୨୦ ବର୍ଷ ପାକିସ୍ତାନ ଜେଲରେ ସଜା କାଟିଲେ ସୁନ୍ଦରଗଡ଼ର ବିରଜୁ

ସୁନ୍ଦରଗଡ,୨।୧୧(ଡି.ଏନ୍‌.ଏ)-୨୫ବର୍ଷ ଧରି ନିଖୋଜ ଥିବା ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ କଟଙ୍ଗ ଜଙ୍ଗାଟୋଲିର ବିରଜୁ କୁଲୁ ପାକିସ୍ତାନ ଜେଲରେ ୨୦ବର୍ଷ ଧରି ସଜା କାଟି ସାରିବା ପରେ ଏବେ ନିଜ ଦେଶ ଭାରତକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପାକିସ୍ତାନ ସରକାର ତାଙ୍କୁ ଅନ୍ୟ ୪ଜଣ ଭାରତୀୟ ବନ୍ଦୀଙ୍କ ସହ ଗତ ୨୬ ତାରିଖରେ ଓ୍ବାଘା ସୀମାରେ ଭାରତ ସରକାରଙ୍କୁ ହସ୍ତାନ୍ତର କରିଛନ୍ତି। ଏହା ପରେ ତାଙ୍କୁ ଏବେ ପଞ୍ଜାବ ଅମୃତସରର ଏକ କୋଭିଡ ହସ୍‌ପିଟାଲରେ ରଖାଯାଇଛି। କୋଭିଡ ନିୟମାନୁଯାୟୀ ସେଠାରେ ତାଙ୍କର ପରୀକ୍ଷା କରାଯିବ। କ୍ୱାରାଣ୍ଟାଇନ୍‌ ଅବଧି ଶେଷ ହେବା ପରେ ସୁନ୍ଦରଗଡ ଜିଲା ପ୍ରଶାସନ ସହାୟତାରେ ତାଙ୍କ ନିଜ ଗ୍ରାମକୁ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ରେସିଡେନସ କମିଶନର ସୁନ୍ଦରଗଡ ଜିଲା ପ୍ରଶାସନଙ୍କୁ ଏସମ୍ପର୍କରେ ଅବଗତ କରିବା ପରେ କୁତ୍ରା ପୋଲିସ ତାଙ୍କ ସମ୍ପର୍କରେ ଅନୁସନ୍ଧାନ କରି ତାଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଥିଲେ।
ବିରଜୁ ଗତ ୨୫ବର୍ଷ ପୂର୍ବେ ଯୁବକବେଳେ ରାଞ୍ଚିର ଏକ ହୋଟେଲରେ କାର୍ଯ୍ୟ କରୁଥିଲେ। ହେଲେ କିଛିଦିନ ପରେ ତାଙ୍କର ପରିବାର ସହିତ କୌଣସି ଯୋଗାଯୋଗ ନ ଥିଲା। ତାଙ୍କର ସେତେବେଳେ ମାନସିକ ସ୍ଥିତି ଠିକ୍‌ ନ ଥିବାରୁ ସେ କୁଆଡେ ନିଖୋଜ ହୋଇଯାଇଥିବା ସନ୍ଦେହ କରି ପରିବାର ଲୋକେ ବହୁ ଖୋଜାଖୋଜି ପରେ ନୀରବ ରହିଥିଲେ। ସେତେବେଳେ ମାନସିକ ସ୍ଥିତି ଠିକ୍‌ ନ ଥିବା ବିରଜୁ ଭୁଲବଶତଃ ପାକିସ୍ତାନ ସୀମାକୁ ଚାଲି ଯାଇଥିଲେ। ସେଠାରେ ତାଙ୍କୁ ପାକିସ୍ତାନ ସରକାର ୨୦ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ଫଳରେ ବିରଜୁଙ୍କୁ ପାକିସ୍ତାନର ଲାହୋର ଜେଲରେ ୨୦ବର୍ଷ ସଜା କାଟିବାକୁ ପଡିଥିଲା। ସଜା ସରିବା ପରେ ସେଠାକାର ସରକାର ତାଙ୍କୁ ଭାରତ ସରକାରଙ୍କୁ ହସ୍ତାନ୍ତର କରିବା ପରେ ସେ ଏବେ ନିଜ ଗ୍ରାମକୁ ଫେରୁଥିବା ନେଇ ତାଙ୍କର ପରିବାର ତଥା ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଗତ ୨୫ବର୍ଷ ମଧ୍ୟରେ ବିରଜୁଙ୍କ ମା’ ବେଲାବେଥ କୁଲୁ ଓ ବାପା କାମିଲ୍‌ କୁଲୁ ଆରପାରିକୁ ଚାଲିଯାଇଥିବା ବେଳେ ଏକମାତ୍ର ଭଉଣୀ ଟିନା କୁଲୁ ରାଜଗାଙ୍ଗପୁର କୁକୁଡା ଗ୍ରାମରେ ରହୁଛନ୍ତି। ଭାଇଙ୍କ ଫେରିବା ନେଇ ସେ ବିଶେଷ ଖୁସିବ୍ୟକ୍ତ କରିଥିବା ବେଳେ ତାଙ୍କ ଫେରିବା ବାଟକୁ ସମସ୍ତେ ଉତ୍ସୁକତାର ସହ ଅନେଇ ବସିଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ନବୀନଙ୍କ ସାମ୍ନାରେ ପାଣ୍ଡିଆନଙ୍କୁ ନେଇ ଏମିତି କହିଦେଲେ ମୁନ୍ନା ଖାଁ: ଓଡ଼ିଶା ରାଜନୀତିରେ ହଲଚଲ

ଭୁବନେଶ୍ୱର,୨୬।୧୨: ବିଜେଡିର ପ୍ରତିଷ୍ଠା ଦିବସରେ ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଏମ୍‌ପି ମୁନ୍ନା ଖାଁ। ସେ କହିଛନ୍ତି, ବିଜୁ ବାବୁଙ୍କ ରାସ୍ତାରେ ଆମେ...

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ

ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ...

ବିଜେଡି ପ୍ରତିଷ୍ଠା ଦିବସରେ ବଡ଼ ଘୋଷଣା କଲେ ନବୀନ ପଟ୍ଟନାୟକ: ଆଗକୁ ଦଳ…

ଭୁବନେଶ୍ବର,୨୬।୧୨: ଆଜି ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହି ଅବସରରେ ଦଳର ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ...

ବାଂଲାଦେଶୀ ହିନ୍ଦୁଙ୍କୁ ସ୍ବପ୍ନ ଦେଖାଇଲେଣି ତାରିକ? କହିଲେ ‘I have a dream, ଯେମିତି ୧୯୭୧ରେ ସବୁ ଧର୍ମ ମିଶି…

ଢାକା,୨୬।୧୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ ରହମାନ ଗୁରୁବାର (ଡିସେମ୍ବର ୨୫, ୨୦୨୫) ଦିନ ଲୋକମାନଙ୍କୁ ଶାନ୍ତି ପାଇଁ ଆହ୍ବାନ କରିଥିଲେ।...

ପିକନିକ୍ ହେଲା କାଳ, ସୀତାକୁଣ୍ଡରେ ବୁଡ଼ି ୨ ପର୍ଯ୍ୟଟକଙ୍କ ମୃତ୍ୟୁ

ବାରିପଦା,୨୬।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶାମାଖୁଂଟା ବ୍ଲକ ଶିମିଳିପାଳ ପାଦଦେଶ ସୀତାକୁଣ୍ଡରେ ବୁଡ଼ିଗଲେ ୨ ପର୍ଯ୍ୟଟକ । ତେବେ ବର୍ତ୍ତମାନ ସେମାନଙ୍କର ମୃତଦେହ ଉଦ୍ଧାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri