ନିଜ ମାମଲା ଲଢ଼ି କୋଟିଏ ଫେରିପାଇଲେ

ଭୁବନେଶ୍ୱର,୨୫।୧୦:  ନ୍ୟାୟ ପାଇଁ ଜନସାଧାରଣ କୋର୍ଟଙ୍କ ଦ୍ୱାରସ୍ଥ ହୁଅନ୍ତି। କିନ୍ତୁ ବିନା ଆଇନଜୀବୀରେ କୋର୍ଟରେ ମାମଲା ଲଢ଼ିବା ଓ ଜିତିବା କାଠିକର ପାଠ। ହେଲେ ଏମିତି ବି ବ୍ୟକ୍ତି ଅଛନ୍ତି, ଯିଏ ଆଇନ ବହି ଅଧ୍ୟୟନ କରି ସେଥିରୁ ଜ୍ଞାନ ଅର୍ଜନ କଲେ। ପରେ କୋଲକାତା ହାଇକୋର୍ଟରେ ନିଜ ମାମଲାରେ ନିଜେ ଆଇନଜୀବୀ ସାଜିଲେ। ଠକେଇ କରିଥିବା ଦେଶର ନାମୀ ଷ୍ଟକ୍‌ ବ୍ରୋକିଂ କମ୍ପାନୀ ‘ଇଣ୍ଡିଆ ଇନ୍‌ଫୋଲାଇନ୍‌’ ସହ ମାମଲା ଲଢ଼ି କୋଟିଏ ଟଙ୍କାର କ୍ଷତି ପୂରଣ ଫେରିପାଇଲେ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ପୁରୀ ସଦର ବ୍ଲକ୍‌ ବାସୁଦେବପୁର ଗ୍ରାମ ବାସିନ୍ଦା ପ୍ରମୋଦ କୁମାର ଉପାଧ୍ୟାୟ। ପ୍ରମୋଦ କିପରି ନିଜର ସତ୍ୟ, ନିଷ୍ଠାପର ତଥା ଦୃଢ ମନୋବଳକୁ ନେଇ ୨ବର୍ଷ ଧରି ଆଇନଗତ ଲଢ଼େଇ କରି ମାମଲା ଜିତିଲେ ତାହା ଠକେଇର ଶିକାର ହୋଇଥିବା ଅନ୍ୟ ଜମାକାରୀଙ୍କ ପାଇଁ ନିଶ୍ଚୟ ବିରଳ ଉଦାହରଣ।
ପ୍ରମୋଦ ଆମେରିକାରେ ଏକ ସ୍ଥାୟୀ ଚାକିରି କରୁଥିବାବେଳେ ତାଙ୍କ ସ୍ତ୍ରୀ ମଧ୍ୟ ସେଠାରେ ବୈଜ୍ଞାନିକ ଥିଲେ। ୨୦୧୨ରେ ଉଭୟ ଗ୍ରୀନ୍‌କାର୍ଡ, ସୋସିଆଲ ସିକ୍ୟୁରିଟି ଓ ଅନ୍ୟସବୁ ସୁବିଧା ଛାଡି ଭାରତ ପ୍ରତ୍ୟାବର୍ତ୍ତନ କଲେ। ପରମୁହୂର୍ତ୍ତରେ ପ୍ରମୋଦଙ୍କ ସ୍ତ୍ରୀ କୋଲକାତାସ୍ଥିତ ଏକ କେନ୍ଦ୍ରୀୟ ସଂସ୍ଥାରେ ବୈଜ୍ଞାନିକ ଭାବେ କାର୍ଯ୍ୟ ଆରମ୍ଭ କରିଥିବାବେଳେ ସେ ଭୁବନେଶ୍ୱରରେ ଏକ ଲଘୁ ଉଦ୍ୟୋଗ ଖୋଲିଥିଲେ। ସେମାନଙ୍କର କୌଣସି ପିଲା ନ ଥିବାରୁ ଦୁହେଁ ଏଠାରେ ଏକ ପୋଷ୍ୟ କନ୍ୟା ସନ୍ତାନ ଗ୍ରହଣ କଲେ। ୨୦୧୮ରେ ଇଣ୍ଡିଆ ଇନ୍‌ଫୋଲାଇନର ୩ଜଣ ଅଧିକାରୀ ତାଙ୍କ କଲିକତାସ୍ଥିତ ବାସଭବନକୁ ଆସି ପୁଞ୍ଜିନିବେଶ ନେଇ ଆଲୋଚନା କରିଥିଲେ। ପ୍ରମୋଦ ଉକ୍ତ କମ୍ପାନୀଠାରୁ ଶେୟାର କିଣିଥିଲେ। ହେଲେ ପ୍ରମୋଦଙ୍କ ଅଜାଣତରେ କମ୍ପାନୀ ତାଙ୍କର ସମସ୍ତ ଶେୟାରକୁ ବନ୍ଧକ ରଖି ୧.୬ କୋଟିର ଋଣ ଉଠାଇ କାରବାର କରିବା ସହ ସବୁ ଅର୍ଥ ରାଶି ବେଆଇନ ଭାବେ ଖର୍ଚ୍ଚ କରିଦେଇଥିଲା। ଏହା ଜାଣିବା ପରେ ପ୍ରମୋଦ ତୁରନ୍ତ କମ୍ପାନୀର କୋଲକାତାସ୍ଥିତ କାର୍ଯ୍ୟାଳୟକୁ ଯାଇ ବେନିୟମ କାରବାର ବିରୋଧରେ ଅଭିଯୋଗ କରିଥିଲେ। କିନ୍ତୁ ଏହା ବଦଳରେ ସେଠାରେ ତାଙ୍କୁ ଧମକ ମିଳିଲା। କିଛି ଉପାୟ ନ ପାଇ ସେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ଓ ସିକ୍ୟୁରିଟି ଆଣ୍ଡ୍‌ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ (ସେବି)ରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ପରେ ପ୍ରମୋଦ କେତେଜଣ ବନ୍ଧୁଙ୍କ ସହିତ ପରାମର୍ଶ କରି କୋଲକାତାରେ ଥିବା ଏନ୍‌ଏସ୍‌ଇ ଆର୍‌ବିଟ୍ରେଶନ ଟ୍ରିବ୍ୟୁନାଲ୍‌ର ଦ୍ୱାରସ୍ଥ ହେଲେ। ୩ ଜଣିଆ ଟ୍ରିବ୍ୟୁନାଲ ମାମଲାର ବିଚାର କରି ଇଣ୍ଡିଆ ଇନ୍‌ଫୋଲାଇନକୁ ବେନିୟମ କାରବାର ପାଇଁ ଦୋଷୀ ସାବ୍ୟସ୍ତ କରି ନିବେଶକାରୀ ପ୍ରମୋଦଙ୍କୁୁ ୯୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ରାୟ ବିରୋଧରେ ଉକ୍ତ କମ୍ପାନୀ ଡିଷ୍ଟ୍ରିକ୍ଟ ଜଜ୍‌ କୋର୍ଟରେ ଅପିଲ କଲା ଏବଂ ଦେଶର ସବୁଠାରୁ ବଡ଼ ଓକିଲାତି ଫାର୍ମକୁ ତାଙ୍କ ସପକ୍ଷରେ ଲଢ଼ିବାକୁ ନିୟୋଜିତ କଲା। ହେଲେ ଦୃଢ଼ମନା ପ୍ରମୋଦ କୌଣସି ଆଇନଜୀବୀଙ୍କୁ ନିଯୁକ୍ତ ନ କରି ନିଜ ମାମଲା ନିଜେ ଲଢ଼ିବାକୁ ସଂକଳ୍ପ ନେଲେ। ଏଥିପାଇଁ ସେ ଆଇନ ପୁସ୍ତକ ପଢ଼ିବା ସହ ଡିଷ୍ଟ୍ରିକ୍ଟ ଜଜ୍‌ କୋର୍ଟରେ ନିଜ ସପକ୍ଷରେ ଯୁକ୍ତି ବାଢ଼ିଲେ। ମାମଲାର ବିଚାର  ଦୀର୍ଘଦିନ ଧରି ଚାଲିବା ପରେ ଶେଷରେ ଡିଷ୍ଟ୍ରିକ୍ଟ ଜଜ୍‌ କୋର୍ଟ ଇଣ୍ଡିଆ ଇନ୍‌ଫୋଲାଇନର ଅପିଲକୁ ଖାରଜ କରି ଟ୍ରିବ୍ୟୁନାଲ ରାୟକୁ କାଏମ ରଖିଲେ। ଏହାପରେ ଇଣ୍ଡିଆ ଇନ୍‌ଫୋଲାଇନ କୋଲକାତା ହାଇକୋର୍ଟରେ ଅପିଲ କରିଥିଲେ ମଧ୍ୟ ପ୍ରମୋଦଙ୍କ ଦୃଢ଼ ଯୁକ୍ତି ସହ ପ୍ରମାଣ ଆଗରେ ତାହା ଖାରଜ ହୋଇଯାଇଥିଲା। ଶେଷରେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ଷ୍ଟକ୍‌ ଉକ୍ତ ବ୍ରୋକିଂ କମ୍ପାନୀ ଇଣ୍ଡିଆ ଇନ୍‌ଫୋଲାଇନ୍‌ର ଜମାରାଶିରୁ କ୍ଷତିପୂରଣ ବାବଦରେ ମୂଳସୁଧ ମିଶାଇ ୧ କୋଟି ଟଙ୍କା ପ୍ରମୋଦଙ୍କ ବ୍ୟାଙ୍କ୍‌ ଖାତାକୁ ପଠାଇଥିଲା। ଏହି ମାମଲା ଫେବୃୟାରୀ ୨୦୧୮ରୁ ଫେବୃୟାରୀ ୨୦୨୦ ଅର୍ଥାତ୍‌ ୨ ବର୍ଷ ଧରି ଚାଲିଥିଲା।
ନିଜର ଏହି ଉପଲବ୍ଧିକୁ ନେଇ ପ୍ରମୋଦ କୁହନ୍ତି, ନିବେଶକାରୀମାନେ ବ୍ରୋକିଂ କମ୍ପାନୀର କୌଣସି ବି ଅଧିକାରୀଙ୍କ କଥାକୁ ସହଜରେ ବିଶ୍ୱାସ କରିବା ଠିକ୍‌ ନୁହେଁ। ସେମାନଙ୍କ ସହ କଥା ହେଲାବେଳେ ସତର୍କତା ଅବଲମ୍ବନ କରିବା ଉଚିତ। କାରଣ ବ୍ରୋକିଂ କମ୍ପାନୀ ଏହି କଥାବାର୍ତ୍ତାଗୁଡିକୁ ନିଜ ସ୍ବାର୍ଥ ରକ୍ଷା ପାଇଁ ଟ୍ରିବ୍ୟୁନାଲରେ ଅପବ୍ୟବହାର କରିଥାନ୍ତି। ପୁଞ୍ଜି ନିବେଶରେ କୌଣସି ବେନିୟମ କାର୍ଯ୍ୟ ହୋଇଥିବା ସନ୍ଦେହ ହେଲେ ତୁରନ୍ତ ଏନେଇ ନିକଟ ପୋଲିସ ଷ୍ଟେଶନରେ ଲିଖିତ ଅଭିଯୋଗ କରନ୍ତୁ। ଷ୍ଟକ୍‌ ଏକ୍ସଚେଞ୍ଜ ଅଥବା ସେବିକୁ ତୁରନ୍ତ ଇ-ମେଲ୍‌ କରି ଜଣାନ୍ତୁ। ଦେଶର ଲକ୍ଷାଧିକ ନିବେଶକରୀ ଚିଟ୍‌ଫଣ୍ଡ୍‌ରେ ଠକାମିର ଶିକାର ହୋଇଛନ୍ତି। ହେଲେ ସରକାର ଓ ପ୍ରଶାସନିକ ଅଧିକାରୀମାନେ ଏଭଳି ଅର୍ଥ ଲଗାଣକାରୀ ସଂସ୍ଥା ଖୋଲିବାକୁ ଅନୁମତି ଦେଇଥାନ୍ତି। ସରକାର ଏଥିପ୍ରତି ଚିନ୍ତା କରିବା ନିହାତି ଦରକାର ବୋଲି ପ୍ରମୋଦ କହିଛନ୍ତି।

ଜ୍ୟୋତିରଞ୍ଜନ ମହାପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri