‘ସାମ୍ୟବାଦ୍‌ ଆନ୍ଦୋଳନର ଜନକ ଥିଲେ ଭଗବତୀ’

କଟକ ଅଫିସ, ୨୪ା୧୦: ମାକର୍‌ସବାଦୀ ଚିନ୍ତାଧାରାର ଆଦ୍ୟ ପ୍ରବର୍ତ୍ତକ ତଥା ମୁକ୍ତି ସଂଗ୍ରାମୀ ଭଗବତୀ ଚରଣ ପାଣିଗ୍ରାହୀଙ୍କ ୭୭ତମ ସ୍ମୃତି ସମାରୋହ କଟକ ବାଲୁବଜାରସ୍ଥିତ ଓଷ୍ଟା ସମ୍ମିଳନୀ କକ୍ଷରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କଟକ ନଗର କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ନାରୀନେତ୍ରୀ ଶୈଳ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ବର୍ଗତ ପାଣିଗ୍ରାହୀଙ୍କ ସ୍ମୃତିଚାରଣ କରାଯାଇଥିଲା। ଶ୍ରମିକ ନେତା କିଶୋର ଜେନା ଯୋଗଦେଇ କହିଲେ, ଓଡ଼ିଶାରେ ସାମ୍ୟବାଦୀ ଆନ୍ଦୋଳନର ଜନକ ଥିଲେ ଭଗବତୀ। ସଙ୍ଗଠନର କଟକ ନଗର ସମ୍ପାଦକ ବିନୋଦ ବେହେରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ସତୀଚଉରାସ୍ଥିତ ଭଗବତୀ ଚରଣଙ୍କ ସ୍ମୃତିପୀଠରେ ମାଲ୍ୟାର୍ପଣ କରାଯାଇଥିଲା। ଆଇନଜୀବୀ ଶକ୍ତିଧର ଦାସ, ଖବରଦାତା ଡ. ସତ୍ୟ ରାୟ, ସିପିଆଇଏମ୍‌ ନେତା ରବିନାରାୟଣ ମଲ୍ଲିକ, ଅମରେନ୍ଦୁ ମହାନ୍ତି, କଟକ ଜିଲା କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା, ବିପିନ ବିହାରୀ ପାଢୀ, ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, ଶିକ୍ଷକ ନେତା ମଧୁସୂଦନ ଦେ, ରାମଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

 

ଅବିସ୍ମରଣୀୟ କରିଛି ସାମ୍ୟବାଦ୍‌ ଚିନ୍ତାଧାରା

ପୁରୀ ଅଫିସ,୨୪ା୧୦: ସୃଜନୀ ସାହିତ୍ୟ ସଂସଦ, ପୁରୀ ଆନୁକୂଲ୍ୟରେ ଶୁକ୍ରବାର ବଡ଼ଶଙ୍ଖସ୍ଥିତ ସଦ୍‌ଭାବନା ଗୃହରେ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏଥିରେ ସଂସଦର ସଭାପତି ପ୍ରଫେସର କାର୍ତ୍ତିକ କୁମାର ଦାସ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ବିଶିଷ୍ଟ ଭାଷାବିତ୍‌ ପ୍ରଫେସର ଡ. ହରପ୍ରସାଦ ମିଶ୍ର ଯୋଗଦେଇ କହିଥିଲେ, ଆଧୁନିକ ଓଡ଼ିଆ ସାହିତ୍ୟରେ ସାମ୍ୟବାଦୀ ଚିନ୍ତା ରୂପାୟନ କ୍ଷେତ୍ରରେ ଭଗବତୀ ଚରଣ ପାଣିଗ୍ରାହୀ ବାସ୍ତବିକ ଅବିସ୍ମରଣୀୟ। ସେ ହିଁ ଥିଲେ ସାମ୍ୟବାଦର ନୂତନ ନାୟକ। ତାଙ୍କ ରଚିତ ଶିକାର ଗଳ୍ପ ତାଙ୍କୁ କାଳଜୟୀ କରିପାରିଛି। ସେ ମହାତ୍ମାଗାନ୍ଧୀଙ୍କ ଅହିଂସା ପଥରୁ ବିଚ୍ୟୁତ୍‌ ହୋଇ ଏକ ସାମ୍ୟବାଦ ପଥ ପ୍ରଦର୍ଶନ କରାଇଥିଲେ। ବିପ୍ଳବୀ କବି ରବି ସିଂଙ୍କ ମତରେ ସେ ଥିଲେ ଓଡ଼ିଶାର ଯଥାର୍ଥ ଲେନିନ୍‌। ସଭାପତି ଦାସ କହିଥିଲେ, ଭଗବତୀଙ୍କ ରାଜନୈତିକ ଭାବଧାରା ତାଙ୍କ ସାହିତ୍ୟ ସୃଷ୍ଟିକୁ ଗଭୀର ଭାବେ ପ୍ରଭାବିତ କରିଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରଫେସର ଅଭିମନ୍ୟୁ ଭୂୟଁା, ଶିକ୍ଷାବିତ୍‌ ଅଶୋକ ମହାପାତ୍ର, କବି କୃଷ୍ଣଚନ୍ଦ୍ର ରଥ ପ୍ରମୁଖ ଯୋଗଦେଇ ଭଗବତୀ ଚରଣଙ୍କ ବ୍ୟକ୍ତିତ୍ୱ ଓ କୃତିତ୍ୱ ଉପରେ ଆଲୋକପାତ କରିଥିଲେ। ଭବାନୀ ପ୍ରସାଦ ବଳିଆରସିଂ, ଖବରଦାତା ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ ଓ ଶିକ୍ଷାବିତ୍‌ ବିଜୟ ଚରଣ ମହାନ୍ତି ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri