Posted inଖେଳ

ଓଡ଼ିଶା ଏଫସି ଜର୍ସି ଉନ୍ମୋଚିତ

ଭୁବନେଶ୍ୱର, ୧୦।୧୧(କ୍ରୀଡ଼ା ପ୍ରତିନିଧି)-
ଚଳିତ ମାସ ୨୦ରୁ ଗୋଆରେ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ସୁପରଲିଗ୍‌ (ଆଇଏସଏଲ)ର ସପ୍ତମ ସଂସ୍କରଣ ପାଇଁ ସୋମବାର ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ଓଡ଼ିଶା ଏଫସିର ଜର୍ସି ଉନ୍ମୋଚିତ ହୋଇଛି। ଓଡ଼ିଶାର କଳା ଓ ସଂସ୍କୃତିକୁ ଭିତ୍ତିକରି ଜର୍ସି ଡିଜାଇନ୍‌ କରାଯାଇଛି ଏବଂ ପୂରା ଓଡ଼ିଆ ସ୍ପିରିଟରେ ଏହି ଉତ୍ସବକୁ ପାଳନ କରାଯାଇଛି। ଓଡ଼ିଶା ଏପରି ଏକ ରାଜ୍ୟ ଯିଏକି ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍‌ନା କଲେ ମଧ୍ୟ ଏଥିରୁ ବାହାରି ଆସି ଆଗକୁ ବଢ଼ି ସଫଳତା ପାଇଛି। ଏବେ ଏହା ଭାରତର କ୍ରୀଡ଼ା ରାଜଧାନୀଭାବେ ପରିଚିତ ହେଉଛି। ଓଏଫ୍‌ସି କ୍ଲବ ନୂଆ ଜର୍ସି ଉନ୍ମୋଚନ କରି ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛି। ଏଥିରେ ସପୋର୍ଟଷ୍ଟାଫ୍‌ମାନେ ଅକ୍ଳାନ୍ତ ପରିଶ୍ରମ କରି କିପରି ଖେଳାଳିମାନେ ସମ୍ପୂର୍ଣ୍ଣ ଫିଟ୍‌ ରହି ପଡ଼ିଆକୁ ଓହ୍ଲାଇବେ ସେଥିପାଇଁ କାର୍ଯ୍ୟକରୁଥିବା ପରିଲକ୍ଷିତ ହେଉଛି। ଓଡ଼ିଶାର ଇତିହାସ, ସଂସ୍କୃତି ଓ ପରାମ୍ପରାକୁ ଆଖିଆଗରେ ରଖି ଜର୍ସିର ଡିଜାଇନ୍‌ କରାଯାଇଛି। ଏ ସମ୍ପର୍କରେ ଓଏଫ୍‌ସି ସଭାପତି ରୋହନ ଶର୍ମା କହିଛନ୍ତି ଯେ, ଆମେ ଏଥର ଓଡ଼ିଶାର କଳା ଓ ସଂସ୍କୃତିକୁ ଯୋଡ଼ି ନୂଆ କିଟ୍‌ ପ୍ରସ୍ତୁତ କରିବାକୁ ଚେଷ୍ଟା କରିଛୁ। ତେଣୁ ଯେତେବେଳେ ଆମ ଖେଳାଳି କିମ୍ବା ପ୍ରଶଂସକମାନେ ଏହି କିଟ୍‌କୁ ପିନ୍ଧିବେ ଓଡ଼ିଶା ସହିତ ଯୋଡ଼ିହୋଇ ରହିବେ। ପ୍ରଶଂସକଙ୍କ ଚାହିଦା ଅନୁସାରେ ଏଥର ପର୍ପଲ(ନୀଳଲୋହିତ) ରଙ୍ଗର ଜର୍ସି ପ୍ରସ୍ତୁତ କରାଯାଇଛି। ଭୁବନେଶ୍ୱର ଭିତ୍ତିକ ଓଡ଼ିଶା ଏଫସି ଚଳିତ ମାସ ୨୩ ତାରିଖରେ ବାମ୍ବୋଲିମ୍‌ସ୍ଥିତ ଜିଏମସି ଷ୍ଟାଡିୟମରେ ହାଇଦ୍ରାବାଦ୍‌ ଏଫସି ସହିତ ଖେଳି ଅଭିଯାନ ଆରମ୍ଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି: ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା ସାଙ୍ଗକୁ ସୁନା, ଦେଖିକି ଭିଜିଲାନ୍ସ ତାଜୁବ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ କଟକ ଭିଜିଲାନ୍ସ ସେଲ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅର୍ପିତା କଲେ…

ଭୁବନେଶ୍ୱର,୩୦।୧୨: ହ୍ୟୁମାନ ସାଗର ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

ମଥୁରାନଗରୀକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଏହି ସମୟରେ ଦେଖିବେ ଧନୁଯାତ୍ରା ମହୋତ୍ସବ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା ମହୋତ୍ସବରେ ମଥୁରାନଗରୀ ଉଠୁଛି ଓ ପଡୁଛି। କଂସ ମହାରାଜଙ୍କ ଅତ୍ୟାଚାରରେ ସମଗ୍ର ମଥୁରା ନଗରୀ ଥରହର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri