ଓଡ଼ିଶାରୁ ଫ୍ଲାଇଟ୍‌ରେ ଖସି ଯାଇଥିଲେ ଲୁଟେରା

ଭୁବନେଶ୍ୱର,୭।୧୧ (ବ୍ୟୁରୋ): ଭୁବନେଶ୍ୱର ମ୍ୟାଗ୍ନେଟିକ୍‌ ଛକସ୍ଥିତ ପିଏନ୍‌ବି ଏଟିଏମ୍‌ରୁ ୨୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌ ଘଟଣାରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ଜଣାପଡିଛି। ଆନ୍ଧ୍ରପ୍ରଦେଶ ପୋଲିସ ହାତରେ ଏହି ଗ୍ୟାଙ୍ଗ୍‌ର ଦୁଇ ଅଭିଯୁକ୍ତ ଧରାପଡିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପଞ୍ଜାବର ସମରଜୋତ୍‌ ସିଂ ଓ କେରଳର ଜାଫର ସାଦିକ। ଏମାନେ ବେଙ୍ଗାଲରୁକୁ ଆଡ୍ଡାସ୍ଥଳ କରିଥିବାବେଳେ ବିମାନରେ ବିଭିନ୍ନ ରାଜ୍ୟ ବୁଲି ଲୁଟ୍‌ କରନ୍ତି। ଗତ ନଭେମ୍ବରରେ ଭୁବନେଶ୍ୱରରେ ସେମାନେ ପିଏନ୍‌ବି ଏଟିଏମ୍‌କୁ କାଟି ଟଙ୍କା ଲୁଟିନେବା ପରେ ଇଣ୍ଡିଗୋ ଫ୍ଲାଇଟ୍‌ରେ ଦିଲ୍ଲୀ ଫେରାର ହୋଇଥିଲେ ବୋଲି ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପୂରା ଘଟଣା ସମ୍ପର୍କରେ ଡ. ଷଡ଼ଙ୍ଗୀ ସୂଚନା ଦେଇ କହିଛନ୍ତି, ଉଭୟ ଲୁଟେରା ଭୁବନେଶ୍ୱରକୁ ଆସି ହୋଟେଲ ଭଡ଼ା ନେଇ ରହିବା ସହ ଭଡ଼ା ବାଇକ୍‌ରେ ବୁଲି ବୁଲି ଏଟିଏମ୍‌ ଉପରେ ନଜର ରଖିଥିଲେ। ଶେଷରେ ମ୍ୟାଗ୍ନେଟିକ୍‌ ଛକ ପିଏନ୍‌ବି ଏଟିଏମ୍‌କୁ ଟାର୍ଗେଟ କରିଥିଲେ। ରହୁଥିବା ହୋଟେଲ କର୍ମଚାରୀଙ୍କ ସହାୟତାରେ ଏକ ଗ୍ୟାସ୍‌ ସିଲିଣ୍ଡର ଯୋଗାଡ଼ କରି ରାତିରେ ଉକ୍ତ ଏଟିଏମ୍‌କୁ ଗ୍ୟାସ୍‌ କଟର ସହାୟତାରେ କାଟି ୨୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିଲେ। ଘଟଣାସ୍ଥଳରେ ଗ୍ୟାସ୍‌ ସିଲିଣ୍ଡର ଓ ଅନ୍ୟାନ୍ୟ ସାମଗ୍ରୀ ଛାଡ଼ି ପଳାଇଥିଲେ। ଭୋର୍‌ ସାଢେ ୪ଟାରେ ଉକ୍ତ ହୋଟେଲ ଛାଡି ସେମାନେ ଭଡାରେ ଆଣିଥିବା ବାଇକ ଫେରାଇ ଏୟାରପୋର୍ଟ ଚାଲିଯାଇଥିଲେ। ସକାଳ ୭ଟା ୪୦ରେ ଇଣ୍ଡିଗୋ ଫ୍ଲାଇଟରେ ଦିଲ୍ଲୀ ପଳାଇଥିଲେ। ସେଠାରୁ ଚଣ୍ଡିଗଡ଼ ଯାଇ ବେଙ୍ଗାଲୁରକୁ ଚାଲିଆସିଥିଲେ। ଏହାପରେ ଆନ୍ଧ୍ରପ୍ରଦେଶକୁ ଆସି ଏଟିଏମ୍‌ ଲୁଟ୍‌ ଯୋଜନା କରିଥିଲେ। କମିଶନରେଟ ପୋଲିସ ଅଭିଯୁକ୍ତଙ୍କ ଫୋନ୍‌ ନମ୍ବରକୁ ଟ୍ରାକ୍‌ କରି ପିଛା କରୁଥିଲା। ଡିସିପି ଉମାଶଙ୍କର ଦାସଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ବାଡ୍‌ ସେମାନଙ୍କ ଉପରେ ନଜର ରଖିଥିଲା। ଭାଇଜାକରେ ଏଟିଏମ ଲୁଟ୍‌ବେଳେ କମିଶନରେଟ ପୋଲିସର ସୂଚନା ଆଧାରରେ ସେମାନେ ଆନ୍ଧ୍ର ପୋଲିସ ହାତରେ ଧରାପଡିଥିଲେ। ୨ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଏଟିଏମ ଲୁଟ୍‌ ନେଇ ଅଭିଯୋଗ ରହିଥିବାବେଳେ ନାର୍କୋଟିକ୍ସ ମାମଲାରେ ମଧ୍ୟ ସଂପୃକ୍ତ ଥିବା ଜଣାପଡିଛି। ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ରେ କାର୍ଯ୍ୟ କରୁଥିବା ଅଫିସରଙ୍କୁ ପୋଲିସ କମିଶନର ଡ. ଷଡ଼ଙ୍ଗୀ ସାଧୁବାଦ ଜଣାଇବା ସହ ମେଡାଲ ପାଇଁ ସେମାନଙ୍କ ନାମ ଦିଲ୍ଲୀ ପଠାଯିବ ବୋଲି ସୂଚନା ଦେଇଛନ୍ତି। ଏଥିସହ ବ୍ୟାଙ୍କ ଅଧିକାରୀମାନେ ଏଟିଏମ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri