୱିତୀୟ ଖଣ୍ଡ ପ୍ରକାଶ ପାଇବା ପରେ ଆହୁରି ଅନେକ ଚାଞ୍ଚଲ୍ୟକର ବିଷୟ ସେଥିରେ ଉଲ୍ଲେଖ ଥାଇପାରେ। କହିହେବ ଯେ, ସମ୍ପୂର୍ଣ୍ଣ ସତ୍ୟ କାହାରି ପାଖରେ ନାହିଁ। ସେଥିପାଇଁ ଓବାମାଙ୍କ ବହି ନିଶ୍ଚିତ ଭାବେ ପଢ଼ିବାଯୋଗ୍ୟ ହୋଇଥିଲେ ମଧ୍ୟ ଆହୁରି ଅନେକ ଦିଗ ଅନାଲୋଚିତ ରହିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri