ନିଯୁକ୍ତି, ରାଜସ୍ବ ଗିଳିବ ସ୍ଲରି ପାଇପ୍‌

ଯାଜପୁର ଅଫିସ,୨।୧୧: ଶିଳ୍ପ କମ୍ପାନୀଗୁଡ଼ିକ ଏବେ ସ୍ଲରି ପାଇପ୍‌ ଲାଇନ ବିଛାଇ ଖଣିଜ ପଦାର୍ଥ ପରିବହନ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏଥିଯୋଗୁ କର୍ମନିଯୁକ୍ତି ହ୍ରାସ ପାଇବା ସହ ସରକାର ବିପୁଳ ପରିମାଣର ରାଜସ୍ବ ହରାଇବେ ବୋଲି ରାଜ୍ୟ ଜଳ ସମ୍ପଦ ବିଭାଗ ଓ ଇପିକଲ ପକ୍ଷରୁ ଆଶଙ୍କା ପ୍ରକାଶ ପାଇଛି। କେବଳ ସେତିକି ନୁହେଁ ବିପୁଳ ପରିମାଣର ପାଣି ଲୁଟ୍‌ ପାଇଁ କେତେକ କମ୍ପାନୀ ଏହି ଫନ୍ଦି ଫିକର କରୁଥିବା କୁହାଯାଉଛି। ତେବେ ସ୍ଲରି ପାଇପ ବିଛାଇବାକୁ ଅନୁମତି ଦିଆଯିବା ନେଇ ଗତ ୯ତାରିଖରେ ଅନୁଷ୍ଠିତ ୯୫ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି(ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ବୈଠକରେ ସବିଶେଷ ଆଲୋଚନା କରାଯାଇଛି। ଉକ୍ତ ବୈଠକରେ ସ୍ଲରି ପାଇପ୍‌ଲାଇନ୍‌ରେ ବ୍ୟବହାର ହେଉଥିବା ଜଳ ଉପରେ ଅଧିକ ରାଜସ୍ବ ଆଦାୟ କରିବାକୁ ନୀତି ନିର୍ଦ୍ଧାରଣ ପାଇଁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ହୋଇଛି। ଆସନ୍ତା ୩ତାରିଖରେ ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏର ପରବର୍ତ୍ତୀ ବୈଠକରେ ଏହି ନୀତି ସଂକ୍ରାନ୍ତରେ ଆଲୋଚନା କରିବାକୁ ଇପିକଲର ପରିଚାଳନା ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।
ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ବୈଠକରେ ଏସାର ମିନ୍‌ମେଣ୍ଟ ଲିମିଟେଡ କେନ୍ଦୁଝରଠାରେ ବାର୍ଷିକ ୧୪ମେଟ୍ରିକ ଟନ୍‌ ବେନିଫିକେଶନ, ପାରାଦୀପଠାରେ ବାର୍ଷିକ ୧୪ ମେଟ୍ରିକ ଟନ୍‌ ପେଲେଟ ପ୍ଲାଣ୍ଟ ସ୍ଥାପନ ଏବଂ ବାର୍ଷିକ ୧୪ ମେଟ୍ରିକ ଟନ୍‌ର ସ୍ଲରି ପାଇପଲାଇନ ବିଛାଇବାକୁ ଆବେଦନ କରିଛି। ଏଥିପାଇଁ ୬,୬୫୦କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ତେବେ ଏହି ପ୍ରକଳ୍ପକୁ ନିର୍ଦ୍ଦିଷ୍ଟ କେତେକ ସର୍ତ୍ତ ଆଧାରରେ ମଞ୍ଜୁରୀ କରିବାକୁ ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ହାଇ ଲେଭଲ୍‌ କ୍ଲିୟରାନ୍ସ ଅଥରିଟି(ଏଚ୍‌ଏଲ୍‌ସିଏ) ନିକଟରେ ସୁପାରିସ କରିଛି। ସେହିପରି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ସମ୍ପ୍ରସାରଣ ସହ ଅନୁଗୋଳକୁ ବାର୍ଷିକ ୩୬ ମେଟ୍ରିକ ଟନ ୍‌ସ୍ଲରି ପାଇପ୍‌ଲାଇନ ଦୁଇଟି ପର୍ଯ୍ୟାୟରେ ସ୍ଥାପନ କରିବାକୁ ପ୍ରସ୍ତାବ ରଖିଛି। ଏଥିପାଇଁ ୭୬,୦୧୮ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହି ଦୁଇଟି ସ୍ଲରି ପ୍ରକଳ୍ପ ପାଇଁ ୯୦ଦିନ ମଧ୍ୟରେ ସବିଶେଷ ଆକ୍ସନ ପ୍ଲାନ ଦାଖଲ କରିବାକୁ ଇପିକଲ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ସେହିପରି ତ୍ରିବେଣୀ ଆର୍ଥମୁଭର୍ସ ପ୍ରା.ଲି. କେନ୍ଦୁଝର ଜିଲାର ବଡ଼ବିଲ, ଦେଓଝର ନିକଟରୁ ଜଗତ୍‌ସିଂହପୁର ଜିଲା ପାରାଦୀପ ନିକଟସ୍ଥ ଭିତରଗଡ଼କୁ ବାର୍ଷିକ ୩୦ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ସ୍ଲରି ପାଇପ ଲାଇନ ବିଛାଇବାକୁ ଆବେଦନ କରିଛି। ଏହି ସ୍ଲରି ପାଇପ୍‌ଲାଇନର ଦୂରତା ୨୯୮ କି.ମି. ଏବଂ ଏଥିପାଇଁ ୯୪୮.୯୦ କୋଟି ଟଙ୍କା ବ୍ୟୟଅଟକଳ ରଖାଯାଇଛି। ସେହିପରି ଜେଏସ୍‌ଡବ୍ଲ୍ୟୁ କେନ୍ଦୁଝର ଜିଲା ଶାରଦା ମାଇନ୍ସରୁ ପାରାଦୀପ ପର୍ଯ୍ୟନ୍ତ ବାର୍ଷିକ ୩୦ମେଟ୍ରିକଟନ୍‌ କ୍ଷମତା ବିଶିଷ୍ଟ ଏକ ସ୍ଲରି ପାଇପ ସ୍ଥାପନ କରିବ। ଏହି ସବୁ ସ୍ଲରି ପାଇପ୍‌ଲାଇନରେ ଲୁହାପଥର ପରିବହନ ପାଇଁ ପ୍ରାୟ ୧୦୦ କ୍ୟୁସେକରୁ ଊର୍ଦ୍ଧ୍ୱ ନଦୀଜଳ ବ୍ୟବହାର କରାଯିବ। ଅଧିକାଂଶ ପାଣି ବୈତରଣୀ ନଦୀରୁ ବ୍ୟବହାର ହେବ ବୋଲି ଜଣାପଡ଼ିଛି। ଏହାବାଦ୍‌ ବ୍ୟାପକ ଜଙ୍ଗଲ ଧ୍ୱଂସ କରିବା ସହ ଗରିବ ଆଦିବାସୀ ଲୋକଙ୍କ ଚାଷଜମି ନଷ୍ଟ ହେବ। ଏହା ପ୍ରାୟ ୭୦ କି.ମି. ସଂରକ୍ଷିତ ଜଙ୍ଗଲ, ୩୦କି.ମି. ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ଓ ୨୦ କି.ମି. ଅନ୍ୟାନ୍ୟ ଜଙ୍ଗଲ ଦେଇ ଯାଉଥିବା କୁହାଯାଉଛି। ବଡ଼ବିଲ, ରିମୁଲି, କେନ୍ଦୁଝର, ଆନନ୍ଦପୁର, ଯାଜପୁରରୋଡ, କଳିଙ୍ଗନଗର, ପାଣିକୋଇଲି, ଚଣ୍ଡିଖୋଲ ଦେଇ ପାରାଦୀପକୁ ପାଇପ ବିଛା ହେବ। ତେବେ ଏହି ରାସ୍ତାରେ ବ୍ୟାପକ ଜଙ୍ଗଲ ଧ୍ୱଂସ ହେବାର ସମ୍ଭାବନା ଥିବାରୁ ସମ୍ପୃକ୍ତ ଜିଲା ପ୍ରଶାସନର ପଦକ୍ଷେପକୁ ଅପେକ୍ଷା କରାଯାଇଛି ବୋଲି ପ୍ରଭାବିତ ଅଞ୍ଚଳବାସୀ କହିଛନ୍ତି। କୋଟି କୋଟି ଟଙ୍କାର ଏହିସବୁ ପ୍ରକଳ୍ପଗୁଡ଼ିକରେ ସ୍ଥାନୀୟ ନିଯୁକ୍ତି ଖୁବ୍‌ କମ୍‌ ଆଶଙ୍କା ଥିବାବେଳେ ବାହାର ରାଜ୍ୟର ଅଧିକ ନିଯୁକ୍ତି ପାଇବେ। ଭୂତଳ ପାଇପ ଯୋଗେ ଲୁହାପଥର ପରିବହନ ପରିବର୍ତ୍ତେ ସଡ଼କପଥରେ ଯଦି କରାଯିବ ତେବେ ବଡବିଲଠାରୁ ପାରାଦୀପ ପର୍ଯ୍ୟନ୍ତ ଲୁହାପଥର ପରିବହନ କରି ଯାଜପୁର ଓ କେନ୍ଦୁଝର ଜିଲାର ୫୦ହଜାରରୁ ଊର୍ଦ୍ଧ୍ୱ ଟ୍ରକ ମାଲିକ ଓ କର୍ମଚାରୀ ଲାଭବାନ ହୋଇଥାନ୍ତେ। ଏପରି କି ଖଣିଜ ପରିବହନକୁ ଭିତ୍ତି କରି ଜୀବନ ଜୀବିକା ନିର୍ବାହ କରୁଥିବା ଲୋକଙ୍କ ଦାନା ବୁଡ଼ିବା ନିଶ୍ଚିତ। ବଡବିଲ ଅଞ୍ଚଳରୁ ପାରାଦୀପ ପର୍ଯ୍ୟନ୍ତ ବ୍ରାହ୍ମଣୀ, ବୈତରଣୀ, ଗେଙ୍ଗୁଟି, ବିରୂପା, ଗୋବରୀ, ଲୁଣା, ଚିତ୍ରୋପତ୍ଳା, ମହାନଦୀ ଆଦି ନଦୀ ସହ ୫୦ରୁ ଊର୍ଦ୍ଧ୍ୱ ନାଳଦେଇ ଏହି ପ୍ରକଳ୍ପ ଯାଉଥିବାରୁ ଜୈବବିବିଧତା ଉପରେ ମଧ୍ୟ ବିପଦ ଆଶଙ୍କା ରହୁଛି। ଏନେଇ ଜଳସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ ସ୍ଲରି ପାଇପଲାଇନରେ ବ୍ୟବହାର ହେଉଥିବା ପାଣି ଉପରେ ଜଳକର ଆଦାୟକୁ ବୃଦ୍ଧି କରିବାକୁ ତାଙ୍କ ପତ୍ରରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏସମ୍ପର୍କରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ନିର୍ଦ୍ଧାରିତ ଗାଇଡଲାଇନ ଅନୁସାରେ ସ୍ଲରି ପାଇପ୍‌ ବିଛାଇବାକୁ ପରାମର୍ଶ ଦିଆଯାଉଛି। ଏଥିପାଇଁ ବିଭିନ୍ନ ବିଭାଗରୁ ଅନୁମତି ଆଣିବାକୁ ନିର୍ଦ୍ଦେଶ ଦିଆଯାଉଛି। ଗାଇଡଲାଇନ୍‌କୁ ଅବମାନନା କଲେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବେହେରା କହିଛନ୍ତି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri