ହୋମ୍‌ ଷ୍ଟେ’କୁ ପ୍ରୋତ୍ସାହନ ଦେବେ ସରକାର

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟରେ ପର୍ଯ୍ୟଟନର ବିକାଶ ଲାଗି ପରିବେଶ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ହୋମ୍‌ ଷ୍ଟେ’ ବ୍ୟବସ୍ଥା ହେବ। ଏହାକୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେବେ। ସୋମବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାରେ ପରିବେଶ ପର୍ଯ୍ୟଟନର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରି ତ୍ରିପାଠୀ ଏହି ଅବସରରେ ହୋଟେଲ ନେଟ୍‌ଓ୍ବର୍କ ନ ଥିବା ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ହୋମ୍‌ ଷ୍ଟେ’ ସୁବିଧା ଉପଲବ୍ଧ କରିବାକୁ ପର୍ଯ୍ୟଟନ ସଚିବ ବିଶାଳ ଦେବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସମୟରେ ପର୍ଯ୍ୟଟନ କ୍ଷେତ୍ରରେ ନେଚର ଟ୍ରେଲ୍‌ର ଚାହିଦା ସବୁଠାରୁ ଅଧିକ ରହିଥିବାବେଳେ ଓଡ଼ିଶା ନିକଟରେ ଭରପୂର ପ୍ରାକୃତିକ ପରିବେଶ ରହିଛି। ତେଣୁ ହୋମ୍‌ ଷ୍ଟେ’ ଗୁଡ଼ିକରେ ପର୍ଯ୍ୟଟକଙ୍କୁ ଉନ୍ନତମାନର ଆତିଥ୍ୟ ସହ ସ୍ବଚ୍ଛ ପରିବେଶ, ସୁରକ୍ଷା ବ୍ୟବସ୍ଥା ଆଦି ଯୋଗାଇଦେବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି।
ଏୟାର ବିଏନ୍‌ବି, ଓୟୋ ଏବଂ ମେକ୍‌ ମାଇଁ ଟ୍ରିପ୍‌ ଭଳି ଅନ୍‌ଲାଇନ୍‌ ଟ୍ରାଭେଲ ଆଗ୍ରେଗେର୍ଟ୍‌ସ ସାଇଟ୍‌ଗୁଡ଼ିକରେ ଏହି ହୋମ୍‌ ଷ୍ଟେ’ଗୁଡ଼ିକୁ ଲିଙ୍କ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ହୋମ୍‌ ଷ୍ଟେ’ ବ୍ୟବସ୍ଥା ସ୍ଥାନୀୟ ଅଞ୍ଚଳରେ ଉଦ୍ୟୋଗ ଓ ଶିଳ୍ପକୁ ପ୍ରୋତ୍ସାହିତ କରିବ। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ହୋମ୍‌ ଷ୍ଟେ’ ୟୁନିଟ୍‌ ମାଲିକ ଏବଂ ସରକାରୀ ଅଧିକାରୀଙ୍କୁ ସ୍ବତନ୍ତ୍ରଭାବେ ପ୍ରଶିକ୍ଷଣ ଦେବାକୁ ପର୍ଯ୍ୟଟନ ଏବଂ ଜଙ୍ଗଲ ଓ ପରିବେଶ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପର୍ଯ୍ୟଟକମାନେ ଯେପରି ଓଡ଼ିଶାର ପାରମ୍ପରିକ ଖାଦ୍ୟ, ଏଠାକାର କଳା, ସଂସ୍କୃତି ଏବଂ ସାମାଜିକ ଚଳଣି ଆଦିକୁ ଅନୁଭବ କରିପାରିବେ, ସେନେଇ ହୋମ୍‌ ଷ୍ଟେ’ ମାଲିକମାନଙ୍କୁ ପ୍ରଶିକ୍ଷଣ ଦିଆଯିବାକୁ କୁହାଯାଇଛି।
୨୦୨୧-୨୨ ଆର୍ଥିକବର୍ଷରୁ ୧୦ବର୍ଷ ପାଇଁ ହୋମ୍‌ ଷ୍ଟେ’ ଯୋଜନାର ପ୍ରଚାର ପ୍ରସାର କରିବାକୁ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ହୀରକ ତ୍ରିଭୁଜ ତଥା ବୁଦ୍ଧିଷ୍ଟ ସର୍କିଟ(ରତ୍ନଗିରି-ଉଦୟଗିରି-ଲଳିତଗିରି), କୋରାପୁଟ ଜିଲାର ଓଙ୍କାଡେଲି, କେନ୍ଦ୍ରାପଡ଼ା ଜିଲାର ଭିତରକନିକା ଜାତୀୟ ଉଦ୍ୟାନ, ଖୋଳା, ଗୁପ୍ତି, ଡାଙ୍ଗମାଳ, କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି, ବେଲଘର, ମୟୂରଭଞ୍ଜର ଶିମିଳିପାଳ, ଯଶିପୁର, ପିଠାବାଟ, ଅନୁଗୋଳ ଜିଲାର ଟିକରପଡ଼ା, ସାତକୋଶିଆ, ଖୋର୍ଦ୍ଧାର ମଙ୍ଗଳାଯୋଡ଼ି ଓ ଚିଲିକା ଏବଂ ବରଗଡ଼ ଜିଲାର ଢୋଡ୍ରୋକୁସୁମ ଓ ଜିରୋ ପିଣ୍ଟରେ ପ୍ରଥମ ପର୍ଯ୍ୟାୟରେ ହୋମ୍‌ ଷ୍ଟେ’ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ। ଏହି ଅଞ୍ଚଳରେ ଯେଉଁ ବ୍ୟକ୍ତିବିଶେଷ ହୋମ୍‌ ଷ୍ଟେ’ ନିମନ୍ତେ ଆଗ୍ରହ ଦେଖାଇବେ ସେମାନଙ୍କୁ ରାଜ୍ୟ ସରକାର ପ୍ରତିବର୍ଷ ଆର୍ଥିକ ସହାୟତା ଯୋଗାଇଦେବେ। ପ୍ରଥମ ପର୍ଯ୍ୟାୟରେ ୮୦ଜଣ ହୋମ୍‌ ଷ୍ଟେ’ ମାଲିକଙ୍କୁ ଏହି ସୁବିଧା ମିଳିବ। ସେହିଭଳି ପ୍ରତି ହୋମ୍‌ ଷ୍ଟେ’ରେ ୧ରୁ ୬ଟି ରୁମ୍‌ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ରହିବ। ମାଲିକ ଏବଂ ତାଙ୍କ ପରିବାର ରହୁଥିବା ଘର ପରିସରରେ ହିଁ ଏହି ରୁମ୍‌ଗୁଡ଼ିକ ରହିବା ସହ ପର୍ଯ୍ୟଟକଙ୍କ ଆତିଥ୍ୟ ଚର୍ଚ୍ଚାରେ ମଧ୍ୟ ସେମାନେ ନିଜେ ସହଯୋଗ କରିବେ। ରୁମ୍‌ଗୁଡ଼ିକ ଲାଗି ଆବଶ୍ୟକ ସମସ୍ତ ଆସବାବପତ୍ର ଏବଂ ଭିତ୍ତିଭୂମି ସଜାଡ଼ିବାରେ ସରକାରଙ୍କ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ତ୍ରିପାଠୀ କହିଥିଲେ।
ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର କହିଲେ, ମଙ୍ଗଳାଯୋଡ଼ି ଓ ଡାଙ୍ଗମାଳରେ ଥିବା ହୋମ୍‌ ଷ୍ଟେ’ ପର୍ଯ୍ୟଟକଙ୍କ ଦ୍ୱାରା ବିଶେଷଭାବେ ଆଦୃତ ହୋଇଛି। ଏଭଳି ରହଣି ସୁବିଧା ଯଦି ଅନ୍ୟ ପର୍ଯ୍ୟଟନସ୍ଥଳୀରେ ମିଳେ, ତା’ହେଲେ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବାସହ ସ୍ଥାନୀୟ ଅଞ୍ଚଳର ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଆସିପାରିବ। ଏହାଦ୍ୱାରା ଅଞ୍ଚଳବାସୀଙ୍କୁ ରୋଜଗାରର ଦୀର୍ଘକାଳୀନ ପନ୍ଥା ମିଳିପାରିବ ବୋଲି ସେ କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଡ. ମୋନା ଶର୍ମା, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା, ପିସିସିଏଫ୍‌(ଓ୍ବାଇଲ୍ଡଲାଇଫ୍‌) ହରିଶଙ୍କର ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri