Posted inRasifala

ରାଶିଫଳ: ବୁଧବାର, ଅକ୍ଟୋବର ୨୮ ତାରିଖ – Daily Horoscope

ମେଷ
ଶନି ଦୃଷ୍ଟ ଚନ୍ଦ୍ରଙ୍କ ଯୋଗୁ ବିଭିନ୍ନ ପ୍ରକାର ସମସ୍ୟା ନେଇ ମାନସିକ ଦ୍ୱନ୍ଦ୍ୱ ଲାଗିରହିବ। ଘରକଥା ହେଉ କିମ୍ବା କର୍ମକ୍ଷେତ୍ର ସବୁ କାମ ଗୋଳିଆ ରହିବ। ସଭାସମିତିରେ ଆଲୋଚନା ଓ ସମାଲୋଚନା ଭିତରେ ସମାଧାନ ପୂର୍ବକ ପରିବାରରେ ଶାନ୍ତି ଫେରି ଆସିବ। ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି।
ବୃଷ
ବୃଷ

ନୀଚସ୍ଥ ଶୁକ୍ରଙ୍କ ଯୋଗୁ ସବୁ ଠିକ୍‌‌ ଥିବ, କିନ୍ତୁ ଶେଷ ସମୟରେ ବିଗିଡ଼ି ଯାଇପାରେ। ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ, କଳା, କ୍ରୀଡ଼ା, ଚଳଚ୍ଚିତ୍ର, ସାହିତ୍ୟ କ୍ଷେତ୍ର ବିଶେଷ ମନ୍ଦ ହେବନି। ସାଙ୍ଗସାଥୀ କିମ୍ବା ବନ୍ଧୁ ହୁଅନ୍ତୁ, କହିବେ ବହୁତ କିନ୍ତୁ କାମ କଲା ବେଳକୁ ସେମାନଙ୍କ ଦେଖା ମିଳି ନ ପାରେ।

ମିଥୁନ
ମିଥୁନ
ଆଜିର ଚନ୍ଦ୍ର ଓ ବୁଧଙ୍କ ଷଡ଼ାଷ୍ଟକ ସ୍ଥିତିଜନିତ ପ୍ରତ୍ୟେକ କାମ ଯୁକ୍ତିତର୍କ ମଧ୍ୟରେ ସମାହିତ ହେବ। ଅଧିକାଂଶ ସମୟରେ ଭୁଲ୍‌ ବୁଝାମଣାରୁ ଟିକିଏ ଟିକିଏ କଥାରେ କଳହ ଲାଗିପାରେ। ଅର୍ଥ ସମ୍ପର୍କିତ ଝମେଲାର ସମ୍ମୁଖୀନ ହେବା ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ସହମତିରେ କାମ କଲେ ସଫଳତା ପାଇପାରନ୍ତି।
କର୍କଟ
କର୍କଟ
ଗୁରୁ ନକ୍ଷତ୍ରସ୍ଥ ଚନ୍ଦ୍ର ଆଜି ଅନେକ କାଳ୍ପନିକ ଆଶା ଓ କାମନାକୁ ମନ ଭିତରେ ଉଜ୍ଜୀବିତ କରିବେ। ବିଭିନ୍ନ କ୍ଷେତ୍ରରୁ ଅର୍ଥ ପାଇବେ, କିନ୍ତୁ ମାନସିକ ଶାନ୍ତି ହରାଇବେ। ପରିବାର ଲୋକଙ୍କ ଯୁକ୍ତି ଗ୍ରହଣ କରିବାକୁ ବାଧ୍ୟହେବେ। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବା ସହ ଅବସାଦ ଦେଖାଦେଇପାରେ।
ସି˚ହ
ସି˚ହ
କର୍ମସ୍ଥ ରାହୁଙ୍କ ହେତୁ କୌଶଳରେ କାମ ହାସଲ କରିବା ସହ ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେବେ। ପରିସ୍ଥିତି ଓ ରହୁଥିବା ପରିବେଶରେ ଗଡ଼ବଡ଼ ସୃଷ୍ଟି ହେବା ଆଶଙ୍କା ରହିଛି। ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ସାମାନ୍ୟ ବିଳମ୍ବରେ ପାଇଯିବେ। ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନ ପାରେ।
କନ୍ୟା
ଆଜି ଯାହାକୁ ଯାହା କହିବେ ପ୍ରତ୍ୟେକ କାମରେ ସଫଳତା ଅବଶ୍ୟମ୍ଭାବୀ। ଶୁକ୍ର ଧନାଧିପ ରାଶିସ୍ଥ ହେତୁ ଦୀର୍ଘଚେଷ୍ଟା ପରେ ଆଜି ଋଣସୂତ୍ରରେ ହିଁ ଅର୍ଥଲାଭ କରିବେ। ସ୍ତ୍ରୀଙ୍କ ବରାଦ, ପ୍ରତିଦ୍ୱନ୍ଦ୍ୱୀଙ୍କ କାର୍ଯ୍ୟ, ଶିଳ୍ପବାଣିଜ୍ୟରେ ପ୍ରତିବନ୍ଧକ ଓ ଯାତ୍ରାରେ ଦୁଶ୍ଚିନ୍ତା ବଢ଼ିପାରେ। ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି।
ତୁଳା
ତୁଳା
ପାପଗ୍ରହ ମଧ୍ୟସ୍ଥ ବୃହସ୍ପତି ହେତୁ ଆକସ୍ମିକଭାବେ ଦୀର୍ଘଦିନର ସମ୍ପର୍କ ସୂତ୍ର ଛିନ୍ନହେବା ସୂଚନା ରହିଛି। ପ୍ରତ୍ୟେକ କ୍ଷେତ୍ରରେ ଆଳସ୍ୟ ଓ ଅବହେଳା ହେତୁ ସଫଳତା ପାଇବା କଷ୍ଟକର ହୋଇପଡ଼ିବ। ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ଆର୍ଥିକ ଅଭିବୃଦ୍ଧି ନିମିତ୍ତ ତତ୍ପରତା ପ୍ରକାଶ କରିବେ।
ବିଛା
ବିଛା
ତୃତୀୟସ୍ଥ ଶନିଙ୍କ ଯୋଗୁ ଝଗଡ଼ା ସାଙ୍ଗକୁ ପରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ। ବିବାଦୀୟ ପରିସ୍ଥିତିର ମୁକାବିଲା କରି ଆପଣ ବିଜୟୀ ହେବେ । ବ୍ୟବସାୟ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣକରି ଉପକୃତ ହୋଇପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ଅନ୍ୟମାନଙ୍କ ସକାଶେ ଉଦାର ମନୋଭାବ ପୋଷଣ କଲେ ବି ସେମାନଙ୍କ ଚିନ୍ତାଧାରା ବଦଳାଇବା ସମ୍ଭବପର ନୁହେଁ। ଆଗୁଆ ପଦକ୍ଷେପ ଗ୍ରହଣ କଲେ ମଧ୍ୟ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବା ସମ୍ଭାବନା। ଶାରୀରିକ ସୁସ୍ଥତା ଫେରିପାଇବା ଯୋଗୁ ହଇରାଣ ହେବାକୁ ପଡ଼ିପାରେ। ଲୋକ ସମ୍ପର୍କ ବୃଦ୍ଧି ପାଇବ।
ମକର
ମକର

କର୍ମକ୍ଷେତ୍ରରେ ବନ୍ଧୁ କିମ୍ବା ସହକର୍ମୀମାନଙ୍କ ସହ ତିକ୍ତତା ଦେଖାଦେଇପାରେ। ଚନ୍ଦ୍ରଙ୍କ ପ୍ରଭାବରୁ ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡ଼ିବେ। ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ।

କୁମ୍ଭ
କୁମ୍ଭ
ଦ୍ୱିତୀୟସ୍ଥ ମଙ୍ଗଳ ଯୋଗୁ ନିଜ ଲୋକମାନଙ୍କ କାର୍ଯ୍ୟକଳାପ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି। ଭାଇଙ୍କ ସ୍ବାସ୍ଥ୍ୟ ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ସକାଳ ସମୟରେ ବହୁ ପ୍ରତୀକ୍ଷିତ ଶୁଭ ଖବରଟି ପାଇପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଓ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ।
ମୀନମୀନ

ଚନ୍ଦ୍ରମଙ୍ଗଳ ସଂଯୋଗରୁ ଦୀର୍ଘଦିନର ଅଭିଳାଷ ପୂରଣ ହେବା ସାଙ୍ଗକୁ ଆର୍ଥିକ ଉନ୍ନତିର ମାର୍ଗ ସୁଗମ ହୋଇଯିବ। ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ପୌଷ ଅମବାସ୍ୟାରେ ଖୋଲିବ ଏହି 3 ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

ନୂଆଦିଲ୍ଲୀ,୧୯ା୧୨: ଆଜି ପବିତ୍ର ପୌଷ ଅମବାସ୍ୟା । ଆଜି ଭାବପ୍ରବଣ ଗଭୀରତା ଏବଂ ନବୀକରଣ ଶକ୍ତିର ଦିନ। ଆଜି ଶାନ୍ତ ଏବଂ ସଚ୍ଚୋଟ ଆଲୋଚନା, ଅତୀତର...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri