Posted inଖେଳ

ଋତୁରାଜଙ୍କୁ ଓପନର କରାଇଥିଲେ କୋଚ୍‌ ସନ୍ଦୀପ

ପୁଣେ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅନ୍ୟତମ ଚର୍ଚ୍ଚିତ ଖେଳାଳି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ଋତୁରାଜ ଗାଏକ୍ୱାଡ୍‌ଙ୍କୁ ଜଣେ ଓପନିଂ ବ୍ୟାଟ୍ସମ୍ୟାନ କରାଇବାରେ ତାଙ୍କ କୋଚ୍‌ ସନ୍ଦୀପ ଚଭନଙ୍କର ବିଶେଷ ଭୂମିକା ରହିଛି। ସନ୍ଦୀପ କହିଛନ୍ତି, ୭ ବର୍ଷ ପୂର୍ବେ ଋତୁରାଜ ଯେତେବେଳେ ସ୍ବଳ୍ପ ବୟସ୍କ ଥିଲେ ତାଙ୍କୁ ଜଣେ ଓପନିଂ ବ୍ୟାଟ୍ସମ୍ୟାନ ହେବା ଲାଗି ପରାମର୍ଶ ଦେଇଥିଲେ। ମହାରାଷ୍ଟ୍ରର ଏହି ଲାଜକୁଳା ଖେଳାଳିଙ୍କୁ ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଉଚ୍ଚ ପ୍ରଶଂସା କରିବାକୁ ପଛାଇ ନାହାନ୍ତି। ଚଳିତ ଆଇପିଏଲ୍‌ର ଅନ୍ୟତମ ଶ୍ରେଷ୍ଠ ଖେଳାଳି ବୋଲି କହିଛନ୍ତି। ଋତୁରାଜ କ୍ରମାଗତ ତିନୋଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ତା’ ହୋଇ ନ ଥିଲେ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସର ଅଭିଯାନ ଆହୁରି ଶୋଚନୀୟ ହୋଇଥାନ୍ତା। ଚଭନ କହିଛନ୍ତି, ଋତୁରାଜ ଭେଙ୍ଗସରକାର କ୍ରିକେଟ ଏକାଡେମୀରେ ତାଙ୍କର ଟ୍ରେନି ଥିଲେ। ୧୬ବର୍ଷ ବୟସରେ ଜୁନିୟର ରାଜ୍ୟସ୍ତରରେ ସେ ମହାରାଷ୍ଟ୍ର ତରଫରୁ ଜଣେ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଭାବେ ଖେଳୁଥିଲେ। ଆଇପିଏଲ୍‌ ଭଳି ଟୁର୍ନାମେଣ୍ଟରେ କ୍ରମାଗତ ୩ ଥର ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହେବା ପରେ ଋତୁରାଜଙ୍କ ଉପରେ କିଛି ନ କହି ରହିପାରି ନ ଥିଲେ ଚଭନ। ସେ କହିଛନ୍ତି ମହାରାଷ୍ଟ୍ରର ଏହି ବ୍ୟାଟ୍ସମ୍ୟାନଙ୍କୁ କ୍ଲବ ସ୍ତରରେ ଓପନିଂ କରିବା ଲାଗି ପରାମର୍ଶ ଦେଇଥିଲେ। ଭବିଷ୍ୟତରେ ଏହା ତାଙ୍କ ପାଇଁ କାର୍ଯ୍ୟରେ ଲାଗିବ ବୋଲି କହିଥିଲେ। ସ୍ଥାନୀୟ ଏକ ସିନିୟର ସ୍ତରର ଟୁର୍ନାମେଣ୍ଟ (ମଙ୍କଡେ ଟ୍ରଫି)ରେ ସେ ତାଙ୍କୁ ଓପନ କରିବା ଲାଗି କହିଥିଲେ। ଋତୁରାଜ ଉଭୟ ଇନିଂସରେ ଯଥାକ୍ରମେ ୧୦୦ ଓ ୯୦ ରନ ସ୍କୋର କରିଥିଲେ। ଚଭନ କହିଛନ୍ତି, ପ୍ରଥମାବସ୍ଥାରେ ରାଜ୍ୟ ମ୍ୟାଚ୍‌ଗୁଡ଼ିକରେ ଓପନିଂ କରୁଥିବା ବେଳେ କୌଣସି ସମସ୍ୟାରେ ପଡ଼ିଲେ ସେ ପରାମର୍ଶ ନେଉଥିଲେ। କ୍ରମେ ସେ ପାରଙ୍ଗମ ହୋଇଯାଇଥିଲେ। ବର୍ତ୍ତମାନ ସେ ଜଣେ ସ୍ପେଶାଲିଷ୍ଟ ଓପନର ହୋଇଯାଇଛନ୍ତି। ଋତୁରାଜ ୨୦୦୮-୦୯ରେ ଯେତେବେଳେ ଏକାଡେମୀରେ ଯୋଗଦାନ କରିଥିଲେ ସେତେବେଳେ ତାଙ୍କୁ ୧୨ ବର୍ଷ ହୋଇଥିଲା। ତାଙ୍କ ନିକଟରେ ଏକ ସ୍ବତନ୍ତ୍ର ପ୍ରତିଭା ରହିଥିବା ସେ ଜାଣିପାରିଥିଲେ ବୋଲି ଚଭନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri